ଋଷିଆ ରକେଟରେ ତ୍ରିରଙ୍ଗା, ବିରୋଧ କରୁଥିବାରୁ ହଟିଲା ଆମେରିକା, ବ୍ରିଟେନ ଓ ଜାପାନର ଜାତୀୟ ପତାକା

Advertisment
ଋଷିଆ ରକେଟରେ ତ୍ରିରଙ୍ଗା, ବିରୋଧ କରୁଥିବାରୁ ହଟିଲା ଆମେରିକା, ବ୍ରିଟେନ ଓ ଜାପାନର ଜାତୀୟ ପତାକା

ନୂଆଦିଲ୍ଲୀ: ଋଷିଆ ରକେଟରେ ନଜର ଆସିଲା ତ୍ରିରଙ୍ଗା। ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଅନ୍ୟ ଦେଶ ସିଧାସଳଖ ଭାବରେ ଋଷକୁ ବିରୋଧ କରିଥିଲେ ବି ଏଭଳି କରିବାରେ ପଛରେ ରହିଛି ଭାରତ। ଏମିତିକି ସୁରକ୍ଷିତ ଭାବେ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷ ରାଷ୍ଟ୍ରପତି ପୁଟିନଙ୍କ ସଂପର୍କରେ ରହିଛନ୍ତି। ଏହି ଦୁଇ ଦେଶ ଯୁଦ୍ଧ ସମୟରେ ବି ଏପର୍ଯ୍ୟନ୍ତ ନିଜ ସଂପର୍କକୁ ସୁରକ୍ଷିତ ରଖିବାରେ ସଫଳ ରହିଥିବା ବେଳେ ଆମେରିକା, ବ୍ରିଟେନ ଓ ଜାପାନ ଭଳି ଦେଶ ସିଧାସଳଖ ଋଷକୁ ଟାର୍ଗେଟ କରିଛନ୍ତି।

ଆର୍ଥିକ କଟକଣା ଲଗାଇବା ସହ ଅନେକ ପ୍ରକଳ୍ପକୁ ରୋକିଦେଇଥିବାରୁ ଏବେ ଋଷ ମଧ୍ୟ ସେମାନଙ୍କୁ ଜବାବ ଦେବାକୁ ଅଣ୍ଟା ଭିିଡ଼ିଛି। ଋଷ ପୂର୍ବରୁ ନିଜର ସ୍ପେସ୍ ରକେଟରେ ଆମେରିକା, ବ୍ରିଟେନ ଓ ଜାପାନର ଜାତୀୟ ପତାକା ରଖିଥିଲେ ବି ଏବେ ତାହାକୁ ହଟାଇ ଦେଇଛି। ଏବେ କେବଳ ତ୍ରିରଙ୍ଗକୁ ସ୍ପେସ୍ ରକେଟରେ ରଖାଯାଇଥିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ରସକୋମୋସର ମୁଖ୍ୟ ଡିମିଟ୍ରି ରୋଗୋଜିନ୍ ଟ୍ୱିଟରରେ ସେୟାର କରିଥିବା ଏକ ଭିଡିଓରେ ଏହା ଦେଖିବାକୁ ମିଳିଛି। ଟ୍ବିଟରର କ୍ୟାପସନରେ ଲେଖାଯାଇଛି ଯେ, ବାଇକୋନୁରରେ ଥିବା ଲଞ୍ଚରମାନେ ସ୍ଥିର କରିଛନ୍ତି ଯେ କିଛି ଦେଶର ପତାକା ବିନା ଆମର ରକେଟ୍ ଅଧିକ ସୁନ୍ଦର ଦେଖାଯିବ।

ଏହାପୂର୍ବରୁ ଯୁଦ୍ଧ ବିଧ୍ବସ୍ତ ୟୁକ୍ରେନ ସୀମା ପାର ହୋଇ ପଡ଼ୋଶୀ ରୁମାନିଆର ବୁଚାରେଷ୍ଟରେ ପହଞ୍ଚିଥିବା କେତେକ ଭାରତୀୟ ଛାତ୍ର କହିଥିଲେ ଯେ ତ୍ରିରଙ୍ଗା ଦେଖାଇ ସେମାନେ ଓ କେତେକ ପାକିସ୍ତାନୀ ଓ ତୁର୍କ ଛାତ୍ରଛାତ୍ରୀ ସହଜରେ ୟୁକ୍ରେନ ସୀମା ପାର ହୋଇଯାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe