ଅଧିକ ସୈନ୍ୟ ମୁତୟନ କଲା ରୁଷ୍‌: ଖାରକିଭ, କ୍ରାମାଟର୍ସ୍କ‌ରେ ଜୋରଦାର ଆକ୍ରମଣ

Advertisment

ହସ୍ପିଟାଲ୍‌ ଉପରେ ବୋମାବର୍ଷା, ୧୦୫୩ ସାମରିକ ପ୍ରତିଷ୍ଠାନ ଧ୍ବଂସ

ହସ୍ପିଟାଲ୍‌ ଉପରେ ବୋମାବର୍ଷା, ୧୦୫୩ ସାମରିକ ପ୍ରତିଷ୍ଠାନ ଧ୍ବଂସ

ରୁଷ୍‌ ସେନା ଶିବିର ଉପରେ ୟୁକ୍ରେନ୍‌ର ଆକ୍ରମଣ: ଓଡ଼େଶା, ମେ‌ଲିଟୋପୋଲ୍‌ରେ ସ୍ଥିତି ଜଟିଳ

Forbes

କିବ୍‌: ୟୁକ୍ରେନ୍‌ରେ ରୁଷ୍‌ ଯୁଦ୍ଧର ଏକ ନୂଆ ପର୍ଯ୍ୟାୟ ଆରମ୍ଭ କରିଛି। ରୁଷ୍‌ ଅଧିକ ‌ସୈନ୍ୟ ମୁତୟନ କରିଛି। ଆମେରିକାର ଜଣେ ପ୍ରତିରକ୍ଷା ଅଧିକାରୀଙ୍କ ଅନୁଯାୟୀ ରୁଷ୍‌ ଗତ ୨୪ ଘଣ୍ଟା ମଧ୍ୟରେ ଅଧିକ ୨ଟି ଲଢ଼ୁଆ ୟୁନିଟ୍‌ ଯୋଡ଼ିଛି। ଏଥିସହ ୟୁକ୍ରେନ୍‌ରେ ରୁଷ୍‌ର ଲଢ଼ୁଆ ୟୁନିଟ୍‌ ସଂଖ୍ୟା ୭୮ କୁ ବୃଦ୍ଧି ପାଇଛି। ଗତ ସପ୍ତାହରେ ଏହି ସଂଖ୍ୟା ୬୫ ଥିଲା। ଅନ୍ୟପକ୍ଷେ ଡୋନ୍‌ବାସରେ ରୁଷ୍‌ ୧୦ ହଜାରରୁ ୨୦ ହଜାର ବିଦେଶୀ ସୈନିକଙ୍କୁ ମୁତୟନ କରିଛି। ଖାରକିଭ ଏବଂ କ୍ରାମାଟର୍ସ୍କରେ ରୁଷ୍‌ ଭୟଙ୍କର ଆକ୍ରମଣ କରିଛି। ଜାପୋରିଝିଆ ଏବଂ ଡୋନବାସ୍‌ର ନିପ୍ରୋ ପଶ୍ଚିମରେ ମଧ୍ୟ କ୍ଷେପଣାସ୍ତ୍ର ମାଡ଼ କରିଛି। ଆଜି ସକାଳେ ମାଇକୋଲେବରେ ରୁଷ୍‌ ଅନେକ ଥର ବିସ୍ଫୋରଣ କରିଛି। ବଶଟାଙ୍କା ନିକଟସ୍ଥ ଏକ ସହରରେ ଥିବା ହସ୍ପିଟାଲ୍‌ ଉପରେ ଆଜି ରୁଷ୍‌ ଗୋଳାବର୍ଷା କରିଛି। ମାରିୟୁପୋଲ୍‌ରେ ଅନବରତ ‌ଗୋଳାବର୍ଷା ହେଉଛି। ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର ମେଜର ଜେନେରାଲ୍‌ ଇଗୋର କୋନାଶେନକଭ କହିଛନ୍ତି, ରୁଷ୍‌ ସେନା ୟୁକ୍ରେନ୍‌ର ଏକାଧିକ ସାମରିକ ପ୍ରତିଷ୍ଠାନ ଧ୍ବଂସ କରିଦେଇଛନ୍ତି। ଗୋଟିଏ ରାତିରେ ରୁଷ୍‌ ୧୦୫୩ ସାମରିକ ପ୍ରତିଷ୍ଠାନ ଉପରେ ବୋମା ବର୍ଷା କରିଛି। ୧୦୬ ଆଟାକ୍‌ ପୋଷ୍ଟ୍‌କୁ ଧ୍ବଂସ କରିଦେଇଛି।

ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି ଦେଶକୁ ଉଦ୍‌ବୋଧନ ଦେଇ କହିଛନ୍ତି, ରୁଷ୍‌ ଆମ ବିରୋଧରେ ଲଢ଼ିବାପାଇଁ ସବୁ ଶକ୍ତି ଖଟାଇ ଦେଇଛି। ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ୍‌ କରୁଥିବା କହୁଥିଲେ ବି ଜନବସତି ଅଞ୍ଚଳକୁ ଟାର୍ଗେଟ୍‌ କରି ଶତାଧିକ ଲୋକଙ୍କୁ ହତ୍ୟା କରୁଛି। ରୁଷ୍‌ ସେନା ବିଶ୍ବରେ ସବୁଠାରୁ ଅମାନବୀୟ ବୋଲି ଜେଲେନ୍‌ସ୍କି କହିଛନ୍ତି। ଡୋନବାସରେ ରୁଷ୍‌ ବିଜୟ ହାସଲ କଲେ ୟୁକ୍ରେନ୍‌ ଏହାର ଶିଳ୍ପ ସମ୍ପଦ ତଥା ଖଣି, ଧାତବ ପ୍ଲାଣ୍ଟ୍‌ ଆଦି ହରାଇ ଦେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe