India-Russia: ସଙ୍କଟ ବେଳେ ଶ୍ରମିକ ସାହା: ଭାରତର ସାହାରା ଲୋଡ଼ୁଛି ଋଷ, କର୍ମକ୍ଷେତ୍ରରେ ଲୋକଙ୍କ ଅଭାବ ପୂରା କରିବ ଭାରତ

Advertisment
India-Russia

India-Russia Photograph: (sambad.in)

ମସ୍କୋ: ୟୁକ୍ରେନ ସହ ଯୁଦ୍ଧ ଓ ଆମେରିକାର ପ୍ରତିବନ୍ଧକ ଯୋଗୁଁ, ରୁଷ ବର୍ତ୍ତମାନ ଏକ ଗୁରୁତର ସଙ୍କଟର ସମ୍ମୁଖୀନ ହେଉଛି। ବର୍ତ୍ତମାନ କର୍ମକ୍ଷେତ୍ରରେ କାମ କରିବା ପାଇଁ ଶ୍ରମିକଙ୍କ ଅଭାବ ଦେଖାଦେଇଛି, ଏବଂ କାମ କରିବା ପାଇଁ ରୁଷ ପର୍ଯ୍ୟାପ୍ତ ଲୋକ ଖୋଜି ପାଉନାହିଁ । ତେଣୁ, ଏହି ଅଭାବ ପୂରଣ କରିବା ପାଇଁ ରୁଷ ଭାରତ ଉପରେ ଆଶା ରଖିଛି। ରୁଷ ରାଷ୍ଟ୍ରଦୂତ ଡେନିସ୍ ଆଲିପୋଭ ଏହି ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଦେଇଛନ୍ତି। ରୁଷର ରାଷ୍ଟ୍ରଦୂତ ଡେନିସ୍ ଆଲିପୋଭ୍ କହିଛନ୍ତି, ବର୍ତ୍ତମାନ ଋଷରେ ୭୦ହଜାରରୁ ଅଧିକ ଭାରତୀୟ କାମ କରୁଛନ୍ତି ଏବଂ ଭବିଷ୍ୟତରେ ଏହି ସଂଖ୍ୟା ବୃଦ୍ଧି ପାଇବାର ଆଶା କରାଯାଉଛି। ବାଣିଜ୍ୟ ଓ ଅର୍ଥନୈତିକ ସମ୍ପର୍କରେ ଦୁଇ ଦେଶର ଆଗ୍ରହ ବୃଦ୍ଧି ପାଇବା ସହିତ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ। ଏହା ମାନବିକ ଓ ବ୍ୟବସାୟିକ ସମ୍ପର୍କକୁ ମଧ୍ୟ ମଜବୁତ କରିବ। ଏହି ପଦକ୍ଷେପ ଦୁଇ ଦେଶ ମଧ୍ୟରେ ଗଭୀର ସହଯୋଗ ଓ ବୁଝାମଣାକୁ ପ୍ରତିଫଳିତ କରେ।

ଭାରତରୁ ଋଷକୁ କେତେ ଶ୍ରମିକ ପଠାଯିବ?

ରୁଷର ସ୍ୱତନ୍ତ୍ର ପ୍ରତିନିଧି ବୋରିସ୍ ଟିଟୋଭଙ୍କ ଅନୁଯାୟୀ, ୨୦୨୬ରେ ଅତି କମରେ ୪୦ହଜାର ଭାରତୀୟ ଶ୍ରମିକ ରୁଷ ଯିବାର ଆଶା ରହିଛି। ମସ୍କୋରେ ଭାରତୀୟ ରାଷ୍ଟ୍ରଦୂତ ବିନୟ କୁମାର ମଧ୍ୟ କହିଛନ୍ତି ଯେ ୨୦୨୫ ଶେଷ ସୁଦ୍ଧା ରୁଷରେ ଭାରତୀୟ ନାଗରିକଙ୍କ ସଂଖ୍ୟା ୭୦ହଜାରରୁ ୮୦ହଜାର ମଧ୍ୟରେ ରହିଛି। ଆଗାମୀ ଦିନରେ ଏହି ସଂଖ୍ୟା ବୃଦ୍ଧି ପାଇବ। ସୂଚନା ଅନୁଯାୟୀ, ୨୦୨୫ ମସିହା ଡିସେମ୍ବର ମାସରେ ପ୍ରଧାନମନ୍ତ୍ରୀ ମୋଦୀ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା। ସେହ ବୈଠକରେ ନିଷ୍ପତ୍ତି ହୋଇଥିଲା କି, ରୁଷ ୨୦୨୬ରେ ୭୦ହଜାରରୁ ଅଧିକ ଭାରତୀୟ ନାଗରିକଙ୍କ ପାଇଁ ଏକ କାର୍ଯ୍ୟ କୋଟା ସ୍ଥିର କରିବ। ଏହି ଆଧାରରେ ବର୍ତ୍ତମାନ ଭାରତୀୟ ନାଗରିକ ଋଷରେ ନିଯୁକ୍ତି ପାଇପାରିବେ।

ରୁଷରେ ଭାରତୀୟ ଶ୍ରମିକଙ୍କ ଦରମା କେତେ?

ରୁଷରେ ଭାରତୀୟ ଶ୍ରମିକଙ୍କ ଦରମା ସେମାନଙ୍କ ଯୋଗ୍ୟତା ଓ କାମର ପ୍ରକାର ଉପରେ ନିର୍ଭର କରେ। ସ୍ୱଳ୍ପ କୁଶଳୀ ଭାରତୀୟ ଶ୍ରମିକମାନେ ସାଧାରଣତଃ ପ୍ରତି ମାସରେ ୪୭୫ ୟୁରୋରୁ ୯୫୦ ୟୁରୋ (୫୫୫ ଡଲାରରୁ ୧,୧୧୧ ଡଲାର) ରୋଜଗାର କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe