୪ ଦିନ ଯୁଦ୍ଧବିରତି ପାଇଁ ଜାତିସଂଘ ମୁଖ୍ୟଙ୍କ ଅନୁରୋଧକୁ ରୁଷ୍‌ର ପ୍ରତ୍ୟାଖ୍ୟାନ

Advertisment

ୟୁକ୍ରେନ୍‌ କେବଳ ଅଧିକ ଅସ୍ତ୍ର ପାଇଁ ସମୟ ଚାହୁଛି

ୟୁକ୍ରେନ୍‌ କେବଳ ଅଧିକ ଅସ୍ତ୍ର ପାଇଁ ସମୟ ଚାହୁଛି

ୟୁକ୍ରେନ୍‌ରେ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି: ରୁବିଜ୍‌ନିରେ ରୁଷ୍‌ର ଅନବରତ ଗୋଳାବର୍ଷା

The Hans India

ନୂଆଦିଲ୍ଲୀ: ୟୁକ୍ରେନ୍‌ରୁ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଏବଂ ମାନବୀୟ ସହଯୋଗ ପଠାଇବା ପାଇଁ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗଟର୍ସ ୪ ଦିନ ଯୁଦ୍ଧବିରତି ପାଇଁ କହିଥିଲେ। କିନ୍ତୁ ରୁଷ୍‌ ଜାତିସଂଘ ମୁଖ୍ୟଙ୍କ ଏହି ଯୁଦ୍ଧବିରତି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି। ରୁଷ୍‌ କହିଛି, ଯୁଦ୍ଧବିରତି ପାଇଁ ଯେଉଁ ଅନୁରୋଧ କରାଯାଇଛି ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ। ଜାତିସଂଘରେ ରୁଷ୍‌ର ଉପ ରାଷ୍ଟ୍ରଦୂତ ଡିମିଟ୍ରି ପଲିଆନସ୍କି କହିଛନ୍ତି, ୟୁକ୍ରେନ୍‌ କେବଳ ଅଧିକ ଅସ୍ତ୍ର ପାଇବାପାଇଁ ସମୟ ଚାହୁଛି। ରୁଷ୍‌ ଯୁଦ୍ଧବିରତି କରିବନି ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଛି। ଉଲ୍ଲେଖଯୋଗ୍ୟ ଯେ ଗଟର୍ସ କହିଥିଲେ ୟୁକ୍ରେନରେ ଏବେ ୧୨ ନିୟୁତରୁ ଅଧିକ ଲୋକଙ୍କ ପାଇଁ ମାନବୀୟ ସହାୟତା ଆବଶ୍ୟକ। ଏହି ସଂଖ୍ୟା ଆଗକୁ୧୫.୭ ନିୟୁତକୁ ବଢ଼ିବ। ଲୋକଙ୍କ ନିକଟରେ ଖାଦ୍ୟ ନାହିଁ କି ପାଣି ନାହିଁ। ଅସୁସ୍ଥଙ୍କୁ ଚିକିତ୍ସା କରିବାପାଇଁ ଔଷଧ ବି ନାହିଁ। ତେଣୁ ଗଟର୍ସ ୟୁକ୍ରେନ୍‌ରେ ୪ ଦିନ ଯୁଦ୍ଧବିରତି ପାଇଁ ଅନୁରୋଧ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe