Live India
କିବ୍: ରୁଷ୍-ୟୁକ୍ରେନ୍ ଯୁଦ୍ଧର ଫଳସ୍ବରୂପ ୟୁକ୍ରେନ୍ରେ ସ୍କୁଲ-କଲେଜ ପିଲାମାନଙ୍କର ପାଠପଢ଼ା ଠପ୍ ହୋଇଯାଇଛି। କିବ୍ର ପ୍ରାୟ ୮୬ ପ୍ରତିଶତ ସ୍କୁଲ ଏବେ ବୋମା ଆଶ୍ରୟସ୍ଥଳୀରେ ପରିଣତ ହୋଇଥିବା ସୋମବାର କିବ୍ ଆଞ୍ଚଳିକ ସାମରିକ ପ୍ରଶାସନ ମୁଖ୍ୟ ଓଲେକ୍ସି କୁଲେବା କହିଛନ୍ତି।
ଟେଲିଗ୍ରାମ୍ ମାଧ୍ୟମରେ କୁଲେବା କହିଛନ୍ତି, ଯୁଦ୍ଧ ପରିସ୍ଥିତି ଦୃଷ୍ଟିରୁ କିବ୍ ଅଞ୍ଚଳରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ମୋଟ ୧,୦୮୫ଟି ଆଶ୍ରୟସ୍ଥଳ ତିଆରି ହୋଇଛି, ଯାହା ମୋଟ ଶିକ୍ଷାନୁଷ୍ଠାନର ୮୬ ପ୍ରତିଶତ।
ଦିନ ଯେତିକି ଗଡ଼ୁଛି, ୟୁକ୍ରେନ୍ ପରିସ୍ଥିତି ସେତିକି ଗମ୍ଭୀର ହେବାରେ ଲାଗିଛି। ନିକଟରେ କିବ୍ ଅର୍ଦ୍ଧସହରାଞ୍ଚଳରେ ଏକ ହେଲିକପ୍ଟର ଖସିପଡ଼ିବାରୁ ଅନ୍ତତଃ ୧୪ ଜଣ ଲୋକଙ୍କ ଭିତରେ ୟୁକ୍ରେନ୍ର ଗୃହମନ୍ତ୍ରୀ ଡେନିସ ମୋନାଷ୍ଟିରସ୍କିଙ୍କର ମୃତ୍ୟୁ ଘଟିଥିଲା। ବ୍ରୋଭାରି ସହରରେ ବୁଧବାର ଘଟିଥିବା ଏହି ଘଟଣାରେ ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଥିବା ବେଳେ ଆଉ ୨୫ ଜଣ ଆହତ ହୋଇଛନ୍ତି। ୪୨ ବର୍ଷୀୟ ମୋନାଷ୍ଟିରସ୍କି ଦେଶର ପୁଲିସ ଓ ଅନ୍ୟ ଜରୁରି ସେବା ବିଭାଗର ଦାୟିତ୍ବରେ ଥିଲେ।
Follow Us