ୟୁକ୍ରେନ୍‌ରେ ପାଶ୍ଚାତ୍ୟ ଶକ୍ତି ମସ୍କୋ ସହିତ ସିଧାସଳଖ ଯୁଦ୍ଧ କରୁଛି: ରୁଷ୍‌

Advertisment
ୟୁକ୍ରେନ୍‌ରେ ପାଶ୍ଚାତ୍ୟ ଶକ୍ତି ମସ୍କୋ ସହିତ ସିଧାସଳଖ ଯୁଦ୍ଧ କରୁଛି: ରୁଷ୍‌

Image Courtesy of India Today

ଜାତିସଂଘ: ୟୁକ୍ରେନ୍‌କୁ ସହଯୋଗ କରି ପାଶ୍ଚାତ୍ୟ ଶକ୍ତିମାନେ ମସ୍କୋ ସହିତ ପ୍ରତ୍ୟକ୍ଷ ଯୁଦ୍ଧରେ ଅବତୀର୍ଣ୍ଣ ହୋଇଛନ୍ତି ବୋଲି ଶନିବାର ଦିନ ରୁଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍‌ରୋଭ୍‌ କହିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏଫ୍‌ପି’ ରିପୋର୍ଟ କରିଛି।

ଜାତିସଂଘରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଲାଭ୍‌ରୋଭ୍‌ କହିଛନ୍ତି, ଆପଣମାନଙ୍କର ଯାହା ଇଚ୍ଛା ତାହା କହିଲେ ବି, ସେମାନେ ଆମ ସହିତ ଯୁଦ୍ଧ କରୁଛନ୍ତି। ସେମାନେ ଆମ ସହିତ ପ୍ରତ୍ୟକ୍ଷ ଭାବେ ଯୁଦ୍ଧ କରୁଛନ୍ତି। ଆମେ ଏହାକୁ ‘ହାଇବ୍ରିଡ୍‌ ଯୁଦ୍ଧ’ (ପରସ୍ପର ସହିତ ଭିତିରିଆ ସମ୍ପୃକ୍ତି ରଖି ଯୁଦ୍ଧରେ ସହଯୋଗ କରିବା) କହିଲେ ବି, ଏଥିରେ ପରିସ୍ଥିତି ବଦଳୁ ନାହିଁ।

publive-image Image Courtesy of Al Jazeera

ଉଲ୍ଲେଖଯୋଗ୍ୟ, ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ବାରମ୍ବାର କହି ଆସୁଛନ୍ତି ଯେ, ଆଣବିକ ଅସ୍ତ୍ରରେ ବଳୀୟାନ୍‌ ସାଥି ଦେଶ ରୁଷ୍‌ ସହିତ ପ୍ରତ୍ୟେକ୍ଷ ଯୁଦ୍ଧ ଏଡ଼ାଇବାକୁ ଚାହୁଁଛି। ତେଣୁ, ୟୁକ୍ରେନ୍‌କୁ ଆମେରିକୀୟ ସୈନିକ ପଠାଇବି ନାହିଁ। ତାଙ୍କ ପ୍ରଶାସନ ମଧ୍ୟ ୟୁକ୍ରେନ୍‌ର ରୁଷ୍‌ ପ୍ରତିଆକ୍ରମଣ ଘଟଣାରୁ ଦୂରେଇ ରହୁଛି।

କିନ୍ତୁ, ଲାଭ୍‌ରୋଭ୍‌ ଦର୍ଶାଇଛନ୍ତି ଯେ, ଗତବର୍ଷ ରୁଷ୍‌ ଆକ୍ରମଣ ପରଠାରୁ କିବ୍‌କୁ ବିଲିୟନ୍‌ ଡଲାର୍‌ ମୂଲ୍ୟର ପାଶ୍ଚାତ୍ୟ ଯୁଦ୍ଧ ସରଞ୍ଜାମ ଯୋଗାଇ ଦିଆଯାଇଛି। କେବଳ ସେତିକି ନୁହେଁ, ସେମାନଙ୍କୁ ଆମେରିକା ଓ ବ୍ରିଟିସ୍‌ ଗୁଇନ୍ଦାଙ୍କ ସମର୍ଥନ ମିଳୁଛି। ସେଠାରେ ପାଶ୍ଚାତ୍ୟର ସେନା ପରାମର୍ଶଦାତା ବି ଉପସ୍ଥିତ ଅଛନ୍ତି।

ଲାଭ୍‌ରୋଭ୍‌ କହିଛନ୍ତି, ୟୁକ୍ରେନୀୟମାନଙ୍କ ହାତ ଓ ଶରୀର ଉପଯୋଗ କରି ପ୍ରକୃତରେ ପାଶ୍ଚାତ୍ୟବାସୀମାନେ ହିଁ ଆମ ସହିତ ଯୁଦ୍ଧ କରୁଛନ୍ତି।

ସୂଚନାଯୋଗ୍ୟ, ଲାଭ୍‌ରୋଭ୍‌ ବାର୍ଷିକ ଜାତିସଂଘ ମହାସଭାରେ (ୟୁଏନ୍‌ଜିଏ) ଭାଗ ନେବାକୁ ନ୍ୟୁୟର୍କ ଆସିଥିଲେ। ରୁଷୀୟ ଆକ୍ରମଣ ବିରୋଧରେ ଅଧିକ ସମର୍ଥନ ପାଇବା ଆଶାରେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି ମଧ୍ୟ ‘ୟୁଏନ୍‌ଜିଏ’ ବାର୍ଷିକ ସଭାକୁ ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe