ୟୁକ୍ରେନ ଉପରେ ଆକ୍ରମଣ ଜୋରଦାର୍ କଲା ରୁଷିଆ: ମଧ୍ୟରାତ୍ରିରୁ କ୍ଷେପଣାସ୍ତ୍ର ମାଡ଼

ୟୁକ୍ରେନ ସୈନ୍ୟ ରିପୋର୍ଟ କରିଛନ୍ତି ଯେ ଅନେକ ସପ୍ତାହ ପରେ ରୁଷିଆ ପକ୍ଷରୁ ପୁଣି ବଡ଼ ଧରଣର ଆକ୍ରମଣ କରାଯାଇଛି। ଆକ୍ରମଣରେ ୟୁକ୍ରେନର ଶକ୍ତି ଭିତ୍ତିଭୂମିକୁ ଟାର୍ଗେଟ କରାଯାଇଛି।

Russia steps up attack on Ukraine

କିଭ୍: ଦୁଇ ବର୍ଷରୁ ଅଧିକ ସମୟ ଧରି ରୁଷ-ୟୁକ୍ରେନ ଯୁଦ୍ଧ  ଜାରି ରହିଛି। ଏହି ଯୁଦ୍ଧ ଶୀଘ୍ର ଶେଷ ହେବା ପରି ମନେ ହେଉନାହିଁ। ମସ୍କୋ ପୁଣି ଥରେ  ଆକ୍ରମଣକୁ ଜୋରଦାର୍ କରିଛି। ସୋମବାର ସକାଳେ ରାଜଧାନୀ କିଭ୍ ଏବଂ ଅନ୍ୟ ୟୁକ୍ରେନ ସହରରେ ରୁଷିଆ ବୋମା ବିସ୍ଫୋରଣ ଶୁଣିବାକୁ ମିଳିଛି। ୟୁକ୍ରେନ ବାୟୁସେନା କହିଛି ଯେ ରୁଷିଆର ସୈନ୍ୟବାହିନୀ ବହୁ ସଂଖ୍ୟାରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଦ୍ବାରା ଦେଶର ବିଭିନ୍ନ ସ୍ଥାନକୁ ଟାର୍ଗେଟ କରିଛନ୍ତି। 

ସକାଳ ୬ଟା ପୂର୍ବରୁ ସାରା ଦେଶରେ ରୁଷିଆ ଦ୍ବାରା ଏୟାର ଷ୍ଟ୍ରାଇକ୍ କରାଯାଉଥିବା ନେଇ ସାଇରନ୍ ବାଜି ଉଠିଥିଲା।  ରାଜଧାନୀ କିଭ୍‌ର ଅନେକ ଜିଲ୍ଲାରେ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଥିବା କିଭ୍ ମେୟର ଭିତାଲି କ୍ଲିଚସକୋ କହିଛନ୍ତି।  ସେ ସୂଚାଇ ଦେଇଛନ୍ତି ଯେ ସହରର ଡାହାଣ ପାର୍ଶ୍ୱରେ ଜଳ ଯୋଗାଣ ସମସ୍ୟା ସୃଷ୍ଟି ହୋଇଛି। ଖାର୍କିଭ ମେୟର ଇହୋର ତେରେଖୋଭଙ୍କ ଅନୁଯାୟୀ ସେଠାରେ ମଧ୍ୟ ବିସ୍ଫୋରଣ ଘଟିଛି।

ୟୁକ୍ରେନ ସୈନ୍ୟ କହିଛନ୍ତି ଏହି ଆକ୍ରମଣ ମଧ୍ୟରାତ୍ରିରୁ ଆରମ୍ଭ ହୋଇଥିଲା ଏବଂ ଏବେ ମଧ୍ୟ ଜାରି ରହିଛି। ସେ କହିଛନ୍ତି ଯେ ଅନେକ ସପ୍ତାହ ପରେ ଏଭଳି ଏକ ବଡ଼ ଧରଣର ଆକ୍ରମଣ ହୋଇଛି ଏବଂ ଦେଶର ଶକ୍ତି ଭିତ୍ତିଭୂମିକୁ ଟାର୍ଗେଟ କରାଯାଉଛି।

ବାୟୁସେନା ଅନୁଯାୟୀ, ରୁଷିଆ ଡ୍ରୋନର ଅନେକ ୟୁନିଟ୍ ୟୁକ୍ରେନର ପୂର୍ବ, ଉତ୍ତର, ଦକ୍ଷିଣ ଏବଂ କେନ୍ଦ୍ରୀୟ ଅଞ୍ଚଳ ଆଡକୁ ଯାଉଥିଲେ। ଏହା ପରେ ଅନେକ କ୍ରୁଜ୍ ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସହିତ ଏହି ଆକ୍ରମଣ କରାଯାଇଥିଲା। ଅଧିକାରୀ କହିଛନ୍ତି ଯେ ରାଜଧାନୀ କିଭ୍‌ରେ ବିସ୍ଫୋରଣ ଶୁଣାଯାଇଥିଲା ଏବଂ ସହରର କେତେକ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଥିଲା।

ଅଧିକ ପଢ଼ନ୍ତୁ:ଆତଙ୍କବାଦୀଙ୍କ ନରସଂହାର: ଗାଡ଼ି ରୋକି ପରିଚୟ ପଚାରି ୨୩ ଜଣଙ୍କୁ ହତ୍ୟା

ଉତ୍ତର-ପଶ୍ଚିମ ୟୁକ୍ରେନର ଲୁତସ୍କର ମେୟର ଇହୋର ପୋଲିଶଚୁକ୍ କହିଛନ୍ତି ଏକ ଆପାର୍ଟମେଣ୍ଟ ବ୍ଲକ୍ କ୍ଷତିଗ୍ରସ୍ତ ହୋଇଛି। ଏହି ଆକ୍ରମଣରେ ଜଣେ ବ୍ୟକ୍ତି ମଧ୍ୟ ପ୍ରାଣ ହରାଇଛନ୍ତି।

ଅଧିକ ପଢ଼ନ୍ତୁ:ଭାରତ-ପାକିସ୍ତାନ ସୀମାରେ ମହିଳା ଅଶ୍ୱାରୋହୀ ସମ୍ଭାଳିବେ ମୋର୍ଚ୍ଚା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe