ରୁଷ୍‌ କେବେ କାହାକୁ ଆଣବିକ ଅସ୍ତ୍ର ପ୍ରୟୋଗ ଧମକ ଦେଇନାହିଁ: ବୈଦେଶିକ ମନ୍ତ୍ରାଳୟ

Advertisment
ରୁଷ୍‌ କେବେ କାହାକୁ ଆଣବିକ ଅସ୍ତ୍ର ପ୍ରୟୋଗ ଧମକ ଦେଇନାହିଁ: ବୈଦେଶିକ ମନ୍ତ୍ରାଳୟ

Image Courtesy of Zee News

ମସ୍କୋ: ରୁଷ୍‌ କେଭେ କାହାକୁ ଆଣବିକ ଅସ୍ତ୍ର ପ୍ରୟୋଗ କରିବ ବୋଲି ଧମକ ଦେଇନାହିଁ। ମସ୍କୋର ଆଣବିକ ଅସ୍ତ୍ର ପ୍ରୟୋଗ ଆଭିମୁଖ୍ୟ ବୋଲି ଯାହା ପ୍ରଚାର ଚାଲିଛି ତାହା ସମ୍ପୂର୍ଣ୍ଣ କଳ୍ପନାପ୍ରସୂତ ବୋଲି ଶୁକ୍ରବାର ଦିନ ରୁଷୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ରୀ ମାରିଆ ଜାଖାରେଭା କହିଛନ୍ତି।

ରୁଷୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ରୀଙ୍କ ବିବୃତିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି, ୟୁକ୍ରେନ୍‌ ଯୁଦ୍ଧରେ ପରସ୍ପର ଉପରେ ଆଣବିକ ଅସ୍ତ୍ର ପ୍ରୟୋଗ ଧମକ ପରିପ୍ରେକ୍ଷୀରେ ‘ଷ୍ଟେଟ୍‌ ପାର୍ଟିଜ୍‌’ର ସମ୍ମିଳନୀ ଆରମ୍ଭ ହେବାର ଦିନକ ପୂର୍ବରୁ ଉପରୋକ୍ତ ବିବୃତି ସବୁ ଦିଆଯାଇଛି। ଏହାଛଡ଼ା, ସମ୍ମିଳନୀର ଡାଏସ୍‌ରେ ବକ୍ତାମ‌ାନଙ୍କ ବ୍ୟକ୍ତିଗତ ବିବୃତିରେ ମଧ୍ୟ ବକ୍ତାମାନେ କହିଥିଲେ କି, ରୁଷ୍‌ ‘ନ୍ୟୁକ୍ଲିଅର୍‌ ବ୍ଲାକ୍‌ମେଲ୍‌’ (ଆଣବିକ ଅସ୍ତ୍ର ପ୍ରୟୋଗ ପାଇଁ ଧମକ) କଥାଟି ବଡ଼ ବିସ୍ମୟ ସୃଷ୍ଟି କରୁଛି। ଆମେ ପୁନର୍ବାର ଗୁରୁତ୍ବାରୋପ କରି କହୁଛୁ ଯେ, ଆଣବିକ ଅସ୍ତ୍ର ପ୍ରୟୋଗ ପାଇଁ ଆ‌ଦୌ ଧମକ ଦିଆଯାଇ ନାହିଁ କି, ରୁଷ୍‌ ମୁହଁରୁ ସେ କଥା ଶୁଣାଯାଇନାହିଁ।

publive-image Image Courtesy of Business Standard

ଜାଖାରୋଭାଙ୍କ କହିବା ଅନୁସାରେ, ‘ନାଟୋ’ ରାଷ୍ଟ୍ର ସମୂହ ୟୁକ୍ରେନ୍‌ ସଙ୍କଟକୁ ଉତ୍କଟ କରାଇ ରୁଷ୍‌ ବିପକ୍ଷରେ ‘ହାଇବ୍ରିଡ୍‌’ ଅଭିଯାନ ଚଳାଇ ଆପଣାକୁ ‘ଆଣବିକ ମେଣ୍ଟ’ ରାଷ୍ଟ୍ର ବୋଲି ଘୋଷଣା କରିବାରୁ ରୁଷ୍‌ ଆଣବିକ ଅସ୍ତ୍ର ପ୍ରୟୋଗ କରିବ ବୋଲି କାଳ୍ପନିକ ଖବର ପ୍ରଘଟ ହୋଇଥିଲା।

କେହି ପସନ୍ଦ କରନ୍ତୁ କି, ନ କରନ୍ତୁ, ଆଣବିକ ଅସ୍ତ୍ରଶସ୍ତ୍ର ଥିବା ପର୍ଯ୍ୟନ୍ତ ଆଣବିକ ଯୁଦ୍ଧ ଏବଂ ବଡ଼ଧରଣର ଯୁଦ୍ଧ ଏଡ଼ାଇବା ଲାଗି ଏଭଳି କାଳ୍ପନିକ ବା ମନଗଢ଼ା ଖବର ଖୁବ୍‌ ଫଳପ୍ରଦ ହେଉଥିବ। କିନ୍ତୁ, ରୁଷ୍‌ ଆଣବିକ ଅସ୍ତ୍ର ପ୍ରୟୋଗ କରିବ ବୋଲି ଚାଲିଥିବା ପ୍ରଚାର ସମ୍ପୂର୍ଣ୍ଣ ଅଗ୍ରହଣୀୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe