ବେଲାରୁଷ୍‌ରେ ଟ୍ୟାକ୍ଟିକାଲ ଅଣୁ-ଅସ୍ତ୍ର ମୁତୟନ କରିବ ରୁଷ୍‌: ପୁଟିନ

Advertisment
ବେଲାରୁଷ୍‌ରେ ଟ୍ୟାକ୍ଟିକାଲ ଅଣୁ-ଅସ୍ତ୍ର ମୁତୟନ କରିବ ରୁଷ୍‌: ପୁଟିନ

representetional immage- Bloomberg.com

ମସ୍କୋ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ବେଲାରୁଷ୍‌ରେ ଟ୍ୟାକ୍ଟିକାଲ (କମ୍ କ୍ଷମତାଶାଳୀ) ଅଣୁ-ଅସ୍ତ୍ର ମୁତୟନ କରିବା ପାଇଁ ରୁଷ୍ ଯୋଜନା କରୁଛି। ୟୁକ୍ରେନ୍ ଯୁଦ୍ଧକୁ ନେଇ ଆମେରିକା ଓ ନାଟୋ ଭିତରେ ଉତ୍ତେଜନା ବୃଦ୍ଧି କରିବା ପାଇଁ ରୁଷ୍ ଏପରି ପଦକ୍ଷେପ ନେଉଥିବା ଜଣାପଡ଼ିଛି। ଆସନ୍ତା ଜୁଲାଇ ପହିଲା ସୁଦ୍ଧା ବେଲାରୁଷ୍‌ରେ ଏହି ଅସ୍ତ୍ର ରଖିବା ପାଇଁ ଷ୍ଟୋରେଜ୍ ୟୁନିଟ୍‌ର ନିର୍ମାଣ ସରିଲେ କାମ ସରିଲା ବୋଲି ରୁଷ୍ କହିଛି।
ପୁଟିନ କହିଛନ୍ତି, ଏକ ଇସ୍କାଣ୍ଡର ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବସ୍ଥା ବେଲାରୁଷ୍‌କୁ ପଠାସରିଛି। ଏଥିରେ ଆଣବିକ ଅସ୍ତ୍ର ତଥା ପାରମ୍ପରିକ ଅସ୍ତ୍ର ଖଞ୍ଜି ଶତ୍ରୁ ଉପରକୁ ନିକ୍ଷେପ କରାଯାଇପାରିବ। ତେବେ ବେଲାରୁଷ୍‌କୁ ରୁଷ୍ ଉକ୍ତ ଟ୍ୟାକ୍ଟିକାଲ ଅଣୁ-ଅସ୍ତ୍ରର ନିୟନ୍ତ୍ରଣ ଅଧିକାର ଦେବ ନାହିଁ କିମ୍ବା ଏହାର ଅଣୁ ଅସ୍ତ୍ର ଅପ୍ରସାର ଚୁକ୍ତିକୁ ଭାଙ୍ଗିବାକୁ ଦେବ ନାହିଁ ବୋଲି ରୁଷ୍ କହିଛି।

ନିକ ମାଟିରୁ ୟୁକ୍ରେନ୍ ଉପରେ ଆକ୍ରମଣ ପାଇଁ ଅଧିକାର ଦେଇଥିବା ବେଲାରୁଷ୍‌ର ଦୀର୍ଘଦିନର ଅନୁରୋଧ ରକ୍ଷା କରି ରୁଷ୍ ଏପରି ପଦକ୍ଷେପ ନେଉଥିବା ରୁଷ୍ ରାଷ୍ଟ୍ରପତି କହିଛନ୍ତି। ବେଲାରୁଷ୍ ରୁଷ୍‌କୁ ବହୁଦିନ ହେଲା କହିଆସୁଛି, ଟ୍ୟାକ୍ଟିକାଲ (ସ୍ବଳ୍ପବିଧ୍ବଂସୀ) ଅଣୁ ଅସ୍ତ୍ର ପ୍ରୟୋଗ କରି ଯୁଦ୍ଧର ଅବସାନ ଘଟାଅ, କେତେଦିନ ଆଉ ଯୁଦ୍ଧ ଚଲାଇରଖିବ।
ତେବେ ବେଲାରୁଷ୍‌ରେ ଟ୍ୟାକ୍ଟିକାଲ ଅଣୁ ଅସ୍ତ୍ର ମୁତୟନ ନେଇ ପୁଟିନ କହିଛନ୍ତି ଯେ, ଏହା କିଛି ଦୋଷାବହ ନୁହେଁ। କାରଣ ଆମେରିକା ବି ୬ଟି ବିଭିନ୍ନ ନାଟୋ ଦେଶରେ ଏପରି ଅସ୍ତ୍ର ଖଞ୍ଜିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe