ବୁସା ପରେ ବୋରଡିଆ‌ଙ୍କା; ରୁଷ୍‌ ବର୍ବରତାର ସୀମା ନାହିଁ: ଜେଲେନ୍‌ସ୍କି

Advertisment
ବୁସା ପରେ ବୋରଡିଆ‌ଙ୍କା; ରୁଷ୍‌ ବର୍ବରତାର ସୀମା ନାହିଁ: ଜେଲେନ୍‌ସ୍କି

Telegraph India

କିବ୍‌: ୟୁକ୍ରେନ୍‌ର ରାଜଧାନୀ କିବ୍‌ ଦଖଲ ପାଇଁ ରୁଷ୍‌ ବିଫଳ ହୋଇଥିବା ବେଳେ ଏହାର ନିକଟବର୍ତ୍ତୀ ୨ଟି ପ୍ରମୁଖ ସହର ବୁସା ଏବଂ ବୋରଡିଆଙ୍କାରେ ଭୟାନକ ଆକ୍ରମଣ କରିଛି। ଏହି ଦୁଇ ସହରକୁ ରୁଷ୍‌ ସେନା ଖାଲି କରିବା ପୂର୍ବରୁ ବର୍ବରତାର ସୀମା ଟପିଛନ୍ତି। ବୁସା ପରେ ବୋରଡିଆଙ୍କାରେ ରୁଷ୍‌ ନରସଂହାର ଘଟାଇଥିବା ତଥ୍ୟ ସାମ୍ନାକୁ ଆସିଛି ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି କହିଛନ୍ତି। ବୋରଡିଆଙ୍କାରେ ବୁସାଠାରୁ ଆହୁରି ବେଶୀ ଖରାପ୍‌ ସ୍ଥିତି ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି। ବୋରଡିଆଙ୍କାର ବିଭିନ୍ନ ଅଂଚଳରେ ରୁଷ୍‌ର ଧ୍ବଂସଲୀଳା ଖୁବ୍‌ ଶୀଘ୍ର ପଦାକୁ ଆସିବ ବୋଲି ସେ କହିଛନ୍ତି। ବୋରଡିଆଙ୍କାରେ ଧ୍ବସ୍ତ କୋଠା ସବୁ ସଫା କରିବା କାମ ଆରମ୍ଭ ହୋଇଛି। ଅଧିକାଂଶ ରୁଷ୍‌ ସୈନିକ ମଧ୍ୟ ଏହି ସହରରେ ନିହତ ହୋଇଛନ୍ତି। ବୋରଡିଆଙ୍କାରୁ ଏକ ଭିଡିଓ ଜାରି ହୋଇଛି।

ଉଦ୍ଧାରକାରୀ ଦଳ ଭାରୀ ଉପକରଣ ଧରି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଶତାଧିକ ଲୋକ ଭଗ୍ନ କୋଠା ତଳେ ‌ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି। ୟୁକ୍ରେନ୍‌ ସେନା କିବ୍‌ ନିକଟସ୍ଥ ସହରଗୁଡ଼ିକୁ ପୁଣି ନିୟନ୍ତ୍ରଣକୁ ନେବାପରେ ସେମାନେ ରୁଷ୍‌ ବାହିନୀର ଭୟଙ୍କର ଅତ୍ୟାଚାରର ପର୍ଦ୍ଦାଫାସ କରୁଛନ୍ତି। ରୁଷ୍‌ ବାହିନୀ ଉତ୍ତର ସହର ଚେର୍ନିହିବକୁ ପୂରା ଧ୍ବଂସ କରିଦେଇଛନ୍ତି। ସେଠାରେ କୌଣସି ଅଂଚଳ ରକ୍ଷା ପାଇନାହିଁ। ଇତି ମଧ୍ୟରେ ବୁସା ମେୟର କହିଛନ୍ତି, ୩ଟି ସ୍ଥାନରେ ଗଣହତ୍ୟା କରାଯାଇଛି। ଅଧିକାଂଶ ବ୍ୟକ୍ତି ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି। ମେୟର ‌ଆନାଟୋଲି ଫେଡୋରୁକ କହିଛନ୍ତି, ବୁସାରେ ମୃତ ନାଗରିକଙ୍କ ସଂଖ୍ୟା ୩୨୦ରେ ପହଞ୍ଚିଛି। ରୁଷ୍‌ ଏବେ କିବ୍‌ରୁ ସେନା ପ୍ରତ୍ୟାହାର କରିବାପରେ ଡୋନେସ୍କ ଏବଂ ଲୁହାନସ୍କ ଅଞ୍ଚଳକୁ ଦଖଲ କରିବାପାଇଁ ଲକ୍ଷ୍ୟ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe