Image Courtesy of India.com
ୱାସିଂଟନ୍: ୟୁକ୍ରେନ୍ ଆକ୍ରମଣ ଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକା ସହ ବିଶ୍ବ ସମୁଦାୟ ମସ୍କୋ ଉପରେ କଠୋର କଟକଣା ଜାରି କରିବା ପରେ ରୁଷ୍ ସମ୍ପ୍ରତି ବୈଶ୍ବିକ ଅର୍ଥନୀତିରୁ ବାସନ୍ଦ ହୋଇଯାଇଛି ଏବଂ ରୁଷୀୟ ମୁଦ୍ରା ରୁବେଲ୍ ଏବେ ମୂଲ୍ୟହୀନ ବୋଲି ଜୋ ବାଇଡେନ୍ଙ୍କ ପ୍ରଶାସନ କହିଛି।
ବାଇଡେନ୍ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଆମର ଐତିହାସିକ ସମ୍ମିଳିତ ଉଦ୍ୟମ ଯୋଗୁଁ ରୁଷ୍ ବିଶ୍ବ ଅର୍ଥନୀତିରୁ ବାସନ୍ଦ ହୋଇଯାଇଛି। ବିଶ୍ବ ଅର୍ଥନୀତିରେ ଅର୍ଦ୍ଧେକରୁ ଅଧିକ ପ୍ରତିନିଧିତ୍ବ କରୁଥିବା ୩୦ରୁ ଊର୍ଦ୍ଧ୍ବ ଦେଶ ଘୋଷଣା କରିଥିବା କଟକଣା ରୁଷ୍ ଅର୍ଥନୀତିକୁ ତୁରନ୍ତ ଟଳମଳ କରିବା ସହ ଆଗାମୀ କେତେ ବର୍ଷ ପାଇଁ ତାକୁ ହାଇ-ଟେକ୍ରୁ ବଞ୍ଚିତ କରି ତା’ର ଅଭିବୃଦ୍ଧି ନଷ୍ଟ ଓ ସାମରିକ ସାମର୍ଥ୍ୟକୁ ଦୁର୍ବଳ କରିପକାଇବ।
Image Courtesy of American City and Countyସାମ୍ବାଦିକମାନଙ୍କୁ ରାଷ୍ଟ୍ରପତି ବାଇଡେନ୍ କହିଛନ୍ତି, ରୁଷ୍ର ବୃହତ୍ତମ ବ୍ୟାଙ୍କ୍ର କାରବାର ଅବରୋଧ କରି ଏବଂ ସମ୍ପତ୍ତି ଅଚଳ କରି ବିଶ୍ବରେ ପୁଟିନଙ୍କ ବ୍ୟବସାୟ କ୍ଷମତାକୁ ବନ୍ଦ କରି ଦେଇଛୁ। କୁହା ଯାଇ ନ ଥିଲେ ବି ପ୍ରମୁଖ କମ୍ପାନି ସବୁ ସମ୍ପୂର୍ଣ୍ଣ ରୂପେ ରୁଷ୍ରୁ ପଳାଇ ଆସିଲେଣି। ଗତ ସପ୍ତାହକ ମଧ୍ୟରେ ଭିସା, ମାଷ୍ଟର୍ କାର୍ଡ ଏବଂ ଆମେରିକାନ୍ ଏକ୍ସପ୍ରେସ୍ ରୁଷ୍ରେ ସେବା ବନ୍ଦ କରି ଦେଇଛନ୍ତି। ‘ଫୋର୍ଡ’ରୁ ଆରମ୍ଭ କରି ‘ନାଇକ୍’ ଏବଂ ‘ଆପ୍ଲ୍’ ଯାଏ ବହୁ ଆମେରିକୀୟ ଏବଂ ବୈଶ୍ବିକ କମ୍ପାନି ସବୁ ସେବା ବନ୍ଦକାରୀ ତାଲିକାଭୁକ୍ତ ହେଉଛନ୍ତି।
ଯୁକ୍ତରାଷ୍ଟ୍ର ଆମେରିକାର ଷ୍ଟକ୍ ଏକ୍ସଚେଞ୍ଜ୍ ଅନେକ ରୁଷୀୟ ସେୟାର୍ କିଣାବିକା ବନ୍ଦ କରି ଦେଇଛି। ରୁଷ୍ର ଯୁଦ୍ଧକୁ ବିରୋଧ କରି ବହୁ ପ୍ରାଇଭେଟ୍ ସେକ୍ଟର୍ ମଧ୍ୟ ଏକତ୍ର ହୋଇଛନ୍ତି।
Follow Us