Image Courtesy of India Today
ନୂଆଦିଲ୍ଲୀ: ୟୁକ୍ରେନ୍ରେ ‘ଟିଓଏସ୍-୧ଏ ୱିପନ୍ ସିଷ୍ଟମ୍’ ବ୍ୟବହୃତ ହୋଇଥିବା କଥା ରୁଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ ସୁନିଶ୍ଚିତ କରିଥିବା କଥା ଇଂଲଣ୍ଡ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଟୁଇଟ୍ କରିଛି। ‘ଟିଓଏସ୍-୧ଏ ୱିପନ୍ ସିଷ୍ଟମ୍’ରେ ନିକ୍ଷେପ ହେଉଥିବା ‘ଥର୍ମୋବେରିକ୍ ରକେଟ୍’ ବା ‘ଭାକ୍ୟୁମ୍ ବମ୍’ ଭୀଷଣ ପୋଡ଼ାଜଳା ଏବଂ ବିସ୍ଫୋରଣ କରିଥାଏ।
ଆଗରୁ ୟୁକ୍ରେନ୍ ମଧ୍ୟ ଦର୍ଶାଇ ଥିଲା ଯେ, ରୁଷ୍ ‘ଥର୍ମୋବେରିକ୍ ୱିପନ୍ସ୍ ସିଷ୍ଟମ୍’ ବ୍ୟବହାର କରୁଛି। ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ୟୁକ୍ରେନ୍ର ରାଷ୍ଟ୍ରଦୂତ ଓକ୍ସାନା ମାର୍କାରୋଭା ଅଭିଯୋଗ କରିଥିଲେ, ମସ୍କୋ ‘ଥର୍ମୋବେରିକ୍ ୱିପନ୍’ ବ୍ୟବହାର କରିଛି। ଆଜି ସେମାନେ ‘ଭାକ୍ୟୁମ୍ ବମ୍’ ବ୍ୟବହାର କରିଛନ୍ତି। ରୁଷ୍ ୟୁକ୍ରେନ୍ରେ ବ୍ୟାପକ ଧ୍ବଂସଲୀଳା ସୃଷ୍ଟି କରିବାକୁ ଉଦ୍ୟମ କରୁଛି।
Image Courtesy of New York Postସୂଚନାଯୋଗ୍ୟ, ‘ଭାକ୍ୟୁମ୍ ବମ୍’ ବା ‘ଥର୍ମୋବେରିକ୍ ୱିପନ୍’ ଉଚ୍ଚ ତାପମାତ୍ରାର ବିସ୍ଫୋରଣ ଘଟାଇବା ଲାଗି ଚର୍ତୁପାର୍ଶ୍ବସ୍ଥ ବାୟୁରୁ ଅମ୍ଳଜାନ ଶୋଷି ନେଇଥାଏ। ସାଧାରଣ ବିସ୍ଫୋରକ ଅପେକ୍ଷା ‘ଭାକ୍ୟୁମ୍ ବମ୍’ ବିସ୍ଫୋରଣଜନିତ ତରଙ୍ଗ ଦୀର୍ଘ ସମୟ ରହୁଥିବାରୁ ମଣିଷ ଶରୀରୁ ଜଳୀୟ ଅଂଶ ଶୋଷିନେବାକୁ ସମର୍ଥ ହୋଇଥାଏ। ବିଶେଷକରି, ନଗରାଞ୍ଚଳ ପରିବେଶରେ ଏହା ମାରତ୍ମକ ପରିସ୍ଥିତି ସୃଷ୍ଟି କରିଥାଏ।
ୟୁକ୍ରେନ୍ରେ ‘ଥର୍ମୋବେରିକ୍ ୱିପନ୍’ ନିକ୍ଷେପ ସାମର୍ଥ୍ୟ ଥିବା ଲଞ୍ଚର୍ ଥିବା କଥା ଆଗରୁ ଯୁକ୍ତରାଷ୍ଟ୍ର ଆମେରିକାର ସରକାରୀ ଅଧିକାରୀମାନେ କହିଥିଲେ। କିନ୍ତୁ, ସେଗୁଡ଼ିକୁ ବ୍ୟବହାର କରାଯାଇଛି କି, ନାହିଁ ସେମାନେ କହିପାରି ନ ଥିଲେ।
Follow Us