ଫେବ୍ରୁଆରି ୧୬ରେ କରିବ ଆକ୍ରମଣ: ୧.୩୦ଲକ୍ଷ ସୈନ୍ୟ ଓ ମିସାଇଲ ସହ ୟୁକ୍ରେନକୁ ଘେରିଲାଣି ଋଷ

ଫେବ୍ରୁଆରି ୧୬ରେ କରିବ ଆକ୍ରମଣ: ୧.୩୦ଲକ୍ଷ ସୈନ୍ୟ ଓ ମିସାଇଲ ସହ ୟୁକ୍ରେନକୁ ଘେରିଲାଣି ଋଷ

aajtak

ନୂଆଦିଲ୍ଲୀ: ବଢ଼ୁଛି ୟୁକ୍ରେନର ସଙ୍କଟ। ଆକ୍ରମଣ ପାଇଁ ୧.୩୦ଲକ୍ଷ ସୈନ୍ୟ ଓ ମିସାଇଲ ସହ ୟୁକ୍ରେନକୁ ଘେରିଲାଣି ଋଷ। ଗତକାଲି ଋଷ ଆକ୍ରମଣ ପାଇଁ ପ୍ରସ୍ତୁତ ବୋଲି ଆମେରିକା ଚେତାବନୀ ଦେବା ପରେ ଏବେ ଏହି ଖବର ସାମ୍ନାକୁ ଆସିଛି। ୟୁକ୍ରେନ ସୀମାରେ ୧ ଲକ୍ଷ ୩୦ହଜାରରୁ ଅଧିକ ସୈନିକ ନିୟୋଜିତ କରିବା ସହିତ ଋଷ ଭାରୀ ଅସ୍ତ୍ରଶସ୍ତ୍ର ଏବଂ କ୍ଷେପଣାସ୍ତ୍ର ମଧ୍ୟ ନିୟୋଜିତ କରିଥିବା ଜଣାପଡ଼ିଛି।

ରିପୋର୍ଟ ଅନୁଯାୟୀ, ଋଷ ୟୁକ୍ରେନକୁ ତିନି ପାର୍ଶ୍ୱରୁ ଘେରି ରହିଛି। ଫେବ୍ରୁଆରି ୧୬ରେ ୟୁକ୍ରେନ ଉପରେ ଋଷ ଆକ୍ରମଣ କରିପାରେ ବୋଲି ଆମେରିକା ଚେତାଇ ଦେବା ପରେ ଆଜି ଏଭଳି ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷରେ ରୁଷିଆ ସହ ଯୁଦ୍ଧ ଏଡ଼ାଇବା ଲାଗି ୟୁକ୍ରେନ୍ ନାଟୋରେ ଯୋଗଦେବା ଯୋଜନା ଛାଡ଼ିପାରେ ବୋଲି ବ୍ରିଟେନ‌ରେ ଅବସ୍ଥାପିତ ୟୁକ୍ରେନ୍‌ର ରାଷ୍ଟ୍ରଦୂତ କହିଛନ୍ତି।

ରାଷ୍ଟ୍ରଦୂତ ବାଦିମ ପ୍ରିଷ୍ଟେକୋ କହିଛନ୍ତି, ୟୁକ୍ରେନ୍ ଚାହୁଁଥିଲା ନାଟୋ ସହ ଯୋଗ ଦେବା ପାଇଁ। କିନ୍ତୁ ସେପରି କଲେ ରୁଷିଆ ସହ ଯୁଦ୍ଧର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଧମକ ଦେଇଛନ୍ତି। ରୁଷିଆ ଆମକୁ ଧମକାଉଛି, ବ୍ଲାକ୍‌ମେଲ କରୁଛି ବୋଲି ପ୍ରିଷ୍ଟିକୋ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ରବିବାର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଫୋନ କରି ପାଖାପାଖି ୬୦ ମିନିଟ୍ କଥା ହୋଇଥିଲେ ଓ ୟୁକ୍ରେନ୍ ଉପରେ ଆକ୍ରମଣ କଲେ ପରିସ୍ଥିତି ଭୟାବହ ହେବ ବୋଲି ପୁତିନଙ୍କୁ ଚେତାବନୀ ଦେଇଥିଲେ। କିନ୍ତୁ ଏହାପରେ ମଧ୍ୟ ପରିସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe