ରୁଷ୍‌ ପରକୁ ଯେଉଁ ଦୋଷ ଦେଉଛି, ସେ ନିଜେ ହିଁ ତାହା: ଜେଲେନ୍‌ସ୍କି

Advertisment
ସମାଧାନ କରି ନପାରିଲେ ଜାତିସଂଘ ବନ୍ଦହେଉ: ଜେଲେନ୍‌ସ୍କି

Image Courtesy of India Today

ନୂଆଦିଲ୍ଲୀ: ୟୁ‌କ୍ରେନ୍‌ ରାସାୟନିକ ଅସ୍ତ୍ରଦ୍ବାରା ଆକ୍ରମଣ କରିବ ବୋଲି ରୁଷ୍‌ କରିଥିବା ଅଭିଯୋଗକୁ  ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ ଅସ୍ବୀକାର କରି କହିଛନ୍ତି, ୟୁକ୍ରେନ୍‌ ଜୈବ-ରସାୟନ ଅସ୍ତ୍ରଶସ୍ତ୍ର କିଂବା ପ୍ରଳୟ ଆଣିବା ଭଳି ଅନ୍ୟ କୌଣସି ପ୍ରକାର ଅସ୍ତ୍ର ନିର୍ମାଣ କରିନାହିଁ।

ଜାତି ଉଦ୍ଦେଶ୍ୟରେ ଦେଇଥିବା ଅଭିଭାଷଣରେ ଜେଲେନ୍‌ସ୍କି କହିଛନ୍ତି, ମୁଁ ଗୋଟାଏ ସହନଶୀଳ ଦେଶ ଓ ଜନସାଧାରଣଙ୍କ ରାଷ୍ଟ୍ରପତି। ଆଉ ଦୁଇଟି ପିଲାଙ୍କ ବାପ ମଧ୍ୟ। ପ୍ରଳୟ ଆଣିବା ଭଳି କ‌ୌଣସି ରାସାୟନିକ ଅଥବା ଅନ୍ୟ କୌଣସି ଅସ୍ତ୍ରଶସ୍ତ୍ର ମୋ ଦେଶରେ ନିର୍ମାଣ ହେଉନାହିଁ। ସମଗ୍ର ବିଶ୍ବ ଏ କଥା ଜାଣେ। ଯଦି ରୁଷ୍‌ ଆମ ବିରୁଦ୍ଧରେ ସେଭଳି କିଛି କରେ, ତେବେ ଆହୁରି ଅଧିକ କଟକଣାର ସମ୍ମୁଖୀନ ହେବ। ରୁଷ୍‌ ପରକୁ ଯେଉଁ ଦୋଷ ଦେଉଛି, ସେ ନିଜେ ହିଁ ତାହା।

publive-image Image Courtesy of The Mercury News

ୟୁକ୍ରେନ୍‌ ‘ପ୍ଲୁଟୋନିୟମ୍’ ଆଧାରିତ ଆଣବିକ ଅସ୍ତ୍ର ‘ଡାର୍ଟି ବମ୍‌’ ନିର୍ମାଣ କରିବାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ରୁଷୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ଜେଲେନ୍‌ସ୍କି ଉପରୋକ୍ତ ବିବୃତି ଦେଇଛନ୍ତି। କିନ୍ତୁ, ଏହି ରିପୋର୍ଟ କେଉଁ ସୂତ୍ରରୁ ମିଳିଛି କିଂବା ଏଭଳି ଦାବିକୁ ପ୍ରମାଣ କରିବା ଲାଗି କୌଣସି ତଥ୍ୟାବଳୀ ଦିଆଯାଇ ନାହିଁ।

ଏଭଳି ରିପୋର୍ଟକୁ ଅସ୍ବୀକାର କରି ଭୋଲୋଡିମିର୍‌ ଜେଲେନ୍‌ସ୍କି ଆଜି କହିଛନ୍ତି, ଏଭଳି ଅଭିଯୋଗ ମତେ ଖୁବ୍‌ ବିବ୍ରତ କରୁଛି।

ପୂର୍ବରୁ ମଧ୍ୟ ୟୁକ୍ରେନୀୟ ସରକାର କହିଥିଲେ, ନ୍ୟୁକ୍ଲିୟର୍‌ କ୍ଲବ୍‌ରେ ଯୋଗ ଦେବା ପାଇଁ ତାଙ୍କର ଯୋଜନା ନାହିଁ। ସୋଭିଏତ୍‌ ଦେଶର ପତନ ପରେ ୧୯୯୪ରୁ ୟୁକ୍ରେନ୍‌ ଆଣବିକ ଅସ୍ତ୍ରଶସ୍ତ୍ର ପରିତ୍ୟାଗ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe