ରୁଷ୍‌ରୁ ‘ଅପଦାର୍ଥ ଓ ବିଶ୍ବାସଘାତକ’ମାନଙ୍କୁ ସଫା କରିଦିଆଯିବ: ଭ୍ଲାଦିମିର୍‌ ପୁଟନ୍‌

Advertisment
ଯୁଦ୍ଧ ସତ୍ତ୍ବେ ରୁଷ ଭିତରେ ପୁଟିନଙ୍କ ଲୋକପ୍ରିୟତା ବଢୁଛି : ସର୍ଭେ

Image Courtesy of Daily Express

ମସ୍କୋ: ଗୁପ୍ତରେ ଯୁକ୍ତରାଷ୍ଟ୍ର ଆମେରିକା ଓ ତା’ର ମିତ୍ର ରାଷ୍ଟ୍ରମାନଙ୍କ ପାଇଁ କାମ କରୁଥିବା ଲୋକଙ୍କୁ ପ୍ରକାରାନ୍ତରେ ଚେତାବନୀ ଦେଇ ରାଷ୍ଟ୍ରପତି ପୁଟିନ୍‌ କହିଛନ୍ତି, ରୁଷ୍‌କୁ ‘ଅପଦାର୍ଥ ଓ ବିଶ୍ବାସଘାତକ’ମୁକ୍ତ କରାଯିବ।

ୟୁକ୍ରେନ୍‌ ଆକ୍ରମଣ କରିବାର ୩ ସପ୍ତାହ ପରେ ସ୍ବଦେଶୀ ସମାଲୋଚକମାନଙ୍କୁ ଭର୍ତ୍ସନା କରି ଟେଲିଭିଜନ୍‌ରେ ପ୍ରସାରିତ ଏକ ଭିଡିଓ କନ୍‌ଫରେନ୍‌ସ୍‌ରେ ସେ କହିଛନ୍ତି, ଯେ‌କୌଣସି ବ୍ୟକ୍ତିବିଶେଷ, ବିଶେଷକରି ରୁଷୀୟ ଜନତା, କିଏ ଦେଶପ୍ରେମୀ, କିଏ ଅପଦାର୍ଥ ଓ ବିଶ୍ବାସଘାତ ତାହା କହିପାରିବେ। ଆକସ୍ମିକ ଭାବ‌େ ପାଟିରେ ପଶି ଯାଇଥିବା ‘ମିଜ୍’ (ମଶାଠୁ ଛୋଟ କୀଟ) ପରି ସେମାନେ ଅପଦାର୍ଥ ଓ ବିଶ୍ବାସଘାତମାନଙ୍କୁ ଗଳା ଖଙ୍କାରି ପଦାକୁ ବାହାର କରି ପକାଇବେ।

ସେ ଆହୁରି ମଧ୍ୟ କହିଛନ୍ତି, ମୋର ହୃଦ୍‌ବ‌ୋଧ ହୋଇଛି ଯେ, ସମାଜର ଏହି ସ୍ବାଭାବିକ ଏବଂ ଅତ୍ୟାବଶ୍ୟକ ଆତ୍ମ-ଶୋଧନ ଆମ ଦେଶ, ଆମ ଏକତା, ବନ୍ଧନ ଏବଂ ଯେକୌଣସି ଆହ୍ବାନକୁ ମୁକାବିଲା ପାଇଁ ପ୍ରସ୍ତୁତିକୁ ଆହୁରି ସୁଦୃଢ଼ କରିବ।

publive-image Image Courtesy of Bloomberg

ୟୁକ୍ରେନ୍‌ରେ ଯୁଦ୍ଧ ବିରୋଧରେ ଗୋଟାଏ ବିରଳ ଜନପ୍ରତିବାଦ ଦୃଶ୍ୟଥିବା ସମ୍ବାଦ ପରିବେଶଣ ବେଳେ ରୁଷ୍‌ର ରାଷ୍ଟ୍ରାୟତ ‘ଚାନେଲ୍‌ ୱାନ୍‌’ର ଜଣେ ପ୍ରଯୋଜକ ଉକ୍ତ ଖବରକୁ ବନ୍ଦ କରି ଦେବାର ଦୁଇ ଦିନ ପରେ ରାଷ୍ଟ୍ରପତି ପୁଟିନ୍‌ ଏଭଳି ଚେତାବନୀ ଦେଇଛନ୍ତି। ସେତିକିବେଳେ ସେ ନିଉଜ୍‌ ଆଙ୍କର୍‌ଙ୍କ ପଛରେ ମାରିନା ଓଭ୍‌ସିନିକୋଭା ସ୍ବଳ୍ପ ସମୟ ପାଇଁ ଫଳକଟିଏ ଧରିଥିଲେ। ସେଥିରେ ଉଲ୍ଲେଖ ଥିଲା: ସେମାନେ ଆପଣମାନଙ୍କୁ ମିଛ କହୁଛନ୍ତି।

ଉଲ୍ଲେଖଯୋଗ୍ୟ, ୟୁକ୍ରେନ୍‌ ଆକ୍ରମଣକୁ ରୁଷ୍‌ ‘ସ୍ବତନ୍ତ୍ର ସାମରିକ ଅଭିଯାନ’ ବୋଲି କହୁଛି। କିବ୍‌ରେ ଚାଲିଥିବା ଫାଶିବାଦ ଶାସନରୁ ବିଚ୍ଛିନ୍ନ ହୋଇଯାଉଥିବା ଅଞ୍ଚଳଗୁଡ଼ିକୁ ସୁରକ୍ଷା ଦେବା ଏହି ଅଭିଯାନର ଅଭିପ୍ରାୟ ବୋଲି ମଧ୍ୟ ରୁଷ୍‌ କହିଛି। ଏଥିରେ କେବଳ ୟୁକ୍ରେନ୍‌ର ସାମରିକ ଘାଟିଗୁଡ଼ିକ ଉପରେ ଆକ୍ରମଣ ‌କରାଯାଉଥିବା କଥା କ୍ରେମ୍‌ଲିନ୍‌ କହୁଛି।

କିନ୍ତୁ, ରୁଷ୍‌ର ବୋମା ଅନେକ ସାଧାରଣ ନାଗରିକ ଏବଂ ଆବାସିକ ଅଞ୍ଚଳରେ ପଡୁଥିବା କଥା ବିଶ୍ବର ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe