ଭିନିତ୍ସିୟା ସହର ଉପରେ ୮ଟି କ୍ଷେପଣାସ୍ତ୍ର ମାଡ଼ କଲା ରୁଷ, ଧ୍ବଂସ ହେଲା ବିମାନବନ୍ଦର

Advertisment

ମାରିୟୁପୋଲରେ ଦ୍ବିତୀୟ ଥର ପାଇଁ ଅଟକିଲା ଜନସ୍ଥାନାନ୍ତରଣ

ମାରିୟୁପୋଲରେ ଦ୍ବିତୀୟ ଥର ପାଇଁ ଅଟକିଲା ଜନସ୍ଥାନାନ୍ତରଣ

ଭିନିତ୍ସିୟା ସହର ଉପରେ ୮ଟି କ୍ଷେପଣାସ୍ତ୍ର ମାଡ଼ କଲା ରୁଷ, ଧ୍ବଂସ ହେଲା ବିମାନବନ୍ଦର

indiatoday

ନୂଆଦିିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ୧୧ଦିନ ହେଲାଣି ଯୁଦ୍ଧ ଜାରି ରହିଛି। ରୁଷର ସେନା ଏକ ବିପର୍ଯ୍ୟୟ ପରି ୟୁକ୍ରେନ ସହରରେ ପ୍ରବେଶ କରିଛି। ରୁଷ ସେନାର ବୋମା ଏବଂ କ୍ଷେପଣାସ୍ତ୍ର ୟୁକ୍ରେନ ସହରଗୁଡିକୁ ନଷ୍ଟ କରିଚାଲିଛି। ଦୁଇ ଥର ଶାନ୍ତି ଆଲୋଚନା ବିଫଳ ହେବା ପରେ ରୁଷ ୟୁକ୍ରେନ ସହର ଉପରେ ଆକ୍ରମଣକୁ ତୀବ୍ର କରିଛି। ଆଜି ରୁଷର ସୈନ୍ୟବାହିନୀ ୟୁକ୍ରେନର ଭିନିତ୍ସିୟା ସହରକୁ ବୋମା ମାଡ କରିବା ସହ କ୍ଷେପଣାସ୍ତ୍ର ମାଡ଼ କରିଥିବା ଜଣାପଡ଼ିଛି।

ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି ଯେ, ଭିନିତ୍ସିୟା ସହର ଉପରକୁ ରୁଷ ୮ଟି କ୍ରୁଜ କ୍ଷେପଣାସ୍ତ୍ର ମାଡ଼ କରିଛି। ଏହି ଆକ୍ରମଣରେ ଭିନିତ୍ସିୟା ବିମାନବନ୍ଦର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ନୋ-ଫ୍ଲାଏ ଜୋନ୍ ଘୋଷଣା ପାଇଁ ରାଷ୍ଟ୍ରପତି ଜେଲେନସ୍କି ପୁଣିଥରେ ନାଟୋକୁ ନିବେଦନ କରିଛନ୍ତି। ସେ କହିଛନ୍ତି, ଆମର ଲୋକମାନଙ୍କୁ ସୁରକ୍ଷା ଦେବା କିମ୍ବା ଅନ୍ତତଃ ପକ୍ଷେ ବିମାନ ଯୋଗାଇଦେବା ଆପଣଙ୍କ କର୍ତ୍ତବ୍ୟ। ଯଦି ଆପଣ ତାହା କରିବେ ନାହିଁ, ତେବେ ଆମେ ଏମିତି ଧିରେ ଧିରେ ମୃତ୍ୟୁବରଣ କରୁ ବୋଲି ଆପଣ ଚାହୁଁଥିବା ଜାଣିଯିବୁ।

ଏହା ପୂର୍ବରୁ ଜେଲେନସ୍କି କହିଥିଲେ ଯେ କଏଦ ହୋଇଥିବା ଲୋକଙ୍କଠାରୁ ୟୁକ୍ରେନ ମାନଚିତ୍ର ଏବଂ ରେକର୍ଡଗୁଡିକୁ ଛଡ଼ାଇ ନେଇଛି ରୁଷ। ରୁଷ ଏବେ ଓଡେସା ଉପରେ ବୋମା ପକାଇବାକୁ ଯୋଜନା କରୁଛି। ଏହା ସହ ରୁଷର ଅସ୍ତ୍ରବିରତି ଉଲଂଘନ ପାଇଁ ମାରିୟୁପୋଲରେ ଦ୍ବିତୀୟ ଥର ପାଇଁ ସ୍ଥାନାନ୍ତର କାମ ରୋକାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe