Advertisment

America Opposed: ଆମେରିକାର ଗ୍ରିନ୍‌ଲାଣ୍ଡ ଦଖଲ ଉଦ୍ୟମକୁ ରୁଷ୍‌ର ବିରୋଧ

Advertisment

ସୁରକ୍ଷା କାରଣ ପାଇଁ ଆମେରିକା ଗ୍ରିନ୍‌ଲାଣ୍ଡ ଦଖଲ ପାଇଁ କହିଥିବାବେଳେ ଏହାକୁ ରୁଷ୍‌ ବିରୋଧ କରିଛି। ଗ୍ରିନଲାଣ୍ଡ୍‌ ଡେନମାର୍କର ଏକ ଅଭିନ୍ନ ଅଂଶ ବୋଲି ରୁଷ୍‌ ଘୋଷଣା କରିଛି। ବିଶ୍ବର ସବୁଠାରୁ ବୃହତ୍ତମ ଦ୍ବୀପ ଗ୍ରିନଲାଣ୍ଡ ଦଖଲ ସଂକ୍ରାନ୍ତ ଆମେରିକାର ଉଦ୍ୟମକୁ ରୁଷ୍‌ ପ୍ରଥମ ଥର

ସୁରକ୍ଷା କାରଣ ପାଇଁ ଆମେରିକା ଗ୍ରିନ୍‌ଲାଣ୍ଡ ଦଖଲ ପାଇଁ କହିଥିବାବେଳେ ଏହାକୁ ରୁଷ୍‌ ବିରୋଧ କରିଛି। ଗ୍ରିନଲାଣ୍ଡ୍‌ ଡେନମାର୍କର ଏକ ଅଭିନ୍ନ ଅଂଶ ବୋଲି ରୁଷ୍‌ ଘୋଷଣା କରିଛି। ବିଶ୍ବର ସବୁଠାରୁ ବୃହତ୍ତମ ଦ୍ବୀପ ଗ୍ରିନଲାଣ୍ଡ ଦଖଲ ସଂକ୍ରାନ୍ତ ଆମେରିକାର ଉଦ୍ୟମକୁ ରୁଷ୍‌ ପ୍ରଥମ ଥର

16bbs_58_16012026_112

ନୂଆଦିଲ୍ଲୀ: ସୁରକ୍ଷା କାରଣ ପାଇଁ ଆମେରିକା ଗ୍ରିନ୍‌ଲାଣ୍ଡ ଦଖଲ ପାଇଁ କହିଥିବାବେଳେ ଏହାକୁ ରୁଷ୍‌ ବିରୋଧ କରିଛି। ଗ୍ରିନଲାଣ୍ଡ୍‌ ଡେନମାର୍କର ଏକ ଅଭିନ୍ନ ଅଂଶ ବୋଲି ରୁଷ୍‌ ଘୋଷଣା କରିଛି। ବିଶ୍ବର ସବୁଠାରୁ ବୃହତ୍ତମ ଦ୍ବୀପ ଗ୍ରିନଲାଣ୍ଡ ଦଖଲ ସଂକ୍ରାନ୍ତ ଆମେରିକାର ଉଦ୍ୟମକୁ ରୁଷ୍‌ ପ୍ରଥମ ଥର ପାଇଁ ଖୋଲାଖୋଲି ବିରୋଧ କରିଛି। ରୁଷ୍‌ କହିଛି ଯେ ଅନ୍ତର୍ଜାତୀୟ ଦୃଷ୍ଟିକୋଣରୁ ଏହି ଦ୍ବୀପ‌ରେ ସୁରକ୍ଷା ସ୍ଥିତି ଅତ୍ୟନ୍ତ ଅସାଧାରଣ ରହିଛି।

