ୟୁକ୍ରେନରୁ ଭାରତୀୟ ଛାତ୍ରଙ୍କୁ ଆଣିବା ପାଇଁ ୧୩୦ ରୁଷୀୟ ବସ ପ୍ରସ୍ତୁତ

Advertisment
ୟୁକ୍ରେନରୁ ଭାରତୀୟ ଛାତ୍ରଙ୍କୁ ଆଣିବା ପାଇଁ ୧୩୦ ରୁଷୀୟ ବସ ପ୍ରସ୍ତୁତ

ନୂଆଦିଲ୍ଲୀ: ୟୁକ୍ରେନର ଖାର୍କିଭ୍ ଓ ସୁମି ସହରରେ ଫସି ରହିଥିବା ଭାରତୀୟ ଓ ଅନ୍ୟ ଦେଶର ନାଗରିକମାନଙ୍କୁ ଉଦ୍ଧାର କରିବା ପାଇଁ ରୁଷ ୧୩୦ଟି ବସ ପ୍ରସ୍ତୁତ କରିଛି। ରୁଷର ରାଷ୍ଟ୍ରୀୟ ରକ୍ଷା ନିୟନ୍ତ୍ରଣ କେନ୍ଦ୍ରର ମୁଖ୍ୟ କର୍ଣ୍ଣେଲ୍ ଜେନେରାଲ୍ ମିଖାଇଲ୍ ମିଜିନତ୍ସେବ ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ଆଲୋଚନା କରି ଯୁଦ୍ଧ ପ୍ରଭାବିତ ଅଞ୍ଚଳରୁ ଭାରତୀୟମାନଙ୍କୁ ସୁରକ୍ଷିତ ଆଣିବା ପାଇଁ କହିଥିଲେ। ମିଖାଇଲ୍ ମିଜିନତ୍ସେବ କହିଛନ୍ତି, ଆଜି ସକାଳ ୬ଟାରୁ ବୋଲଗୋରାଦ ଅଞ୍ଚଳରେ ନେଖଟେୟେବକା ଓ ସୁଦଝାରୁ ୧୩୦ ଆରାମଦାୟକ ବସ୍ ପ୍ରସ୍ତୁତ ଅଛନ୍ତି।

ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରି ୧୦ ମାର୍ଚ୍ଚ ସୁଦ୍ଧା ଭାରତ ସରକାର ଭାରତରେ ଆଣି ପହଞ୍ଚାଇବେ। ମିଡିଆ ରିପୋର୍ଟ ଅନୁସାରେ ଏଥିପାଇଁ ୮୦ଟି ବିମାନର ବ୍ୟହସ୍ଥା କରାଯିବ। ଏହି ବିମାନଗୁଡିକ ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସ୍, ଇଣ୍ଡିଗୋ, ସ୍ପାଇସଜେଟ୍, ଭିସ୍ତାରା, ଗୋ ଏୟାର୍ ଓ ବାୟୁସେନାର ଅଟନ୍ତି। ସୁରୁଖୁରରେ ଭାରତୀୟଙ୍କୁ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ୨୪ ଜଣ ମନ୍ତ୍ରୀଙ୍କୁ ଦାୟିତ୍ଵ ଦିଆଯାଉଛି।
ରୋମାନିଆର ରାଜଧାନୀ ବୁଖାରେଷ୍ଟରୁ ମୋଟ ୩୫ଟି ବିମାନ ଆସିବ, ଏମାନଙ୍କ ମଧ୍ୟରେ ୨ଟି ବିମାନ ଭାରତୀୟ ବାୟୁସେନାର ଅଛି। ହଙ୍ଗରେରୀର ରାଜଧାନୀ ବୁଦାପେଷ୍ଟରୁ ମୋଟ ୨୮ଟି ବିମାନ ଭାରତୀୟଙ୍କ ଉଦ୍ଧାର ପାଇଁ ଉଡାଣ ଭରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe