ଦେଶ ପ୍ରତି ବିପଦ ରହିଲେ ରୁଷ୍‌ ଆଣବିକ ଅସ୍ତ୍ର ପ୍ରୟୋଗ କରିବ: କ୍ରେମ୍‌ଲିନ୍‌

Advertisment
ଦେଶ ପ୍ରତି ବିପଦ ରହିଲେ ରୁଷ୍‌ ଆଣବିକ ଅସ୍ତ୍ର ପ୍ରୟୋଗ କରିବ: କ୍ରେମ୍‌ଲିନ୍‌

Kremlin spokesman Dmitry Peskov Image Courtesy of The Times of Israel

ମସ୍କୋ: ୟୁକ୍ରେନ୍‌ ସଂଘର୍ଷ ପରିପ୍ରେକ୍ଷୀରେ ରୁଷ୍‌ ଯଦି କୌଣସି ବିପଦର ସମ୍ମୁଖୀନ ହୁଏ ତେବେ ଯାଇ ଆଣବିକ ଅସ୍ତ୍ର ପ୍ରୟୋଗ କରାଯିବ ବୋଲି କ୍ରେମ୍‌ଲିନ୍‌ ମୁଖପାତ୍ର ଡିମିତ୍ରି ପେସ୍‌କୋଭ୍‌ ମଙ୍ଗଳବାର ଦିନ ‘ସିଏନ୍‌ଏନ୍ ଇଣ୍ଟର୍‌ନ୍ୟାସ୍‌ନାଲ୍‌’କୁ କହିଛନ୍ତି।

ଦେଶ ଓ ଦେଶବାସୀଙ୍କ ନିରାପତ୍ତା ନିମନ୍ତେ ଆମର ବିଧି ଅଛି। ସେଥିରୁ ଜଣେ ଆଣିବିକ ଅସ୍ତ୍ର ବ୍ୟବହାରର କାରଣ ସବୁ ଜାଣିପରିବେ। ଯଦି ଆମ ଦେଶ ଓ ଦେଶବାସୀଙ୍କ ଅସ୍ତିତ୍ବ ପ୍ରତି ବିପଦ ଦେଖାଦିଏ, ‌ତେବେ ବିଧି ମୁତାବକ ଆଣବିକ ଅସ୍ତ୍ରଶସ୍ତ୍ର ପ୍ରୟୋଗ କରାଯିବ।

ୟୁକ୍ରେନ୍‌ ସଂଘର୍ଷ ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଯେ, ଆଣବିକ ଅସ୍ତ୍ର ପ୍ରୟୋଗ କରିବେ ନାହିଁ ଏ ବିଷୟରେ ଆପଣଙ୍କର ହୃଦ୍‌ବୋଧ ଅଥବା ଆସ୍ଥା ଅଛି କି ବୋଲି ସାକ୍ଷାତ୍‌କାର ନେଉଥିବା କ୍ରିଷ୍ଟେନ୍‌ ଆମନପ‌ୋର୍‌ ପଚାରିବାରୁ ପେସ୍କୋଭ୍‌ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।

publive-image Image Courtesy of Mint

ପେସ୍କୋଭ୍‌ଙ୍କ ବିବୃତି ସଂକ୍ରାନ୍ତରେ ପଚରା ଯିବାରୁ ପେଣ୍ଟାଗନ୍‌ର ମୁଖପାତ୍ର ଜନ୍‌ କିର୍ବି କହିଲେ, ସମ୍ଭାବ୍ୟ ଆଣବିକ ଅସ୍ତ୍ର ପ୍ରୟୋଗ ସଂକ୍ରାନ୍ତରେ ମସ୍କୋ କହୁଥିବା କଥା ବଡ଼ ବିପଜ୍ଜନକ। ଆଣବିକ ଶକ୍ତିରେ ବଳୀୟାନ୍‌ ଗୋଟାଏ ଦେଶ ଏଭଳି କାର୍ଯ୍ୟ କରିବା ଅନୁଚିତ। ଆମେ ମଧ୍ୟ ପାରୁପର୍ଯ୍ୟନ୍ତ ସବୁ ଦିନ ପରିସ୍ଥିତି ଉପରେ ଦୃଷ୍ଟି ରଖିଛୁ।

ସୂଚନାଯୋଗ୍ୟ, ରୁଷ୍‌ ନିକଟରେ ବିଶ୍ବର ଅନ୍ୟାନ୍ୟ ଦେଶ ଅପେକ୍ଷା ସବୁଠୁ ଅଧିକ ପରମାଣୁ ଅସ୍ତ୍ର ଗଚ୍ଛିତ ହୋଇ ରହିଛି। ମସ୍କୋ ମଧ୍ୟ ଚେତାବନୀ ଦେଇଛି ଯେ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ‘ନାଟୋ’ ସଂଘ ରାଷ୍ଟ୍ରମାନ‌େ ଯଦି ୟୁକ୍ରେନ୍‌କୁ ଲଢୁଆ ବିମାନ ଯୋଗାଇ ଦିଅନ୍ତି, ତେବେ ରୁଷ୍‌ ଯୁଦ୍ଧର ପରିସୀମା ବୃଦ୍ଧି କରି ଆଣବିକ ଅସ୍ତ୍ରଶସ୍ତ୍ର ସହ ପ୍ରତ୍ୟକ୍ଷଭାବେ ପାଶ୍ଚାତ୍ୟ ଦେଶର ମୁକାବିଲା କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe