୧୦ ବର୍ଷ ଚାଲି ପାରେ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ: ଇଂଲଣ୍ଡର ବୈଦେଶିକ ସଚିବ

Advertisment
୧୦ ବର୍ଷ ଚାଲି ପାରେ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ: ଇଂଲଣ୍ଡର ବୈଦେଶିକ ସଚିବ

Image Courtesy of India Today

ଲଣ୍ଡନ୍‌: ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ୧୦ ବର୍ଷ ପର୍ଯ୍ୟନ୍ତ ଲାଗି ରହିପାରେ ବୋଲି ଇଂଲଣ୍ଡ୍‌ର ବୈଦେଶିକ ସଚିବ ଲିଜ୍‌ ଟ୍ରୁସ୍‌ କହିଛନ୍ତି। ବୁଧବାର ଦିନ ଆୟୋଜିତ ବୈଦେଶିକ ନୀତି ରାତ୍ରଭୋଜନରେ କହିବା ବେଳେ ସେ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କୁ ସତର୍କ କରାଇ କହିଛନ୍ତି ଯେ, ଯଦି ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ବିଜୟୀ ହୁଅନ୍ତି ତେବେ, ସମଗ୍ର ୟୁରୋପ୍ ଏବଂ ବିଶ୍ବବ୍ୟାପୀ ଅକଥନୀୟ ଦୁଃଖ ଆହୁରି ବଢ଼ିଯିବ।

ୟୁକ୍ରେନ୍‌ରେ ଚାଲିଥିବା ଯୁଦ୍ଧ ଦୀର୍ଘ କାଳ ଚାଲିବ ଏବଂ ସେଥିଲାଗି ୟୁରୋପ ପ୍ରସ୍ତୁତ ରହିବା ଉଚିତ ବୋଲି ସେ ସୂଚନା ଦେଇଛନ୍ତି।

publive-image Image Courtesy of Business Standard

ୟୁକ୍ରେନୀୟ ଅଞ୍ଚଳକୁ ନିୟନ୍ତ୍ରଣ କରି ରଖିଲେ ପୁଟିନ୍‌ ଜର୍ଜିଆ ଏବଂ ମୋଲ୍‌ଡୋଭା ଉପରେ ଆକ୍ରମଣ କରିପାରନ୍ତି ଭାବି ଇଂଲଣ୍ଡ୍‌ର ସରକାରୀ ଅଧିକାରୀମାନେ ଚିନ୍ତା ପ୍ରକଟ କରିଛନ୍ତି। ଅଭିଭାଷଣରେ ପୁଟିନ୍‌ଙ୍କୁ ଜଣେ ଆକାଙ୍‌କ୍ଷୀ ଦୁଷ୍ଟ ଆକ୍ରମଣକାରୀ ଭାବେ ଅଭିହିତ କରି ଲିଜ୍‌ ଟ୍ରୁସ୍‌ କହିଛନ୍ତି, ତାଙ୍କ ଆକ୍ରମଣକୁ ପ୍ରତିହତ କରାଯିବା ଉଚିତ। ସମଗ୍ର ୟୁକ୍ରେନ୍‌ରୁ ରୁଷ୍‌କୁ ହଟାଇବା ଲାଗି ଇଂଲଣ୍ଡ୍‌ ଓ ତା’ର ମିତ୍ର ରାଷ୍ଟ୍ରମାନେ ଅଗ୍ରସର ହେବା ଉଚିତ।

ୟୁକ୍ରେନ୍‌ରେ ଜଣେ ୩ ବର୍ଷୀୟ ବାଳିକା ସମେତ କେତେକ ସାଧାରଣ ନାଗରିକଙ୍କ ଅନ୍ତିମ ସଂସ୍କାର କରାଯିବାର ଠିକ୍‌ ପରେ ପରେ ଲିଜ୍‌ ଟ୍ରୁସ୍‌ ଉପରୋକ୍ତ କାର୍ଯ୍ୟକ୍ରମରେ ଏ କଥା କହିଛନ୍ତି।

ସୂଚନାଯୋଗ୍ୟ, ରୁଷ୍‌ ଉପରେ ‘ୟୁରୋପୀୟ ସଂଘ’ ଅନେକ ପ୍ରକାର କଟକଣା ଜାରି କରିଛି କିନ୍ତୁ, ଇନ୍ଧନ ପାଇଁ ଅନେକ ୟୁରୋପୀୟ ରାଷ୍ଟ୍ର ରୁଷ୍‌ ଉପରେ ନିର୍ଭରଶୀଳ ହୋଇ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe