ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ: ପୁଣି ପରମାଣୁ ଆକ୍ରମଣ ଭୟ

Advertisment

ଅଭ୍ୟାସ ପାଇଁ ପୁଟିନ୍‌ଙ୍କ ନିର୍ଦ୍ଦେଶ, କଥାବାର୍ତ୍ତା ବିଫଳ ହେଲେ ବିଶ୍ବଯୁଦ୍ଧ: ୟୁକ୍ରେନ ରାଷ୍ଟ୍ରପତି

ଅଭ୍ୟାସ ପାଇଁ ପୁଟିନ୍‌ଙ୍କ ନିର୍ଦ୍ଦେଶ, କଥାବାର୍ତ୍ତା ବିଫଳ ହେଲେ ବିଶ୍ବଯୁଦ୍ଧ: ୟୁକ୍ରେନ ରାଷ୍ଟ୍ରପତି

ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ: ପୁଣି ପରମାଣୁ ଆକ୍ରମଣ ଭୟ

gulftoday.ae

ମସ୍କୋ : ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଯେ କୌଣସି ସମୟରେ ପରମାଣୁ ଯୁଦ୍ଧର ରୂପ ନେଇପାରେ। ରୁଷ୍‌ର ଯୁଦ୍ଧନୀତିରେ ଏବେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଥିବାରୁ ପରମାଣୁ ଯୁଦ୍ଧ ଆଶଙ୍କା ବଢ଼ିଯାଇଛି ଏବଂ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଘୋର ଅନିଶ୍ଚିତତାରେ ରହିଛନ୍ତି। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ନିଜ ସେନାକୁ ପରମାଣୁ ଯୁଦ୍ଧ ଡ୍ରିଲ୍‌ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯୁଦ୍ଧର ପ୍ରଥମ ସପ୍ତାହରେ ହିଁ ପୁଟିନ୍‌ ପରମାଣୁ ଅସ୍ତ୍ରଗୁଡ଼ିକୁ ହାଇଆଲର୍ଟରେ ରଖିବାକୁ ସେନା ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଏବେ ପରମାଣୁ ଯୁଦ୍ଧ ଡ୍ରିଲ୍‌ ପାଇଁ କରିବା ପରେ ପରିସ୍ଥିତି ଅତି ଜଟିଳ ମୋଡ଼ ନେବା ଆଶଙ୍କା ରହିଛି।

ରୁଷ୍‌ ୟୁକ୍ରେନ୍‌ରେ ଗତ ୪୮ ଘଣ୍ଟା ମଧ୍ୟରେ ଦୁଇଥର ‘କିନ୍‌ଝାଲ’ ହାଇପରସୋନିକ କ୍ଷେପଣାସ୍ତ୍ର ପ୍ରୟୋଗ କରିଛି ଏବଂ ଏହି ଶ୍ରେଣୀୟ କ୍ଷେପଣାସ୍ତ୍ର ପରମାଣୁ ଅସ୍ତ୍ର ବହନ କରିବାକୁ ସକ୍ଷମ ଥିବାରୁ ପରମାଣୁ ଯୁଦ୍ଧ ଆଶଙ୍କା ବଳବତ୍ତର ହୋଇଛି। ‘କିନ୍‌ଝାଲ’ କ୍ଷେପଣାସ୍ତ୍ରକୁ ଅଟକାଇବା କ୍ଷମତା କୌଣସି କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାର ନାହିଁ। ଯେ କୌଣସି ରାଡାରକୁ ଚକ୍‌ମା ଦେଇ ଏହି କ୍ଷେପଣାସ୍ତ୍ର ଶତ ପ୍ରତିଶତ ଲକ୍ଷ୍ୟଭେଦରେ ସଫଳ ହେଉଥିବାରୁ ଆଗକୁ ଯୁଦ୍ଧ ବିଭୀଷିକା ଆହୁରି ବଢ଼ିବ।

