Image Courtesy of NDTV
କିବ୍: ଗୁରୁବାର ଦିନ ୟୁକ୍ରେନ୍ ନିର୍ମିତ ନେପ୍ଚୁନ୍ ଆଣ୍ଟି-ସିପ୍ ମିସାଇଲ୍ ମାଡ଼ରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିବା ରୁଷ୍ର ଅଗ୍ରଣୀ ଯୁଦ୍ଧପୋତ ‘ଦି ମସ୍କଭା’ କୃଷ୍ଣ ସାଗରରେ ବୁଡ଼ିଯାଇଥିବା କଥା କିବ୍ କହିଛି।
ରୁଷୀୟ ଯୁଦ୍ଧପୋତଟି ବୁଡ଼ି ଯିବାର କିଛି ସମୟ ପରେ କିବ୍ରେ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଭିବାରୁ ସମଗ୍ର ୟୁକ୍ରେନ୍ରେ ବିମାନ ଆକ୍ରମଣ ସତର୍କ ସୂଚନା ବଜାଯାଇଥିଲା। କାରଣ, ରୁଷ୍ ପୁଣି ଥରେ ଆକ୍ରମଣ କଲା ଭାବି ନାଗରିକମାନେ ଆତଙ୍କିତ ହୋଇଯାଇଥିଲେ।
ରୁଷ୍ର ପ୍ରତିରକ୍ଷା ମନ୍ତ୍ରାଳୟ ମଧ୍ୟ କହିଛି, ରୁଷୀୟ ନୌସେନା ଆକ୍ରମଣର ନେତୃତ୍ବ ନେଇଥିବା ସୋଭିଏତ୍ ଅମଳର ଯୁଦ୍ଧପୋତ ‘ଦି ମସ୍କଭା’ରେ ୫୦୦ କ୍ରୁ’ ଥିଲେ। ଯୁଦ୍ଧପୋତରେ ନିଆଁ ଲାଗିଯିବାରୁ ସେମାନଙ୍କୁ ନିରାପଦରେ ସ୍ଥାନାନ୍ତରଣ କରାଯାଇଛି। ଅନ୍ୟ ଜାହାଜଦ୍ବାରା ଟଣା ହୋଇ ବନ୍ଦର ଅଭିମୁଖେ ଯାଉଥିବା ବେଳେ ସମୁଦ୍ରରେ ବତାସିଆ ପାଗ ଲାଗି ରହିବାରୁ ଯୁଦ୍ଧପୋତଟି ବୁଡ଼ି ଯାଇଛି।
Image Courtesy of The Independentଯୁଦ୍ଧପୋତଟି ମିସାଇଲ୍ ମାଡ଼ରେ କ୍ଷତିଗ୍ରସ୍ତ ହୋଇଥିଲା କି, ନାହିଁ ସୁନିଶ୍ଚିତ ନ ହୋଇ ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକା କହିଛି, ଏହି ଘଟଣା ରୁଷ୍ ପାଇଁ ଶକ୍ତ ଧକ୍କା।
ୟୁକ୍ରେନୀୟ ଗଣମାଧ୍ୟମ ‘ଦି କିବ୍ ଇଣ୍ଡିପେଣ୍ଡେଣ୍ଟ୍’ ରିପୋର୍ଟ ଅନୁସାରେ, ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ଯେ, ସେ ମଧ୍ୟ ଯୁଦ୍ଧ-ବିକ୍ଷତ ୟୁକ୍ରେନ୍ ବୁଲି ଯିବାକୁ ପ୍ରସ୍ତୁତ।
ଜାତିସଂଘ ରିପୋର୍ଟ ଅନୁସାରେ, ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ଏପର୍ଯ୍ୟନ୍ତ ପ୍ରାୟ ୫ ନିୟୁତ ଲୋକ ଦେଶ ଛାଡ଼ି ଚାଲିଗଲେଣି। ଏଥିଯୋଗୁଁ ଶରଣାର୍ଥୀ ସମସ୍ୟା ସୃଷ୍ଟି ହୋଇଛି।
ଯୁକ୍ତରାଷ୍ଟ୍ର ଆମେରିକାର ଗୁଇନ୍ଦା ସଂସ୍ଥାନ ‘ସିଆଇଏ’ ସୂଚନା ଦେଇଛି ଯେ, ଏଭଳି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବାରୁ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଆଣବିକ ଅସ୍ତ୍ର ପ୍ରୟୋଗ କରିପାରନ୍ତି।
Follow Us