ୟୁକ୍ରେନ୍‌ରେ ଫସିଥିବା ଭାରତୀୟ ଏବଂ ଅନ୍ୟ ବିଦେଶୀ ଶିକ୍ଷାର୍ଥୀଙ୍କ ସ୍ଥାନାନ୍ତରଣ ପାଇଁ ପ୍ରସ୍ତୁତ ବୋଲି ଜାତିସଂଘ ନିରାପତ୍ତା ପରିଷଦ୍‌କୁ ଜଣାଇଲା ରୁଷ୍‌

Advertisment
ୟୁକ୍ରେନ୍‌ରେ ଫସିଥିବା ଭାରତୀୟ ଏବଂ ଅନ୍ୟ ବିଦେଶୀ ଶିକ୍ଷାର୍ଥୀଙ୍କ ସ୍ଥାନାନ୍ତରଣ ପାଇଁ ପ୍ରସ୍ତୁତ ବୋଲି ଜାତିସଂଘ ନିରାପତ୍ତା ପରିଷଦ୍‌କୁ ଜଣାଇଲା ରୁଷ୍‌

Image Courtesy of India Today

ନ୍ୟୁୟର୍କ: ପୂର୍ବାଞ୍ଚଳ ୟୁକ୍ରେନୀୟ ସହର ଖାର୍କିଭ୍‌ ଏବଂ ସୁମିରେ ଫସି ରହିଥିବା ଭାରତୀୟ ଓ ଅନ୍ୟ ବିଦେଶୀ ଶିକ୍ଷାର୍ଥୀଙ୍କୁ ସ୍ଥାନାନ୍ତରଣ କରିବା ଲାଗି ୟୁକ୍ରେନ୍ରେ ପ୍ରବେଶ କରିବା ଲାଗି ‘କ୍ରସିଙ୍ଗ୍‌ ପଏଣ୍ଟ୍‌’ଗୁଡ଼ିକରେ ରୁଷୀୟ ବସ୍‌ ସବୁ ପ୍ରସ୍ତୁତ କରି ରଖାଯାଇଥିବା କଥା ରୁଷ୍‌ ଜାତିସଂଘ ନିରାପତ୍ତା ପରିଷଦ୍‌କୁ ସୂଚନା ଦେଇଛି।

ଶୁକ୍ରବାର ଦିନ ୧୫ଟି ଦେଶର ସଦସ୍ୟ ଥିବା ଜାତିସଂଘ ନିରାପତ୍ତା ପରିଷଦ୍‌ର ଜରୁରୀ ବୈଠକ ବସିଥିଲା। ଆଲ୍‌ବାନିଆ, ଫ୍ରାନ୍ସ୍‌, ଆୟର୍ଲାଣ୍ଡ୍‌, ନର୍‌ୱେ, ଇଂଲଣ୍ଡ୍‌ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଏହି ବୈଠକ ଡକାଇଥିଲେ।

ବୈଠକରେ ରୁଷ୍‌ର ସ୍ଥାୟୀ ପ୍ରତିନିଧି ଭାସିଲି ନେବେଞ୍ଜିଆ କହିଲେ ଯେ, ୟୁକ୍ରେନ୍‌ରେ ଫସି ରହିଥିବା ବିଦେଶୀ ଛାତ୍ରଛାତ୍ରୀଙ୍କ ଶାନ୍ତିପୂର୍ଣ୍ଣ ସ୍ଥାନାନ୍ତରଣ ନିମନ୍ତେ ରୁଷୀୟ ସେନା ସବୁ ପ୍ରକାର ଉଦ୍ୟମ କରୁଛି।

ସଦ୍ୟତମ ସୂଚନା ଅନୁସାରେ, ସାଧାରଣ ନାଗରିକମାନେ ୟୁକ୍ରେନୀୟ ନଗରୀ ମାରିଉପୋଲ୍‌ ଏବଂ ଭୋଲ୍‌ନୋଭାଖା ଛାଡ଼ି ଚାଲିଯିବାକୁ ସୁଯୋଗ ଦେବା ପାଇଁ ସାମୟିକ ଭାବେ ଅସ୍ତ୍ରବିରତି ଘୋଷଣା କରିବା ପରେ ସେଠାରେ ଜନସ୍ଥାନାନ୍ତରଣ ଆରମ୍ଭ ହୋଇଛି।

publive-image Image Courtesy of India Today

ରାଷ୍ଟ୍ରାୟତ ଖବର ସରବରାହ ସଂସ୍ଥାନ ‘ସ୍ପୁଟ୍‌ନିକ୍‌’ ରିପୋର୍ଟ ଅନୁସାରେ, ଆଜି ମାର୍ଚ ୫ ତାରିଖ ମସ୍କୋ ସମୟ ପୂର୍ବାହ୍ନ ୧୦ଟା ବେଳେ ରୁଷୀୟ ପକ୍ଷ ଅସ୍ତ୍ରବିରତି ଘୋଷଣା କରିବା ସହ ମାରିଉପୋଲ୍‌ ଏବଂ ଭୋଲ୍‌ନୋଭାଖାରୁ ସାଧାରଣ ନାଗରିକମାନଙ୍କ ପ୍ରସ୍ଥାନ ଲାଗି ମାନବୀୟ କରିଡର୍‌ ଉନ୍ମୁକ୍ତ କରିଥିବା କଥା ରୁଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି।

ଏହାକୁ ୟୁକ୍ରେନୀୟ ପକ୍ଷ ମଧ୍ୟ ସମ୍ମିତି ପ୍ରଦାନ କରିଛି। ୟୁକ୍ରେନୀୟ ରାଷ୍ଟ୍ରପତୀୟ ସହଯୋଗୀ ମିଖାଇଲ୍‌ ପୋଡୋଲିୟାକ୍ କହିଛନ୍ତି ଯେ, ମାରିଉପୋଲ୍‌ରୁ ୨ ଲକ୍ଷ ଏବଂ ଭୋଲ୍‌ନୋଭାଖାରୁ ୨୦ ହଜାର ଜନତାଙ୍କୁ ସ୍ଥାନାନ୍ତରଣ ପାଇଁ ଉଦ୍ୟମ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe