Image Courtesy of Japan Times
ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଗିରଫ ପରୱାନା ଜାରି କରିବା ପାଇଁ ଅନ୍ତର୍ଜାତୀୟ ଅପରାଧିକ ଅଦାଲତ (ଆଇସିସି) ଦେଇଥିବା ନିଷ୍ପତ୍ତି ଆଇନଗତ ଭାବେ 'ଅବୈଧ' ବୋଲି ରୁଷିଆ ଶୁକ୍ରବାର କହିଛି । ରୁଷର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରୀ ମେଦଭେଦେଭ ମଧ୍ୟ ଟ୍ୱିଟରରେ ଟଏଲେଟ୍ ପେପର ସହ ଏହି ୱାରେଣ୍ଟକୁ ତୁଳନା କରିଛନ୍ତି।
ଅନ୍ତର୍ଜାତୀୟ ଅଦାଲତଙ୍କ ଏହି ନିଷ୍ପତ୍ତିକୁ ନେଇ ରୁଷିଆର ଶୀର୍ଷ ଅଧିକାରୀମାନେ କ୍ଷୁବ୍ଧ ଥିବା ବେଳେ ବିରୋଧୀମାନେ ଏହାକୁ ପ୍ରଶଂସା କରିଛନ୍ତି। କ୍ରେମଲିନର ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଛନ୍ତି, ଅନ୍ୟାନ୍ୟ ଦେଶ ଭଳି ରୁଷିଆ ମଧ୍ୟ ଏହି ଅଦାଲତର ଅଧିକାରକୁ ସ୍ୱୀକୃତି ଦେଉନାହିଁ ଏବଂ ତେଣୁ ଆଇନଗତ ଦୃଷ୍ଟିକୋଣରୁ ଏହି ଅଦାଲତର ନିଷ୍ପତ୍ତି ଅବୈଧ। ରୁଷ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖାରୋଭା କହିଛନ୍ତି ଯେ ଆଇସିସିର ନିଷ୍ପତ୍ତିର ଋଷ ପାଇଁ କୌଣସି ଅର୍ଥ ନାହିଁ । ସେ ଟେଲିଗ୍ରାମରେ କହିଛନ୍ତି ଯେ ରୁଷିଆ ଅନ୍ତର୍ଜାତୀୟ ଅପରାଧିକ ଅଦାଲତର ଏକ ପକ୍ଷ ନୁହେଁ ଏବଂ ଏହା ଅଧୀନରେ ଏହାର କୌଣସି ଦାୟିତ୍ୱ ନାହିଁ ।
ଗତକାଲି ଆଇସିସି ପକ୍ଷରୁ ଯୁଦ୍ଧ ଅପରାଧ ପାଇଁ ପୁଟିନଙ୍କ ନାଁରେ ଗିରଫ ପରଓ୍ବାନା ଜାରି କରାଯାଇଥିଲା ।
Follow Us