publive-image

ଆମେରିକା ଓ ଅନ୍ୟ ନାଟୋ ରାଷ୍ଟ୍ରମାନେ ରୁଷ୍‌କୁ ଏବେ ପ୍ରବଳ ଆର୍ଥିକ ଚାପ ମଧ୍ୟରେ ରଖିଛନ୍ତି। ରୁଷ୍‌କୁ ଏକଘରିଆ କରି ଅତି କଠୋର ଆର୍ଥିକ କଟକଣା ଲାଗୁ କରିଛନ୍ତି ଏବଂ ରୁଷ୍‌ର ଆର୍ଥିକ ବ୍ୟବସ୍ଥା ତଳିତଳାନ୍ତ କରିଦେବାକୁ ନୂଆ ନୂଆ ଯୋଜନା କରୁଛନ୍ତି। ଏଥିରେ କ୍ଷୁବ୍ଧ ପୁଟିନ ପଶ୍ଚିମ ରାଷ୍ଟ୍ରମାନଙ୍କୁ ଶିକ୍ଷା ଦେବାପାଇଁ ଅତି ଭୟାନକ ନିଷ୍ପତ୍ତି ନେଇପାରନ୍ତି ବୋଲି କୂଟନୀତି ବିଶେଷଜ୍ଞମାନେ କହିଛନ୍ତି। ରୁଷ୍‌ ପାଖରେ ପରମାଣୁ ଅସ୍ତ୍ର ରହିଥିବା ବେଳେ ଏଥିରୁ ପ୍ରାୟ ୩ ହଜାରରୁ ଅଧିକ ଅସ୍ତ୍ର ବ୍ୟବହାରକ୍ଷମ ସ୍ଥିତିରେ ରହିଛି ଏବଂ ପୁଟିନ ପୂରା ବିଶ୍ବରେ ପ୍ରଳୟ ଘଟାଇ ଦେଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ଅନ୍ୟପକ୍ଷରେ ୟୁକ୍ରେନ୍‌ରେ ରୁଷ୍‌ ତା’ର ସବୁ ଶକ୍ତି ଖଟାଇ ଦେଇଛି ବୋଲି ପଶ୍ଚିମ ମିଡିଆର ରିପୋର୍ଟ ମଧ୍ୟ ଭୁଲ୍‌ ପ୍ରମାଣିତ ହେଉଛି। ରୁଷ୍‌ ଏକ ସଙ୍ଗରେ ଆମେରିକା ସମେତ ୩୦ ନାଟୋ ରାଷ୍ଟ୍ରଙ୍କ ସହ ଲଢ଼ିବାକୁ ପ୍ରସ୍ତୁତ ଥିବା କୁହାଯାଉଥିବାରୁ ‌ୟୁକ୍ରେନ୍‌ ଯୁଦ୍ଧକୁ ରୁଷ୍ କେତେବେଳେ କିଭଳି ମୋଡ଼ରେ ପହଞ୍ଚାଇବ ସେ ନେଇ କେହିକିଛି ପୂର୍ବାନୁମାନ କରିପାରୁ ନାହାନ୍ତି।

ଇତିମଧ୍ୟରେ ପୁଟିନ୍‌ ନିଜ ପରିବାର ସଦସ୍ୟଙ୍କୁ ସୁରକ୍ଷିତ ରଖିବା ପାଇଁ ସାଇବେରିଆ ପଠାଇସାରିଛନ୍ତି ବୋଲି ମଧ୍ୟ କେତେକ ପଶ୍ଚିମ ଗଣମାଧ୍ୟମରେ କିଛିଦିନ ହେଲା ରିପୋର୍ଟ ପ୍ରକାଶ ପାଉଛି । ଯୁଦ୍ଧ ଆରମ୍ଭର କିଛିଦିନ ପରେ ହିଁ ପୁଟିନଙ୍କ ପରିବାରକୁ ସାଇବେରିଆର ଏକ ଅଣ୍ଡରଗ୍ରାଉଣ୍ଡ ବଙ୍କରରେ ରଖାଯାଇଛି ବୋଲି ପଶ୍ଚିମ ଗଣମାଧ୍ୟମଗୁଡ଼ିକ ରିପୋର୍ଟ କରିଛନ୍ତି।

ୟୁକ୍ରେନ ଦଖଲ ପାଇଁ ରୁଷ ଆଜି ମଧ୍ୟ ପ୍ରଚଣ୍ଡ ବୋମାମାଡ଼ କରୁଛି। ସ୍କୁଲ, ଇସ୍ପାତ କାରଖାନା ଏବଂ ସାମରିକ ଶିବିର ଉପରେ ବୋମାମାଡ଼ ଯୋଗୁଁ ବହୁସଂଖ୍ୟକ ଲୋକ ପ୍ରାଣ ହରାଇଛନ୍ତି। ଯୁଦ୍ଧ ଅଟକାଇବା ଲାଗି ୟୁକ୍ରେନ ରାଷ୍ଟ୍ରପତି ‌ଜେଲେନସ୍କି ପୁଣି ଥରେ ଆଲୋଚନା ପାଇଁ ରୁଷକୁ ପ୍ରସ୍ତାବ ଦେଇଛନ୍ତି। ଏହାସହିତ ସେ ଚେତାବନୀ ଦେଇଛନ୍ତି ଯେ ଆଲୋଚନା ବିଫଳ ହେଲେ ତୃତୀୟ ବିଶ୍ବଯୁଦ୍ଧ ନିଶ୍ଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe