ଚିକିତ୍ସାଧୀନ ଅଛନ୍ତି କିବ୍‌ରେ ଗୁଳି ଚୋଟରେ ଆହତ ଆଉ ଜଣେ ଭାରତୀୟ ଛାତ୍ର

Advertisment
ଚିକିତ୍ସାଧୀନ ଅଛନ୍ତି କିବ୍‌ରେ ଗୁଳି ଚୋଟରେ ଆହତ ଆଉ ଜଣେ ଭାରତୀୟ ଛାତ୍ର

Image Courtesy of DNA India

ଜେଜାଓ: ରୁଷ୍‌ ଓ ୟୁକ୍ରେନ୍‌ ଯୁଦ୍ଧରେ ମାତିଥିବା ବେଳେ ରାଜଧାନୀ କିଭ୍‌ରେ ଗୁଳି ଚୋଟରେ ଆହତ ହୋଇଥିବା ଜଣେ ଭାରତୀୟ ଛାତ୍ର ସମ୍ପ୍ରତି ଚିକିତ୍ସାଧୀନ ଅଛନ୍ତି।

ଗୁରୁବାର ଦିନ ପୋଲାଣ୍ଡ୍‌ର ଜେଜାଓ ବିମାନ ବନ୍ଦରରେ ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଜେନେରାଲ୍‌ ଭି.କେ. ସିଂହ। ସେ କହିଛନ୍ତି: କିଭ୍‌ରେ ଜଣେ ଛାତ୍ର ଗୁଳି ଚୋଟରେ ଆହତ ହୋଇଥିବା ଖବର ମିଳିଛି। ଅଧ ବାଟରୁ ଫେରାଇ ନେଇ ତାଙ୍କୁ ତୁରନ୍ତ କିବ୍‌ର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସର୍ବନିମ୍ନ କ୍ଷୟକ୍ଷତିରେ ସର୍ବାଧିକ ଜନସ୍ଥାନାନ୍ତରଣ ଲାଗି ଆମେ ଉଦ୍ୟମ କରୁଛୁ।

publive-image Image Courtesy of Todays News

ସେ ଆହୁରି ମଧ୍ୟ କହିଛନ୍ତି, ପୂର୍ବରୁ ଭାରତୀୟ ଦୂତାବାସ ଗୁରୁତ୍ବର ସହ କହିଥିଲା କି, ପ୍ରତ୍ୟେକ କିବ୍‌ ଛାଡ଼ି ଚାଲିଯିବା ଉଚିତ। ଯୁଦ୍ଧ ସମୟରେ ବନ୍ଧୁକ ଗୁଳି କାହାରି ଧର୍ମ ଏବଂ ଜାତୀୟତାକୁ ଦେଖେନାହିଁ।

ନିରାପଦରେ ଭାରତକୁ ପ୍ରତ୍ୟାବର୍ତ୍ତନ କରିବା ଲାଗି ସମ୍ପ୍ରତି ଭାରତୀୟ ଛାତ୍ରଛାତ୍ରୀମାନେ ଯୁଦ୍ଧ-ବିକ୍ଷତ ରାଷ୍ଟ୍ର ୟୁକ୍ରେନ୍‌ରୁ ପଳାୟନ କରି ପୋଲାଣ୍ଡ ସୀମାନ୍ତରେ ପହଞ୍ଚିବାକୁ ଉଦ୍ୟମ କରୁଛନ୍ତି।

ୟୁକ୍ରେନ୍‌ ସଂଲଗ୍ନ ଦେଶଗୁଡ଼ିକରେ ଥାଇ ୪ଜଣ କେନ୍ଦ୍ରମନ୍ତ୍ରୀ- ହରଦୀପ ସିଂହ ପୁରୀ, ଜ୍ୟୋତିରାଦିତ୍ୟ ଏମ୍‌. ସିନ୍ଧିଆ, କିରେନ୍‌ ରିଜିଜୁ ଏବଂ ଅବସରପ୍ରାପ୍ତ ଜେନେରାଲ୍‌ ଭି.କେ. ସିଂହ ଜନସ୍ଥାନାନ୍ତରଣ ଉଦ୍ୟମରେ ସମନ୍ବୟ ରକ୍ଷା କରାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe