India not stopped buying oil from Russia: ରୁଷଠାରୁ ତେଲ କିଣିବା ବନ୍ଦ କରିନି ଭାରତ: ଆମେରିକା ଦାବି ନେଇ ପୁଟିନ ସରକାରଙ୍କ ସ୍ପଷ୍ଟ ଜବାବ

Advertisment

ରୁଷ କହିଛି ଯେ, ଭାରତ ଆମଠାରୁ ତେଲ କ୍ରୟ ବନ୍ଦ କରିବା ପାଇଁ କୌଣସି ସଙ୍କେତ ଦେଇନାହିଁ। ରୁଷ ଆମେରିକାର ଦାବିକୁ ପ୍ରତ୍ୟାଖ୍ୟାନ କରିଛି। ଆମେରିକା କହିଥିଲା, ଭାରତ ରୁଷ ଅଶୋଧିତ ତେଲ କିଣିବା ବନ୍ଦ କରିବାକୁ ରାଜି ହୋଇଛି।

ରୁଷ କହିଛି ଯେ, ଭାରତ ଆମଠାରୁ ତେଲ କ୍ରୟ ବନ୍ଦ କରିବା ପାଇଁ କୌଣସି ସଙ୍କେତ ଦେଇନାହିଁ। ରୁଷ ଆମେରିକାର ଦାବିକୁ ପ୍ରତ୍ୟାଖ୍ୟାନ କରିଛି। ଆମେରିକା କହିଥିଲା, ଭାରତ ରୁଷ ଅଶୋଧିତ ତେଲ କିଣିବା ବନ୍ଦ କରିବାକୁ ରାଜି ହୋଇଛି।

India not stopped buying oil from Russia

India not stopped buying oil from Russia

ମସ୍କୋ: ରୁଷ କହିଛି ଯେ, ଭାରତ ଆମଠାରୁ ତେଲ କ୍ରୟ ବନ୍ଦ କରିବା ପାଇଁ କୌଣସି ସଙ୍କେତ ଦେଇନାହିଁ। ରୁଷ ଆମେରିକାର ଦାବିକୁ ପ୍ରତ୍ୟାଖ୍ୟାନ କରିଛି। ଆମେରିକା କହିଥିଲା, ଭାରତ ରୁଷ ଅଶୋଧିତ ତେଲ କିଣିବା ବନ୍ଦ କରିବାକୁ ରାଜି ହୋଇଛି। ରୁଷ କହିଛି ଭାରତର ସ୍ଥିତିରେ କୌଣସି ପରିବର୍ତ୍ତନ ଆମେ ଦେଖୁନାହୁଁ। ରୁଷର ଏହି ବିବୃତି ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ଦାବିର ଜବାବରେ ଆସିଛି। ରୁବିଓ କହିଥିଲେ, ଭାରତ ରୁଷରୁ ତେଲ କିଣିବା ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଛି।

ରୁଷର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖାରୋଭା କହିଛନ୍ତି, ରୁଷର ଶକ୍ତି ଆମଦାନୀ ଉପରେ ନୂଆଦିଲ୍ଲୀ ନିଜର ସ୍ଥିତିରେ ପରିବର୍ତ୍ତନ କରିଛି ବୋଲି ବିଶ୍ୱାସ କରିବାର କୌଣସି କାରଣ ନାହିଁ। ଭାରତ ଦ୍ୱାରା ରୁଷ ହାଇଡ୍ରୋକାର୍ବନ କ୍ରୟ ଉଭୟ ଦେଶକୁ ଲାଭପ୍ରଦାନ କରିବା ସହିତ ଅନ୍ତର୍ଜାତୀୟ ଶକ୍ତି ବଜାରରେ ସ୍ଥିରତା ବଜାୟ ରଖିବାରେ ସାହାଯ୍ୟ କରୁଛି।

ଆମେରିକା ବକ୍ତବ୍ୟର କୌଣସି ଅର୍ଥ ନାହିଁ

ମାରିଆ କହିଛନ୍ତି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ଦାବିରେ କିଛି ନୂତନତା ନାହିଁ । ସେଭଳି ବକ୍ତବ୍ୟର କୌଣସି ଅର୍ଥ ନାହିଁ। ସେମାନେ ଲଗାତାର ସ୍ବତନ୍ତ୍ର ଦେଶଗୁଡ଼ିକୁ ନିର୍ଦ୍ଦେଶ ଦେବାର ମନୋଭାବ ଗ୍ରହଣ କରୁଛନ୍ତି।

ଆମେରିକା-ଭାରତ ଚୁକ୍ତି ପରେ, ଟ୍ରମ୍ପ ପ୍ରଶାସନ ବାରମ୍ବାର କହିଛ ଯେ ନୂଆଦିଲ୍ଲୀ ରୁଷିଆ ଅଶୋଧିତ ତୈଳ ଆମଦାନୀ ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଛି। ଆମେରିକା କହିଛି,ଭାରତ ରୁଷିଆରୁ ତେଲ କିଣିବା ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଥିବାରୁ ଭାରତର ସାମଗ୍ରୀ ଉପରେ ଶୁଳ୍କ ହ୍ରାସ କରାଯାଇଛି।

ଭାରତର ମତ କ’ଣ?

ଭାରତ ସରକାର ସ୍ପଷ୍ଟ କରିନାହାନ୍ତି, ଆମେରିକାକୁ ରୁଷୀୟ ଅଶୋଧିତ ତୈଳ ଆମଦାନୀ ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଛି କି ଡୋନାଲ୍ଡ ଟ୍ରମ୍ପଙ୍କ ଦାବି ମିଥ୍ୟା। ନୂଆଦିଲ୍ଲୀ କେବଳ କହିଛି ଯେ, ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏକ ଭଲ ଚୁକ୍ତି ଆଧାରରେ କ୍ରୟ କରାଯିବ।

ଆହୁରି ପଢ଼ନ୍ତୁ: Supreme Court notice to Shami: ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ସୁପ୍ରିମକୋର୍ଟଙ୍କ ‌ନୋଟିସ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe