କରୋନା ମୁକାବିଲା ପାଇଁ ଦ୍ବିତୀୟ ଟିକା ଆଣି ପୁଣି ବିଶ୍ବକୁ ଚକିତ କଲା ଋଷ

Advertisment
କରୋନା ମୁକାବିଲା ପାଇଁ ଦ୍ବିତୀୟ ଟିକା ଆଣି ପୁଣି ବିଶ୍ବକୁ ଚକିତ କଲା ଋଷ

ନୂଆଦିଲ୍ଲୀ: ଋଷ ନିଜର ପ୍ରଥମ ଟିକା ସଫଳତାର ସହ ପ୍ରସ୍ତୁତ କରିସାରିଥିବା ବେଳେ ଏବେ କରୋନାର ମୁକାବିଲା ପାଇଁ ଋଷ ନିଜର ଦ୍ବିତୀୟ ଟିକା ପ୍ରସ୍ତୁତ କରିଛି। ଏହାପୂର୍ବରୁ ଅଗଷ୍ଟ ୧୧ରେ ଋଷିଆ ବିଶ୍ୱର ପ୍ରଥମ କରୋନା ଟିକାର ପଂଜୀକରଣ କରିଥିଲା। ଏ ନେଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଥିଲେ । ଏକ ଟେଲିଭିଜନ ଭାଷଣ ମାଧ୍ୟମରେ ସେ ଏହି ଘୋଷଣା କରିଥିଲେ । ଏଥିସହ ରାଷ୍ଟ୍ରପତି ପୁଟିନଙ୍କ ଝିଅଙ୍କୁ ପ୍ରଥମ ଟିକା ଦିଆଯାଇଥିଲା।

ପ୍ରଥମ ଟିକାକୁ ଋଷିଆର ପ୍ରତିରକ୍ଷା ମନ୍ତ୍ରାଳୟ ଓ ଗାମେଲିଆ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପକ୍ଷରୁ ମିଳିତ ଭାବେ ବିକଶିତ କରାଯାଇଥିଲା । ଏହି ଟିକାକୁ ପ୍ରଥମେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଏବଂ ବରିଷ୍ଠ ନାଗରିକମାନଙ୍କୁ ଦିଆଯିବ ବୋଲି ଋଷ କହିଥିଲେ । ହେଲେ ପ୍ରଥମ ଟିକାରେ ଅନେକ ପାର୍ଶ୍ବ ପ୍ରତିକ୍ରିୟା ଥିବାରୁ ଋଷ ଏବେ ଦ୍ବିତୀୟ ଟିକା ପ୍ରସ୍ତୁତ କରିଛି। ଦ୍ବିତୀୟ ଟିକାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନଥିବା ଦାବି କରିଛି ଋଷ।

ଋଷ ପ୍ରଥମ ଟିକାର ନାଁ 'ସ୍ପୁଟନିକ୫' ଥିବା ବେଳେ ଦ୍ୱିତୀୟ ଟୀକାର ନାମ 'ଏପିଭାକକରୋନା' ରଖାଯାଇଛି | ସାଇବେରିଆର ୱାର୍ଲ୍ଡ କ୍ଲାସ୍ ଭାଇରୋଲୋଜି ଇନଷ୍ଟିଚ୍ୟୁଟ୍ (ଭେକ୍ଟର ଷ୍ଟେଟ୍ ରିସର୍ଚ୍ଚ ସେଣ୍ଟର ଅଫ୍ ଭାଇରୋଲୋଜି ଏବଂ ବାୟୋଟେକ୍ନୋଲୋଜି) ରେ ଋଷ ଏପିଭାକକରୋନା ଟିକା ପ୍ରସ୍ତୁତ କରିଛି।

vaccine aajtak

ଋଷର ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ଟିକା ଦିଆଯାଇଥିବା ୫୭ ସ୍ୱେଚ୍ଛାସେବୀଙ୍କ ମଧ୍ୟରୁ କାହା ପାଖରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇ ନାହିଁ। ସମସ୍ତ ସ୍ୱେଚ୍ଛାସେବୀ ସୁସ୍ଥ ଏବଂ ଭଲ ଅନୁଭବ କରୁଛନ୍ତି। ତେବେ ଏହି  ଟିକାର କ୍ଲିନିକାଲ୍ ପରୀକ୍ଷା ସେପ୍ଟେମ୍ବରରେ ଶେଷ ହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି | ଋଷ ଆଶା କରୁଛି ଯେ ଏହି ଟିକା ଅକ୍ଟୋବର ସୁଦ୍ଧା ପଞ୍ଜୀକୃତ ହେବ ଏବଂ ନଭେମ୍ବରରୁ ଉତ୍ପାଦନ ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe