Image Courtesy of The News International
ପ୍ୟାରିସ୍: ପ୍ୟାରିସ୍ରେ ଦୀର୍ଘ ୮ ଘଣ୍ଟାର କ୍ଳାନ୍ତିକର ଆଲୋଚନା ପରେ ପୂର୍ବାଞ୍ଚଳ ୟୁକ୍ରେନ୍ରେ ଅସ୍ତ୍ରବିରତି ପାଳନ ପାଇଁ ବୁଧବାର ଦିନ ମସ୍କୋ ଓ କିୟିଭ୍ ସମ୍ମତି ପ୍ରକାଶ କରିଛନ୍ତି। ଫ୍ରାନ୍ସ୍ର ଜଣେ କୂଟନୀତିଜ୍ଞ ଉପରୋକ୍ତ ଆଲୋଚନା ପାଇଁ ଆୟୋଜନ କରିଥିଲେ।
ସୂଚନାଯୋଗ୍ୟ, ପୂର୍ବାଞ୍ଚଳ ୟୁରୋପର ସମର୍ଥକ ୟୁକ୍ରେନ୍ର ପୂର୍ବ ସୀମାନ୍ତକୁ ମାଡ଼ି ରୁଷ୍ ସୈନ୍ୟ ଠୁଳ କରୁଛି। ପୂର୍ବାଞ୍ଚଳ ୟୁରୋପ୍ରେ ‘ନାଟୋ’ର ଉପସ୍ଥିତି ଜାହାରି କରୁଛି ବୋଲି ଅଭିଯୋଗ କରୁଥିବା ରୁଷ୍ ୟୁକ୍ରେନ୍ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଲି ଆଶଙ୍କା କରାଯାଉଛି।
ଫରାସୀ ରାଷ୍ଟ୍ରପତି ଏମ୍ମାନୁଏଲ୍ ମାକ୍ରୋନ୍ଙ୍କ ଜଣେ ସହଯୋଗୀ ଗୁରୁତ୍ବାରୋପ କରି କହିଛନ୍ତି ଯେ, ରୁଷୀୟ ଆକ୍ରମଣ ପାଇଁ ନୁହେଁ, ୨୦୧୪ରୁ ପୂର୍ବାଞ୍ଚଳ ୟୁକ୍ରେନ୍ରେ ଲଢ଼େଇ କରୁଥିବା ବିଚ୍ଛିନ୍ନତାବାଦୀଙ୍କ ବିଷୟ ସମାଧାନ ନିମନ୍ତେ ଏହି ଆଲୋଚନା ଡକାଯାଇଥିଲା।
Image Courtesy of NewsBreakସେ ଆହୁରି ମଧ୍ୟ କହିଛନ୍ତି, ଗୁରତ୍ବପୂର୍ଣ୍ଣ କଥା ହେଲା ଏଥିରେ ରୁଷୀୟମାନେ ନରମିବାର ସଙ୍କେତ ଦେଉଛନ୍ତି କି, ନାହିଁ। କିନ୍ତୁ, ୮ଘଣ୍ଟାର ଏହି କଠିନ ଆଲୋଚନାରୁ କିଛିଟା ସକାରାତ୍ମକ ଆଭାସ ମିଳୁଛି। ସାମ୍ପ୍ରତିକ ପରିସ୍ଥିତିକୁ ଚାହିଁ ଏହାକୁ ଶୁଭ ସଙ୍କେତ ବୋଲି କହିହେବ।
ଦେଶର ପୂର୍ବାଞ୍ଚଳରେ ୟୁକ୍ରେନୀୟ ସେନା ଏବଂ ବିଚ୍ଛିନ୍ନତାବାଦୀମାନଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷ ସଂକ୍ରାନ୍ତ ମିଳିତ ବିବୃତିରେ ୨୦୧୯ ପର ଠାରୁ ପ୍ରଥମ ଥର ପାଇଁ ଫ୍ରାନ୍ସ୍ ଏବଂ ଜର୍ମାନି ସହ ୟୁକ୍ରେନ୍ ଓ ରୁଷ୍ ସ୍ବାକ୍ଷର କରିବାକୁ ରାଜି ହୋଇଛନ୍ତି।
ସାମୂହିକ ଭାବେ ‘ନର୍ମାଡି ଗ୍ରୁପ୍’ ଭାରେ ଜଣାଶୁଣା ଏହି ୪ଟି ରାଷ୍ଟ୍ର ପୂର୍ବାଞ୍ଚଳ ୟୁକ୍ରେନ୍ରେ ଶାନ୍ତି ରାଜିନାମା ପାଇଁ ୨୦୧୪ରୁ ଉଦ୍ୟମ କରିଆସୁଛନ୍ତି।
Follow Us