Image Courtesy of India Today
ନୂଆଦିଲ୍ଲୀ: ରୁଷ୍ର ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ୍ କହିଛନ୍ତି, ଭୋଲୋଦିମିର୍ ଜେଲେନସ୍କିଙ୍କୁ ତାଙ୍କ ଦେଶ ୟୁକ୍ରେନ୍ର ସାମ୍ବିଧାନିକ ରାଷ୍ଟ୍ରପତି ମର୍ଯ୍ୟାଦା ଦିଏ କିନ୍ତୁ, ରୁଷ୍ର ଏକମାତ୍ର ଉଦ୍ଦେଶ୍ୟ ହେଉଛି ୟୁକ୍ରେନ୍ର ସାମରିକ ଶକ୍ତି ବିଲୋପ କରିବା।
ବୁଧବାର ଦିନ କତାର୍ର ‘ଅଲ୍ ଜଜୀରା ଟିଭି ଚାନେଲ୍’ ସହ ସାକ୍ଷାତ୍କାର ସମୟରେ ଲାଭ୍ରୋଭ୍ କହିଛନ୍ତି, ରୁଷ୍ ଜେଲେନସ୍କିଙ୍କୁ ୟୁକ୍ରେନ୍ର ସାମ୍ବିଧାନିକ ରାଷ୍ଟ୍ରପତି ବୋଲି ସ୍ବୀକାର କରେ। କିନ୍ତୁ, ଦେଶରେ ଚାଲିଥିବା ଗୃହଯୁଦ୍ଧର ଅବସାନ ଘଟାଇବେ ବୋଲି ପ୍ରତିଶ୍ରୁତି ଦେଇ ସେ ଜନସାଧାରଣଙ୍କୁ ମିଛ କହିଛନ୍ତି।
ଭାଷଣରେ ଜେଲେନସ୍କି ରୁଷ୍ ଏବଂ ରୁଷ୍ ରାଜନୈତିକ ନୀତିର ବିରୋଧ ପ୍ରସାର କରିବା ସହିତ ଅତ୍ୟନ୍ତ ବିବାଦୀୟ ମନ୍ତବ୍ୟ ଦେଉଛନ୍ତି। ରୁଷୀୟ ସାମରିକ ଅଭିଯାନର ଲକ୍ଷ୍ୟ ହେଉଛି ୟୁକ୍ରେନ୍କୁ ସାମରିକ ଭାବେ ସାମର୍ଥ୍ୟହୀନ କରିବା ସହ ନାଜିବାଦରୁ ମୁକ୍ତ କରିବା। ୟୁକ୍ରେନୀୟମାନେ ଏ ବିଷୟରେ ସ୍ବର ଉତ୍ତୋଳନ କରିବା ଉଚିତ।
Image Courtesy of India Todayୟୁକ୍ରେନ୍କୁ ସାମରିକ ସାମର୍ଥ୍ୟହୀନ କରାଯିବା ପରେ ନିଜ ନିଜର ଜୀବନଧାରା କଥା ୟୁକ୍ରେନୀୟମାନେ ସ୍ବଂୟ ସ୍ଥିର କରିବେ। ୟୁକ୍ରେନ୍ରେ ବସବାସ କରୁଥିବା ସମସ୍ତ ଜନତା ଏହା ଉପରେ ସ୍ବର ଉତ୍ତୋଳନ କରିବା ଉଚିତ।
ସେପଟେ, ଆଜି ୟୁକ୍ରେନ୍ ଆକ୍ରମଣର ଅଷ୍ଟମ ଦିନରେ ୟୁକ୍ରେନ୍ର ବିଭିନ୍ନ ଅଞ୍ଚଳରେ ରୁଷୀୟ ସେନା ଭୀଷଣ ବୋମା ବର୍ଷଣ କରିବା ସହ ସହରର ରାସ୍ତାଘାଟରେ ଘମାଘୋଟ ଯୁଦ୍ଧ ଚଳାଇଛି। ରୁଷୀୟ ଆକ୍ରମଣ ଆରମ୍ଭ ହେବା ଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୨୦୦୦ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା କଥା ୟୁକ୍ରେନ୍ର ‘ଷ୍ଟେଟ୍ ଇମର୍ଜେନ୍ସି ସର୍ଭିସ୍’ ଦାବି କରିଛି।
Follow Us