Image Courtesy of NDTV
ନୂଆଦିଲ୍ଲୀ: ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଲାଗିବା ପରେ ୟୁକ୍ରେନ୍ର ରାଜଧାନୀ କିଏଭ୍ରେ ବିମାନ ଆକ୍ରମଣ ଅଛି ବୋଲି ବୋଲି ସାଇରନ୍ ବାଜୁଥିବା ସେଠାକାର ଗୋଟାଏ ମୋନାଷ୍ଟ୍ରିରେ (ଖ୍ରୀଷ୍ଟିଆନ୍ ଆଶ୍ରମ) ଜଣେ ଯୁବକ ଓ ଜଣେ ଯୁବତୀ ତରବର ହୋଇ ବାହାହୋଇ ପଡ଼ିଛନ୍ତି।
କିନ୍ତୁ, ଆଗାମୀ ମେ ମାସରେ ସେମାନଙ୍କର (କନ୍ୟା ୟାରିନା ଆରିଏଭା ବର ସ୍ଭିୟାତୋସ୍ଲାଭ୍ ଫୁର୍ସିନ୍) ବିବାହ ହେବ ବୋଲି ଦିନ ଧାର୍ଯ୍ୟ କରାଯାଇଥିଲା। ବାହାଘର ହୋଇଥାଆନ୍ତା ୟୁକ୍ରେନୀୟ ରାଜଧାନୀ କିଏଭ୍ର ଗୋଟାଏ ରେସ୍ତୋରାଁ ଟେରାସ୍ରେ ହୋଇ ଥାଆନ୍ତା। ସେ ଟେରାସ୍ ସମ୍ମୁଖରେ ପ୍ରବାହିତ ହେଉଛି ରୁଷ୍ର ଭାଲ୍ଦାଇ ପର୍ବତମାଳାରୁ ଉତ୍ପତ୍ତି ହୋଇଥିବା ଦ୍ନିଏପର୍ ନଦୀ।
କିନ୍ତୁ, ଯୁଦ୍ଧ ପରବର୍ତ୍ତୀ ଭବିଷ୍ୟତ ପ୍ରତି ଭରସା ନ ପାଇବାରୁ କିଏଭ୍ ସିଟି କାଉନ୍ସିଲ୍ରେ ଡେପୁଟି ଭାବେ କାର୍ଯ୍ୟ କରୁଥିବା ୨୧ ବର୍ଷୀୟ ଆରିଏଭା ଓ କିଏଭ୍ର ସେଣ୍ଟ୍ ମାଇକେଲ୍ ମୋନାଷ୍ଟ୍ରିରେ ସଫଟ୍ୱେର୍ ଇଞ୍ଜିନିୟର୍ ଥିବା ଫୁର୍ସିନ୍ ଆଗୁଆ ବାହାହୋଇ ପଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୯ରେ କିଏଭ୍ରେ ଚାଲିଥିବା ଏକ ପ୍ରତିବାଦ ସମୟରେ ଉଭୟଙ୍କର ପରିଚୟ ହୋଇଥିଲା।
Image Courtesy of Matrubhumiବିବାହ ସଂକ୍ରାନ୍ତରେ ଆରିଏଭା କହିଛନ୍ତି, ପରିସ୍ଥିତି ଥିଲା ବଡ଼ ଭୟାବହ। ଜୀବନର ସବୁଠୁ ସୁଖଦ ସମୟରେ ବାହାରେ ବିମାନ ଆକ୍ରମଣ ସାଇରନ୍ ବାଜଣା ଶୁଣିବାକୁ ପଡ଼ିଲା। ଦେଶ ପାଇଁ ଲଢ଼ିବାକୁ ପ୍ରତିବଦ୍ଧ ବୋଲି ଦର୍ଶାଇ ସେ କହିଛନ୍ତି ଯେ, ଏଥିପାଇଁ ସେମାନେ ପ୍ରାଣବଳି ଦେଇପାରନ୍ତି। କିନ୍ତୁ, ତା’ ଆଗରୁ ଆମେ ଏକତ୍ର ହେବାକୁ ନିଷ୍ପତ୍ତି ଗ୍ରହଣ କରିଥିଲୁ।
ବିବାହ ପରେ ଦୁହେଁ ଦେଶମାତୃକାର ରକ୍ଷା ପାଇଁ ‘ଲୋକାଲ୍ ଟେରିଟରିଆଲ୍ ଡିଫେନ୍ସ୍ ସେଣ୍ଟର୍’କୁ ଯିବା ପାଇଁ ଯୋଜନା କରିଛନ୍ତି। ଆମେ ଶ୍ରଦ୍ଧା କରୁଥିବା ଜନସାଧାରଣ ଏବଂ ବସବାସ କରୁଥିବା ଦେଶକୁ ରକ୍ଷା କରିବୁ ବୋଲି ଆରିଏଭା କହିଛନ୍ତି।
Follow Us