ଷ୍ଟିଲ୍‌ ପ୍ଲାଣ୍ଟରେ ଯୁଦ୍ଧବିରତି ଘୋଷଣା କଲା ରୁଷ୍‌; ୟୁକ୍ରେନର ଅଭିଯୋଗ: ଆକ୍ରମଣ ଜାରି ରହିଛି

ଷ୍ଟିଲ୍‌ ପ୍ଲାଣ୍ଟରେ ଯୁଦ୍ଧବିରତି ଘୋଷଣା କଲା ରୁଷ୍‌; ୟୁକ୍ରେନର ଅଭିଯୋଗ: ଆକ୍ରମଣ ଜାରି ରହିଛି

Republic World

ମସ୍କୋ: ୟୁକ୍ରେନ୍‌ର ବନ୍ଦର ସହର ମାରିୟୁପୋଲ୍‌ର ଆଜବଷ୍ଟଲ୍‌ ଷ୍ଟିଲ୍‌ ପ୍ଲାଣ୍ଟ୍‌ରେ ରୁଷ୍‌ ଆଜି ଯୁଦ୍ଧବିରତି ଘୋଷଣା କରିଛି। ନାଗରିକଙ୍କୁ ଖାଲି କରିବାପାଇଁ ରୁଷ୍‌ ଆଜି ଯୁଦ୍ଧବିରତି କରିଛି ବୋଲି ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ଏକ ବିବୃତି ଜାରି କରି କହିଛି। ରୁଷ୍‌ କହିଛି ନାଗରିକମାନେ ଯେ କୌଣସି ଦିଗ ବାଛିବେ ସେହି ଦିଗରେ ସେମାନଙ୍କୁ ନିଆଯିବ। ଆଜବଷ୍ଟଲ୍‌ରେ ଧଳା ପତାକା ଉଡ଼ାଇ ୟୁକ୍ରେନ୍‌ ମଧ୍ୟ ନିଜ ଆଡ଼ୁ ମାନବୀୟ କରିଡର ଆରମ୍ଭ କରିପାରିବ ବୋଲି ରୁଷ୍‌ କହିଛି। ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ଅନୁଯାୟୀ ଆଜବଷ୍ଟଲ୍‌ ଷ୍ଟିଲ୍‌ ପ୍ଲାଣ୍ଟ୍‌ରେ ଥିବା ନାଗରିକଙ୍କୁ ପ୍ରତି ୩୦ ମିନିଟ୍‌ରେ ରେଡିଓ ଚ୍ୟାନେଲ୍‌ ଦ୍ବାରା ଏନେଇ ବାର୍ତ୍ତା ଦିଆଯିବ। କିନ୍ତୁ ରୁଷ୍‌ର ଏହି ଦାବିକୁ ୟୁକ୍ରେନ୍‌ ଖଣ୍ଡନ କରିଛି। ଆଜବଷ୍ଟଲ ଷ୍ଟିଲ୍ ପ୍ଲାଣ୍ଟରେ ରୁଷ୍‌ର ଆକ୍ରମଣ ଜାରି ରହିଛି ବୋଲି ୟୁକ୍ରେନ ଅଭିଯୋଗ କରିଛି। ଆହତ ସୈନିକ ଏବଂ ନାଗରିକ ଆଜବଷ୍ଟଲ୍‌ ଷ୍ଟିଲ୍‌ ପ୍ଲାଣ୍ଟ୍‌ ଛାଡ଼ିବାପାଇଁ ଏକ ମାନବୀୟ କରିଡର ଖୋଲିବାକୁ ରୁଷ୍‌କୁ ଅନୁରୋଧ କରାଯାଇଥିଲା। କିନ୍ତୁ ରୁଷ୍‌ ଏଥିରେ ରାଜି ହୋଇ ନଥିଲା। ଆଜବଷ୍ଟଲ୍‌ରୁ ଆଜି ମାନବୀୟ କରିଡର ଖୋଲିବା ପାଇଁ କୌଣସି ପ୍ରକାର ଚୁକ୍ତି ହୋଇନାହିଁ ବୋଲି ୟୁକ୍ରେନ୍‌ ଉପପ୍ରଧାନମନ୍ତ୍ରୀ ଇରିନା ଭେରେସ୍ଚୁକ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ସପ୍ତାହରେ ଆଜବଷ୍ଟଲ୍‌ ଷ୍ଟିଲ୍‌ ପ୍ଲାଣ୍ଟ୍‌କୁ ଛାଡ଼ିଦେଲେ ମାରିୟୁପୋଲ୍‌ର ଅନ୍ୟ ସମସ୍ତ ଅଞ୍ଚଳକୁ ରୁଷ୍‌ ନିଜ ନିୟନ୍ତ୍ରଣକୁ ନେଇଥିବା ଘୋଷଣା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe