ଚୀନ୍‌କୁ ଅସ୍ତ୍ର ମାଗିଥିଲା ରୁଷ୍‌!

Advertisment

ଏହା ଆମେରିକା ଗଣମାଧ୍ୟମର ମିଥ୍ୟା ପ୍ରଚାର: ଚୀନ୍‌, ବେଜିଂକୁ କିଛି ସାମରିକ ସାହାଯ୍ୟ ମାଗିନୁ: ରୁଷ୍

ଏହା ଆମେରିକା ଗଣମାଧ୍ୟମର ମିଥ୍ୟା ପ୍ରଚାର: ଚୀନ୍‌, ବେଜିଂକୁ କିଛି ସାମରିକ ସାହାଯ୍ୟ ମାଗିନୁ: ରୁଷ୍

ଚୀନ୍-ରୁଷ୍‌ ନୂତନ ବନ୍ଧୁତାର ପରଖ

NDTV.com

ନୂଆଦିଲ୍ଲୀ: ୟୁକ୍ରେନ୍‌ରେ ସାମରିକ କାର୍ଯ୍ୟାନୁଷ୍ଠାନ ରୁଷ୍‌ ତା’ର ବନ୍ଧୁରାଷ୍ଟ୍ର ଚୀନ୍‌କୁ ଅସ୍ତ୍ରଶସ୍ତ୍ର ଓ ଆର୍ଥିକ ସାହାଯ୍ୟ ମାଗିଛି। ରବିବାର ଆମେରିକା ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି। କିନ୍ତୁ ବେଜିଂ ସିଧାସଳଖ ଏ ଖବରକୁ ପ୍ରତ୍ୟାଖ୍ୟାନ କରିବା ସହ ୟୁକ୍ରେନ୍ ଯୁଦ୍ଧରେ ଚୀନ୍‌ର ସମ୍ପୃକ୍ତିକୁ ଯୋଡ଼ିବା ପାଇଁ ଏହା ଆମେରିକା ଦ୍ବାରା ପ୍ରସାରିତ ମିଥ୍ୟା ଖବର ବୋଲି କହିଛି। ରୁଷ୍‌ ମଧ୍ୟ ଏହି ଖବରକୁ ଅସ୍ବୀକାର କରିଛି। ଚୀନ୍ ବିଦେଶ ମନ୍ତ୍ରଣାଳୟର ଜନୈକ ମୁଖପାତ୍ର କହିଛନ୍ତି ଯେ, ୟୁକ୍ରେନ୍ ପ୍ରସଙ୍ଗରେ ଚୀନ୍‌ର ସମ୍ପୃକ୍ତିକୁ ଯୋଡ଼ିବା ପାଇଁ ମନ୍ଦ ଉଦ୍ଦେଶ୍ୟ ରଖି ଆମେରିକା ମିଥ୍ୟା ଖବର ପ୍ରସାରଣ କରୁଛି। ଅପରପକ୍ଷେ କ୍ରେମ୍‌ଲିନ୍ ମୁଖପାତ୍ର ଡିମିଟ୍ରି ପେସ୍କୋଭ କହିଛନ୍ତି ଯେ, ୟୁକ୍ରେନ୍‌ରେ ସବୁ ଲକ୍ଷ୍ୟ ହାସଲ କରିବା ପାଇଁ ରୁଷ୍‌ ପାଖରେ ଯଥେଷ୍ଟ ଅସ୍ତ୍ରଶସ୍ତ୍ର ଓ ସମ୍ବଳ ଅଛି। ତାକୁ କାହା ପାଖରେ ହାତ ପତେଇବାକୁ ପଡ଼ିବନି।

ସୂଚନାଯୋଗ୍ୟ ଆଜି ପୂର୍ବାହ୍ଣରେ ଆମେରିକାର ଅଧିକାରୀମାନେ ଗଣମାଧ୍ୟମକୁ କହିଥିଲେ ଯେ, ୟୁକ୍ରେନ୍ ଯୁଦ୍ଧ ପାଇଁ ରୁଷ୍‌ ଚୀନ୍‌କୁ ସାମରିକ ଓ ଆର୍ଥିକ ସାହାଯ୍ୟ ମାଗୁଛି। ଚୀନ୍ ରୁଷ୍‌ର ୟୁକ୍ରେନ୍ ଆକ୍ରମଣକୁ ନିନ୍ଦା କରିବାକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିବା ସହ ନାଟୋର ପୂର୍ବ ଆଡ଼କୁ ସମ୍ପ୍ରସାରଣକୁ ନିନ୍ଦା କରିଛି। ନାଟୋର ସମ୍ପ୍ରସାରଣ ଯୋଜନା ଯୋଗୁ ହିଁ ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଲାଗିଛି ବୋଲି ଚୀନ୍ ଅଭିଯୋଗ କରୁଛି। ଯୁଦ୍ଧ ବନ୍ଦ କରିବା ପାଇଁ କୂଟନୈତିକ ଉଦ୍ୟମ ଅବ୍ୟାହତ ରହିଛି। ରୁଷ୍‌ ଓ ୟୁକ୍ରେନ୍‌ ପ୍ରତିନିଧିଙ୍କ ମଧ୍ୟରେ ପୁଣି ଥରେ କଥାବାର୍ତ୍ତା ହେବାକୁ ଯାଉଛି। ଅପରପକ୍ଷେ ୟୁକ୍ରେନ୍ ଅଭିଯୋଗ କରିଛି ଯେ, ରାଜଧାନୀର ଉତ୍ତର-ପୂର୍ବସ୍ଥ ଚେର୍ଣ୍ଣିହିବଠାରେ ଥିବା ବିମାନବନ୍ଦର ଉପରେ ରୁଷ୍‌ ଏୟାର୍ ଷ୍ଟ୍ରାଇକ୍ କରିବା ସହ ମିକୋଲାୟିଭ ସହର ଉପରେ ଆକ୍ରମଣ କରିଛି। ରୁଷ୍‌ ଫେବ୍ରୁଆରି ୨୪ରୁ ଆକ୍ରମଣ ଆରମ୍ଭ କରିବା ପରଠାରୁ ମାରିୟୁପୋଲର କୃଷ୍ଣସାଗର ବନ୍ଦର ସହରର ୨,୫୦୦ ବାସିନ୍ଦା ଜୀବନ ହରାଇଲେଣି ବୋଲି ରାଷ୍ଟ୍ରପତିଙ୍କ ଉପଦେଷ୍ଟା ଓଲେକ୍ସି ଆରେଷ୍ଟୋଭିଚ କହିଛନ୍ତି।

ଜାତିସଂଘର ଶରଣାର୍ଥୀ ଏଜେନ୍ସି ୟୁଏନ୍‌ଏଚ୍‌ସିଆର୍ ସୂଚନା ଦେଇଛି ଯେ, ଶନିବାର ସୁଦ୍ଧା ପ୍ରାୟ ୨.୭ ନିୟୁତ ଲୋକ ୟୁକ୍ରେନ୍ ଛାଡ଼ି ପଳାଇଲେଣି ଏବଂ ସେମାନଙ୍କ ମଧ୍ୟରୁ ୧.୭ ନିୟୁତ ପୋଲାଣ୍ଡ ଯାଇଛନ୍ତି। ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି ସୋମବାର ନାଟୋକୁ ପୁଣି ୟୁକ୍ରେନ୍ ଆକାଶକୁ ନୋ-ଫ୍ଲାଇ ଜୋନ୍ ଘୋଷଣା କରିବା ପାଇଁ ଅନୁରୋଧ କରିଥିଲେ। ପୋଲାଣ୍ଡ ସୀମାରେ ଥିବା ୟୁକ୍ରେନ୍‌ର ସାମରିକ ଘାଟି ଉପରେ ରୁଷୀୟ ବାହିନୀ ଏୟାର୍ ଷ୍ଟ୍ରାଇକ୍ କରିବା ପରେ ସେମାନେ ନାଟୋ ସଦସ୍ୟଭୁକ୍ତ ରାଷ୍ଟ୍ରକୁ ବି ଆକ୍ରମଣ କରିପାରନ୍ତି ବୋଲି ଜେଲେନ୍‌ସ୍କି ଚେତାବନୀ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe