Image Courtesy of NDTV
ୱସିଂଟନ୍: ଆକ୍ରମଣ ସମୟରେ କେଉଁ ୟୁକ୍ରେନୀୟମାନଙ୍କୁ ହତ୍ୟା କରାଯିବ ଓ କେଉଁମାନଙ୍କୁ କ୍ୟାମ୍ପ୍କୁ ପଠାଯିବ ରୁଷ୍ ତା’ର ତାଲିକା ପ୍ରସ୍ତୁତ କରିସାରିଛି ବୋଲି ସୂଚନା ପାଇଥିବା କଥା ଜଣାଇ ଯୁକ୍ତରାଷ୍ଟ୍ର ଆମେରିକା ଜାତିସଂଘକୁ ସତର୍କ କରାଇଦେଇଛି।
ରବିବାର ଦିନ ଜାତିସଂଘର ମାନବ ଅଧିକାର ମୁଖ୍ୟଙ୍କ ନିକଟକୁ ଆସିଥିବା ଏକ ପତ୍ରରେ ୱାସିଂଟନ୍ କହିଛି ଯେ, ମାନବ ଅଧିକାର ଉପରେ ସମ୍ଭାବ୍ୟ ବିପତ୍ତି ଆଶଙ୍କା କରି ଯୁକ୍ତରାଷ୍ଟ୍ର ଆମେରିକା ଖୁବ୍ ଚିନ୍ତିତ।
ଏଥିରେ ଉଲ୍ଲେଖ ଅଛି ଯେ, ସାମରିକ ଅଧିକାର ପରେ ହତ୍ୟା କରାଯିବାକୁ ଅଥବା କ୍ୟାମ୍ପ୍କୁ ପଠାଯିବାକୁ ଥିବା ୟୁକ୍ରେନୀୟଙ୍କୁ ଚିହ୍ନଟ କରି ରୁଷୀୟ ସେନା ତାଲିକା ପ୍ରସ୍ତୁତି କରୁଛି ବୋଲି ଆମେରିକା ନିକଟରେ ବିଶ୍ବାସଯୋଗ୍ୟ ସୂଚନା ରହିଛି।
Image Courtesy of Times of Indiaଜାତିସଂଘର ମାନବ ଅଧିକାର ହାଇକମିସନର୍ ମିଶେଲ୍ ବ୍ୟାଚିଲିଟ୍ଙ୍କୁ ସମ୍ବୋଧିତ କରାଯାଇଥିବା ଉକ୍ତ ବାର୍ତ୍ତାରେ ଉଲ୍ଲେଖ ଅଛି, ଶାନ୍ତିପୂର୍ଣ୍ଣ ପ୍ରତିବାଦକୁ ବିକ୍ଷିପ୍ତ କରିବା ଲାଗି ରୁଷୀୟ ସେନା ମାରାତ୍ମକ ପଦକ୍ଷେପ ଗ୍ରହଣ କରିବ ନଚେତ ବେସାମରିକ ଜନସାଧାଣଙ୍କଦ୍ବାରା ଉକ୍ତ ପ୍ରତିବାଦର ମୁକାବିଲା କରାଇବ ବୋଲି ଆମ ନିକଟରେ ବିଶ୍ବାସଯୋଗ୍ୟ ସୂଚନା ରହିଛି।
ଜିନିଭାସ୍ଥିତ ଜାତିସଂଘରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତ ଥିବା ବାଥ୍ସେବା ନେଲ୍ କ୍ରକର୍ସଙ୍କ ସ୍ବାକ୍ଷର ଥିବା ଉକ୍ତ ପତ୍ରରେ ସତର୍କ କରାଇ ଦିଆଯାଇଛି ଯେ, ରୁଷ୍ର ୟୁକ୍ରେନ୍ ଆକ୍ରମଣ ସମୟରେ ଅପହରଣ ଅଥବା ନିର୍ଯାତନା ଭଳି ଉତ୍ପୀଡ଼ନ ଦିଆଯିବ। ସେମାନେ ରାଜନୈତିକ ପ୍ରତିବାଦକାରୀ, ଧାର୍ମିକ ଏବଂ ଆଦିମ ସଂଖ୍ୟଲଘୁ ସମ୍ପ୍ରଦାୟଙ୍କୁ ମଧ୍ୟ ଆକ୍ରମଣ କରିପାରନ୍ତି।
ସୂଚନାଯୋଗ୍ୟ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ପାଶ୍ଚାତ୍ୟ ରାଷ୍ଟ୍ରସମୂହଙ୍କ ଆକଳନ ଅନୁସାରେ, କେତେ ସପ୍ତାହ ତଳେ ରୁଷ୍ ୟୁକ୍ରେନ୍ ସୀମାନ୍ତରେ ୧୫୦,୦୦୦ ସୈନିକ ମୁତୟନ କରିଛି।
ସେପଟେ ମସ୍କୋ କହୁଛି କି, ତା’ର ୟୁକ୍ରେନ୍ ଆକ୍ରମଣ ପାଇଁ ଯୋଜନା ନାହିଁ। କିନ୍ତୁ, ୟୁକ୍ରେନ୍ କେବେହେଲେ ‘ନାଟୋ’ରେ ଯୋଗ ଦେବନାହିଁ ଏବଂ ପାଶ୍ଚାତ୍ୟ ଦେଶସମୂହ ପୂର୍ବାଞ୍ଚଳ ୟୁରୋପ୍ରୁ ସେନା ଅପସାରଣ କରୁ ବୋଲି ରୁଷ୍ ଗ୍ୟାରେଣ୍ଟି ଚାହୁଁଛି। ମାତ୍ର ପାଶ୍ଚାତ୍ୟ ରାଷ୍ଟ୍ରମାନେ ଏହି ଦାବିକୁ ଅଗ୍ରାହ୍ୟ କରିଛନ୍ତି।
Follow Us