Image Courtesy of NDTV
କିବ୍: ଜନସ୍ଥାନାନ୍ତରଣ ନିମନ୍ତେ ଆଜି ୟୁକ୍ରେନ୍ର କିବ୍, ମାରିଉପୋଲ୍, ଖାର୍କିଭ୍ ଏବଂ ସୁମିର ବିଭିନ୍ନ ଅଞ୍ଚଳରେ ପୂର୍ବାହ୍ନ ୧୦ରୁ (ଭାରତୀୟ ସମୟ ଦିନ ୧୨.୩୦) ମସ୍କୋ ଅସ୍ତ୍ରବିରତି ଘୋଷଣା କରିଛି।
ଏହା ବ୍ୟତିରେକେ, ଫ୍ରାନ୍ସ୍ର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ଅନୁରୋଧକ୍ରମେ ୟୁକ୍ରେନ୍ରେ କେତେଗୁଡ଼ିଏ ମାନବୀୟ କରିଡର୍ ଖୋଲିବାକୁ ମଧ୍ୟ ରୁଷ୍ ସେନା ଘୋଷଣା କରିଛି ବୋଲି ‘ସ୍ପୁଟ୍ନିକ୍’ ରିପୋର୍ଟ କରିଛି।
ଉଲ୍ଲେଖଯୋଗ୍ୟ, ୟୁକ୍ରେନ୍ରେ ଫସି ରହିଯାଇଥିବା ଭାରତୀୟ ଶିକ୍ଷାର୍ଥୀମାନଙ୍କ ସ୍ଥାନାନ୍ତରଣ ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ୟୁକ୍ରେନ୍ ଓ ରୁଷ୍ ରାଷ୍ଟ୍ରପତିମାନଙ୍କ ସହିତ ଟେଲିଫୋନ୍ରେ କଥାବାର୍ତ୍ତା କରିବେ। ପ୍ରାପ୍ତ ସୂଚନା ଅନୁସାରେ, ଦିନ ୧୧.୩୦ରେ ପ୍ରଧାନମନ୍ତ୍ରୀ ମୋଦୀ ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କୁ ଏବଂ ଦିନ ୧.୩୦ରେ ରୁଷ୍ର ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କୁ ଫୋନ୍ କରିବେ।
Image Courtesy of Zee Newsଗତରାତିରେ ଦକ୍ଷିଣ ୟୁକ୍ରେନୀୟ ନଗରୀ ମିକୋଲୈଭ୍ରେ ରୁଷୀୟ ତୋପ ଆକ୍ରମଣ ଫଳରେ ଆବାସିକ କୋଠାରେ ଅଗ୍ନିକାଣ୍ଡ ଘଟିଥିବା କଥା ୟୁକ୍ରେନର ‘ଷ୍ଟେଟ୍ ଏମର୍ଜେନ୍ସି ସର୍ଭିସ୍’ କହିଛି।
ଖାର୍କିଭ୍ରେ ଗତରାତିରେ ବୋମା ବର୍ଷଣ ଯୋଗୁଁ ଅନ୍ୟୂନ ୮ଜଣ ଲୋକ ପ୍ରାଣ ହରାଇଥିବା କଥା ‘ନେକ୍ଷ୍ଟା’ ଗଣମାଧ୍ୟମ ସଂସ୍ଥାନ ରିପୋର୍ଟ କରିଛି।
ଯୁଦ୍ଧ ଯୋଗୁଁ ୟୁକ୍ରେନ୍ ଅର୍ଥନୀତିରେ ପଡ଼ିଥିବା ଆର୍ଥିକ ଚାପ ମେଣ୍ଟାଇବା ପାଇଁ ଇଂଲଣ୍ଡ୍ ୧୦୦ ନିୟୁତ ଡଲାର୍ ପ୍ରଦାନ କରିଥିବା କଥା ଇଂଲଣ୍ଡ୍ର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଜି ଘୋଷଣା କରିଛି।
Follow Us