Image Courtesy of Republic World
ମସ୍କୋ: ଉପରାଷ୍ଟ୍ରପତି କମଳା ହାରିସ୍ ଏବଂ ‘ମେଟା’ ସିଇଓ ମାର୍କ ଜୁକରବର୍ଗଙ୍କ ସମେତ ୨୯ଜଣ ଆମେରିକୀୟ ନାଗରିକ ଓ ୬୧ଜଣ କାନଡୀୟ ନାଗରିକଙ୍କ ଉପରେ ରୁଷ୍ ବ୍ୟକ୍ତିଗତ କଟକଣା ଜାରି କରିଥିବା କଥା ରୁଷୀୟ ବୈଦେଶିକ ମନ୍ତ୍ରାଳୟ କହିଛି।
ରୁଷୀୟ ବୈଦେଶିକ ମନ୍ତ୍ରାଳୟ ବିବୃତିରୁ ଉଦ୍ଧୃତ କରି ‘ସିନ୍ହୁଆ ନିଉଜ୍ ଏଜେନ୍ସି’ ରିପୋର୍ଟ କରିଛି: ଯୁକ୍ତରାଷ୍ଟ୍ର ଆମେରିକାର ଜୋ’ ବାଇଡେନ୍ ପ୍ରଶାସନଦ୍ବାରା ଜାରି ରୁଷୀୟ ବିରୋଧୀ କଟକଣାର ପ୍ରତ୍ୟୁତ୍ତରରେ ସମୁଦାୟ ୨୯ଜଣ ଆମେରିକୀୟ ନାଗରିକଙ୍କୁ ରୁଷ୍ର ‘ଷ୍ଟପ୍ ଲିଷ୍ଟ୍’ରେ ଅନ୍ତର୍ଭୁକ୍ତ କରାଯାଇଛି।
Image Courtesy of Idaho Pressରୁଷ୍ ବିରୋଧରେ ଅପ୍ରାସଙ୍ଗିକ ଘୃଣା ମନୋଭାବ ପୋଷଣ କରୁଥିବା ଶୀର୍ଷସ୍ତରୀୟ ଆମେରିକୀୟ ନେତା, ବ୍ୟବସାୟୀ, ବିଶେଷଜ୍ଞ ଏବଂ ସାମ୍ବାଦିକମାନେ ତଥା ଅନେକ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ପତି ଓ ପତ୍ନୀମାନେ ଉପରୋକ୍ତ ତାଲିକାଭୁକ୍ତ ହୋଇଛନ୍ତି। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସେମାନେ ରୁଷ୍ରେ ପ୍ରବେଶ କରି ପାରିବେ ନାହିଁ।
ସେହିପରି, ରୁଷ୍ ବିରୋଧରେ ଅପ୍ରାସଙ୍ଗିକ ଘୃଣା ମନୋଭାବର ପ୍ରସାର କରୁଥିବା ପ୍ରତିବାଦରେ କାନଡାର ଦଳେ ସରକାରୀ ଅଧିକାରୀ, ପ୍ରତିରକ୍ଷା ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ‘ଷ୍ଟପ୍ ଲିଷ୍ଟ୍’ ଅନ୍ତର୍ଭୁକ୍ତ କରାଯାଇଛି। ସମୁଦାୟ ୬୧ଜଣ କାନଡୀୟ ନାଗରିକମାନ ପ୍ରତି ରୁଷ୍ ପ୍ରବେଶ ନିଷେଧ ଆଦେଶ ଜାରି କରାଯାଇଛି।
ବୈଦେଶିକ ମନ୍ତ୍ରାଳୟ କହିଛି, ଯୁକ୍ତରାଷ୍ଟ୍ର ଆମେରିକା ଓ କାନଡାର ତିକ୍ତତାଭରା ପଦକ୍ଷେପର ପ୍ରତ୍ୟୁତ୍ତରସ୍ବରୂପ ନିକଟ ଭବିଷ୍ୟତରେ ‘ଷ୍ଟପ୍ ଲିଷ୍ଟ୍’କୁ ସମ୍ପ୍ରସାରଣ କରାଯିବ।
Follow Us