ରୁଷ୍‌ ଏବଂ ଚୀନ୍‌ ଗ୍ରିନ୍‌ଲାଣ୍ଡକୁ ଧମକାଉଛନ୍ତି ବୋଲି ପଶ୍ଚିମ ରାଷ୍ଟ୍ର ଦାବି କରିବା ଅଗ୍ରହଣୀୟ। ଉକ୍ତ ଅଞ୍ଚଳକୁ ନେଇ ଯେଉଁ ସଙ୍କଟ ଦେଖାଦେଇଛି ସେଥିରୁ ପଶ୍ଚିମ ଶକ୍ତିମାନଙ୍କର ଦୋମୁହାଁ ନୀତି ଧରା ପଡ଼ିଯାଇଥିବା ରୁଷ୍‌ କହିଛି। ରୁଷ୍‌ ବିଦେଶ ମନ୍ତ୍ରାଳୟର ସୂଚନା ଏବଂ ପ୍ରେସ୍‌ ବିଭାଗ ନିର୍ଦ୍ଦେଶକ ମାରିଆ ଜାଖାରୋଭା ନିୟମ ଆଧାରିତ ଅନ୍ତର୍ଜାତୀୟ ନିର୍ଦ୍ଦେଶକୁ କଡ଼ା ସମାଲୋଚନା କରିଛନ୍ତି। ଏହା ପଶ୍ଚିମ ରାଷ୍ଟ୍ରମାନଙ୍କ ଦ୍ବାରା ସମର୍ଥିତ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: Toll Gate: ଆଉ ଟୋଲ୍ ଗେଟରେ ଲାଗିବନି ଗାଡ଼ିର ଭିଡ଼...ଏପ୍ରିଲରୁ ଟୋଲ୍‌ ବୁଥ୍‌ରେ ନଗଦ ଟଙ୍କା ନିଷିଦ୍ଧ ! କେବଳ ଫାସ୍‌ଟ୍ୟାଗ୍‌...

ପଦାରେ ପଡ଼ିଲା ଅନ୍ତର୍ଜାତୀୟ ଶୃଙ୍ଖଳାର ବିଫଳତା

ଏକ୍ସରେ ଏକ ପୋଷ୍ଟ୍‌ କରି ରୁଷ ବିଦେଶ ମନ୍ତ୍ରାଳୟ କହିଛି ଯେ ଗ୍ରିନ୍‌ଲାଣ୍ଡରେ ବର୍ତ୍ତମାନର ଉତ୍ତେଜନା ପାଶ୍ଚାତ୍ୟ ରାଷ୍ଟ୍ରର ନିୟମ ଆାଧାରିତ ଅନ୍ତର୍ଜାତୀୟ ଶୃଙ୍ଖଳାର ବିଫଳତାକୁ ପଦାରେ ପକାଇ ଦେଇଛି। ତେବେ ଗ୍ରିନ୍‌ଲାଣ୍ଡ ଦଖଲ ପାଇଁ ଆମେରିକାର ଚାପ ମଧ୍ୟରେ କେବଳ ରୁଷ୍‌ ନୁହେଁ ଡେନମାର୍କର ନାଟୋ ସହ‌ଯୋଗୀ ରାଷ୍ଟ୍ରମାନେ ମଧ୍ୟ ଗ୍ରିନଲାଣ୍ଡକୁ ସୈନ୍ୟ ପଠାଇଛନ୍ତି। ଗ୍ରିନଲାଣ୍ଡକୁ ଏବେ ଫ୍ରାନ୍ସ, ଜର୍ମାନୀ ଏବଂ ଇଂଲଣ୍ଡ ସୈନ୍ୟଦଳ ପଠାଇଛନ୍ତି। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ବିଦେଶ ସଚିବ ମାର୍କୋ ରୁବିଓଙ୍କ ସହ ଡେନମାର୍କ ଏବଂ ଗ୍ରିନ୍‌ଲାଣ୍ଡର ପ୍ରତିନିଧିମାନଙ୍କର ବୈଠକ ପରେ ଏହି ପଦକ୍ଷେପ ଗ୍ରହଣ ହୋଇଛି।

ଆହୁରି ପଢ଼ନ୍ତୁ: Hockey India League: ଆସନ୍ତାକାଲି ଠାରୁ କଳିଙ୍ଗରେ ହକି ଇଣ୍ଡିଆ ଲିଗ୍‌ ଲଢ଼େଇ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe