କିବ୍‌ ସହ ମିଶି ଆମେରିକା ନିର୍ମାଣ କରୁଥିବା ଜୈବିକ ଅସ୍ତ୍ର ସଂପର୍କରେ ସୂଚନା ଦେବାକୁ ବାଇଡେନ୍‌ଙ୍କୁ କହିଲା ରୁଷ୍‌

Advertisment
କିବ୍‌ ସହ ମିଶି ଆମେରିକା ନିର୍ମାଣ କରୁଥିବା ଜୈବିକ ଅସ୍ତ୍ର ସଂପର୍କରେ ସୂଚନା ଦେବାକୁ ବାଇଡେନ୍‌ଙ୍କୁ କହିଲା ରୁଷ୍‌

Image Courtesy of Zee News

ୱାସିଂଟନ୍‌: ୟୁକ୍ରେନୀୟ ପରୀକ୍ଷାଗାରଗୁଡ଼ିକରେ ଚଳାଇଥିବା ସାମରିକ ଜୈବିକ ଅସ୍ତ୍ରଶସ୍ତ୍ର ସଂକ୍ରାନ୍ତ ସମସ୍ତ ସୂଚନା ଅବିଳମ୍ବେ ପ୍ରଘଟ କରିବା ଲାଗି ୱାସିଂଟନ୍‌ସ୍ଥିତ ରୁଷୀୟ ଦୂତାବାସ ଯୁକ୍ତରାଷ୍ଟ୍ର ଆମେରିକାକୁ କହିଛି।

‘ଟେଲିଗ୍ରାମ୍‌ ଚାନେଲ୍‌‌’ରେ ରୁଷ୍‌ ଦୂତାବାସ ଲେଖିଛି, ଆମର ଦାବି, ଆମେରିକା ୟୁକ୍ରେନୀୟ ଅଞ୍ଚଳରେ ଚଳାଇଥିବା ସାମରିକ ଜୈବିକ ଅସ୍ତ୍ରଶସ୍ତ୍ର ନିର୍ମାଣ ସଂକ୍ରାନ୍ତ ସୂଚନା ଯଥା ଶୀଘ୍ର ପ୍ରଘଟ କରୁ। ପେଣ୍ଟାଗନ୍‌ ଏଭଳି ପ୍ରକଳ୍ପକୁ ସହଯୋଗ କଲେ, ଆମେ କିଭଳି ଶାନ୍ତି ରାଜିନାମା ପ୍ରସଙ୍ଗରେ ଆଲୋଚନା କରିବୁ।

ପାରସ୍ପରିକ ସହଯୋଗରେ ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁକ୍ରେନ୍‌ ଜୈବିକ ଅସ୍ତ୍ରଶସ୍ତ୍ର ନିର୍ମାଣ ଏବଂ ଉତ୍ପାଦନ କରୁଥିବା କାଗଜପତ୍ର ମଧ୍ୟ ମସ୍କୋର ପ୍ରତିରକ୍ଷା ମନ୍ତ୍ରାଳୟ ପାଖରେ ରହିଥିବା କଥା ରୁଷ୍‌ କହିଛି।

publive-image Image Courtesy of ABC News

ରୁଷୀୟ ପ୍ରତିରକ୍ଷା ବିଭାଗ ଆହୁରି ମଧ୍ୟ କହିଛି ଯେ, ଜୈବିକ ଅସ୍ତ୍ର ନିର୍ମାଣ ପାଇଁ ୟୁକ୍ରେନୀୟ ବୈଜ୍ଞାନିକମାନେ କରୋନାଭାଇରସ୍‌ ଏବଂ ୩ ପ୍ରକାରର ପାଥୋଜେନିକ୍‌ ବିଜାଣୁ ସମେତ ୬ଟି ପ୍ରଜାତିର ଭୂତାଣୁ ଚିହ୍ନଟ କରିଛନ୍ତି।

ଏହାଛଡ଼ା, ମନ୍ତ୍ରାଳୟର ହୃଦ୍‌ବୋଧ ହୋଇଛି ଯେ, ଦ୍ରୁତ ସଂକ୍ରମଣଶୀଳ ଇନ୍‌ଫ୍ଲୁଏଞ୍ଜା ଭୂତାଣୁୁ ଥିବା ପକ୍ଷୀମାନଙ୍କ ଉପରେ ମଧ୍ୟ ‘ଖାର୍କିଭ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭେଟେରିନାରି ମେଡିସିନ୍‌’ରେ ଅଧ୍ୟୟନ କରାଯାଉଛି।

ରୁଷ୍‌ର ‘ଆର୍‌.ଏଫ୍‌.’ ସଶସ୍ତ୍ର ବଳର ‘ରେଡିଏସନ୍‌, କେମିକାଲ୍‌ ଆଣ୍ଡ୍‌ ବାୟୋଲୋଜିକାଲ୍‌ ଡିଫେନ୍‌ସ୍‌ ଫୋର୍ସ’ର ମୁଖ୍ୟ ଇଗୋର୍‌ କିରିଲୋଭ୍‌ କହିଛନ୍ତି, ଯୁକ୍ତରାଷ୍ଟ୍ର ଆମେରିକା ସାମରିକ ବିଭାଗ ଏବଂ ୟୁକ୍ରେନ୍‌ ସ୍ବାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟରେ ‘ମିଳିତ ଜୈବିକ କାର୍ଯ୍ୟକ୍ରମ’ ସଂକ୍ରାନ୍ତରେ ରାଜିନାମା ସ୍ବାକ୍ଷର କରାଯାଇଛି। କିନ୍ତୁ, ଆମେରିକା ଠାରୁ ସେ ବାବଦରେ ପାଣ୍ଠି ପାଇଥିବା ପ୍ରକୃତ ସଂସ୍ଥାଗୁଡ଼ିକ ହେଉଛନ୍ତି କିବ୍‌, ଓଡେଶା, ଲିଭିଭ୍ ଏବଂ ଖାର୍କିଭ୍‌ରେ ଥିବା ‘ୟୁକ୍ରେନୀୟ ପ୍ରତିରକ୍ଷା ମନ୍ତ୍ରାଳୟ’ର ପରୀକ୍ଷାଗାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe