ୟୁକ୍ରେନ ଯୁଦ୍ଧରେ ରୁଷ୍‌କୁ ବଡ଼ ସଫଳତା: ଗୁରୁତ୍ୱପୂର୍ଣ୍ଣ କୁର୍ସ୍କ ଅଞ୍ଚଳ ପୁନଃଦଖଲ

ୟୁକ୍ରେନ କବ୍‌ଜାରୁ ରୁଷ୍‌ ନିଜ ଅଂଚଳ କୁର୍ସ୍କକୁ  ଆଜି ସଂପୂର୍ଣ୍ଣ ମୁକ୍ତ କରିଛି। ୩ ଦିନର ଭୀଷଣ ସଂଘର୍ଷ ପରେ ରୁଷ୍‌ ସେନା କୁର୍ସ୍କକୁ ପୁନଃ ଦଖଲ କରିବାରେ ସଫଳ ହୋଇଛି। ରୁଷ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ ଗୁରୁବାର ଘୋଷଣା କରିଛି....

sdsdxcxcd

ମସ୍କୋ: ୟୁକ୍ରେନ କବ୍‌ଜାରୁ ରୁଷ୍‌ ନିଜ ଅଂଚଳ କୁର୍ସ୍କକୁ  ଆଜି ସଂପୂର୍ଣ୍ଣ ମୁକ୍ତ କରିଛି। ୩ ଦିନର ଭୀଷଣ ସଂଘର୍ଷ ପରେ ରୁଷ୍‌ ସେନା କୁର୍ସ୍କକୁ ପୁନଃ ଦଖଲ କରିବାରେ ସଫଳ ହୋଇଛି। ରୁଷ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ ଗୁରୁବାର ଘୋଷଣା କରିଛି ଯେ କୁର୍ସ୍କ ଅଞ୍ଚଳର ସବୁଠାରୁ ବଡ଼ ସହର ସୁଦ୍‌ଜାକୁ ରୁଷ୍‌ ନିଜ ନିୟନ୍ତ୍ରଣକୁ ନେଇଛି। ଏଠାରେ ମୁତୟନ ହୋଇଥିବା ୟୁକ୍ରେନୀୟ ସୈନିକଙ୍କ ମଧ୍ୟରୁ ଅଧିକାଂଶ ମୃତାହତ ହୋଇଥିବା ବେଳେ ଅନ୍ୟମାନେ ଛତ୍ରଭଙ୍ଗ ଦେଇଥିବା ରୁଷ୍‌ କହିଛି। ଅଗଷ୍ଟ ୨୦୨୪ରେ  ୟୁକ୍ରେନର ସୈନିକମାନେ କୁର୍ସ୍କ ଅଞ୍ଚଳକୁ ନିଜ କବ୍‌ଜାକୁ ନେବାରେ ସକ୍ଷମ ହୋଇଥିଲେ। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍  କୁର୍ସ୍କ ଅଞ୍ଚଳ ପରିଦର୍ଶନ କରି ଏହାକୁ ଶୀଘ୍ର ମୁକ୍ତ କରିବା ପାଇଁ ସେନାକୁ ଅନୁରୋଧ କରିବାର ଗୋଟିଏ ଦିନ ପରେ କୁର୍ସ୍କ ୟୁକ୍ରେନ କବ୍‌ଜାରୁ ମୁକ୍ତ ହୋଇଛି। ଅସ୍ତ୍ରବିରତି ଉପରେ ଆଲୋଚନା ଚାଲିଥିବା ବେଳେ ଯୁଦ୍ଧର ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ କୁର୍ସ୍କରେ ରୁଷ୍‌ର ଏଭଳି ସଫଳତା ୟୁରୋପରେ ହଇଚଇ ସୃଷ୍ଟି କରିଛି।  

ଅଗଷ୍ଟ ୬, ୨୦୨୪ରେ ୟୁକ୍ରେନ ସେନା ରୁଷ୍‌ ସୀମାରେ ଏକ ବଡ଼ ଆକ୍ରମଣ କରିଥିଲା, ଯାହା ଦ୍ବିତୀୟ ବିଶ୍ୱଯୁଦ୍ଧ ପରେ ରୁଷ୍ ଉପରେ ସବୁଠାରୁ ବଡ଼ ବିଦେଶୀ ଆକ୍ରମଣ ଥିଲ। ଏହି ଆକ୍ରମଣ  ୟୁକ୍ରେନକୁ  ଯୁଦ୍ଧ କ୍ଷେତ୍ରରେ ସବୁଠାରୁ ବଡ଼ ସଫଳତା ଦେଇଥିଲା। ଏହାପରେ ପ୍ରାୟ ୨,୦୦,୦୦୦ ରୁଷୀୟ ନାଗରିକ ସେମାନଙ୍କ ଘର ଛାଡ଼ିବାକୁ ବାଧ୍ୟ ହୋଇଥିଲେ।  ତେବେ ଅତ୍ୟନ୍ତ ଯୋଜନାବଦ୍ଧ ଆକ୍ରମଣ ଦ୍ବାରା ରୁଷ୍‌ କୁର୍ସ୍କକୁ ପୁନଃ ଦଖଲକୁ ନେବା ପରେ ଏବେ ଯୁଦ୍ଧର ଗତିପଥ ବଦଳିବ ବୋଲି କୁହାଯାଉଛି। ରୁଷ୍‌ ଦଖଲରେ ଥିବା ୟୁକ୍ରେନୀୟ ଅଂଚଳରେ ରୁଷ୍‌ ଏବେ ନିଜ ସ୍ଥିତି ସୁଦୃଢ଼ କରିଛି ଏବଂ କୌଣସି ସ୍ଥିତିରେ ବି ସେନା ପ୍ରତ୍ୟାହାର ହେବନାହିଁ ବୋଲି ସ୍ପଷ୍ଟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe