ୟୁକ୍ରେନ-ରୁଷ ଯୁଦ୍ଧ: ମାରିଆପୋଲର ଥି‌ଏଟର ତଳେ ଫସିରହିଛନ୍ତି ଶତାଧିକ ଲୋକ

Advertisment
ୟୁକ୍ରେନ-ରୁଷ ଯୁଦ୍ଧ: ମାରିଆପୋଲର ଥି‌ଏଟର ତଳେ ଫସିରହିଛନ୍ତି ଶତାଧିକ ଲୋକ

indian express

କିଭ: ୟୁକ୍ରେନ ଉପରେ ରୁଷିଆର ସାମରିକ କାର୍ଯ୍ୟାନୁଷ୍ଠାନକୁ ୨୩ ଦିନ ବିତିଛି। ଉଭୟ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ବିରତି ପାଇଁ ୪/୫ ପର୍ଯ୍ୟାୟରେ ଆଲୋଚନା ହୋଇଥିଲେ ବି ତାହା ବିଫଳ ହୋଇଛି। ତେଣୁ ଯୁଦ୍ଧ ଥମିବାର ନାଁଧରୁନି। ବିଶେଷ କରି ୟୁକ୍ରେନର ବିଭିନ୍ନ ସହର ଉପରେ ରୁଷିଆର କ୍ଷେପଣାସ୍ତ୍ର ମାଡ ଜାରି ରହିଛି। ପ୍ରାୟ ସହର ଧ୍ବଂସ ହୋଇସାରିଲାଣି। ଯୁଦ୍ଧର ବର୍ତ୍ତିବା ପାଇଁ ସୁରକ୍ଷିତ ସ୍ଥାନକୁ ଲୋକେ ଚାଲିଯାଉଛନ୍ତି। ୟୁକ୍ରେନ ସରକାର ମଧ୍ୟ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ‌ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଶୁକ୍ରବାର କହିଛନ୍ତି ଯେ, ରୁଷ ସାଧାରଣ ଲୋକଙ୍କ ଆଶ୍ରୟସ୍ଥଳ ଉପରେ କ୍ଷେପଣାସ୍ତ୍ର ମାଡ କରୁଛି। ଗତ ବୁଧବାର ମାରିଆପୋଲରେ ମନୋରଂଜନର ମାଧ୍ୟମ ପାଲଟିଥିବା ଏକ ଥିଏଟର ଗୃହ ଉପରେ କ୍ଷେପଣାସ୍ତ୍ର ମାଡ କରିଥିଲା। ସେଠାରେ ଶତାଧିକ ଲୋକ ଆଶ୍ରୟ ନେଇଥିଲେ। ଉକ୍ତ ଥିଏଟରଟି ଧ୍ବଂସ ହୋଇଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ସେଠାରୁ ୧୩୦ଜଣଙ୍କୁ ଉଦ୍ଧାର କରାଯାଇଛି।ଆହୁରି ଶତାଧିକ ଲୋକ ଧ୍ବଂସାବଶେଷ ତଳେ ରହିଥିବା ସୂଚନା ରହିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ୟୁକ୍ରେନ ମାନିବକ ଅଧିକାରର ଲୋକପାଳ ଲ୍ୟୁଡମିଲା ଡେନିସୋଭା ମଧ୍ୟ ଅନରୂପ ମନ୍ତବ୍ୟ ଦେଇଛନ୍ତି। ସେଠାରେ ଆଶ୍ରୟ ନେଇଥିବା ଅନ୍ୟମାନଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ବିସ୍ଫୋରଣ ଭୟଙ୍କର ଥିଲା ବୋଲି ଉଦ୍ଧାର ହୋଇଥିବା ଲୋକମାନେ ପ୍ରକାଶ କରିଛନ୍ତି।

ସେହିପରି ଶୁକ୍ରବାର ରୁଷିଆ ସେନା ୟୁକ୍ରେନର ରାଜଧାନୀ କିବ୍ ଉପରେ ପୁନର୍ବାର ଆକ୍ରମଣ କରିଛି। ପଶ୍ଚିମ ଭାଗରେ ଥିବା ଲେଭିଭ ସହର ଉପରେ ବି କ୍ଷେପଣାସ୍ତ୍ର ମାଡ କରିଛି। ଉକ୍ତ ସହରରେ ୩ଟି ବିସ୍ଫୋରଣ ଘଟଛି। ଲେଭିଭ ବମାନ ବନ୍ଦର ନିକଟରେ ବୋମା ମାଡ ହୋଇଛି। ରୁଷିଆର ବାରମ୍ବାର ଆକ୍ରମଣ ଯୋଗୁ ୟୁକ୍ରେନ ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଥିବାବେଳେ ନେଦରଲାଣ୍ଡରେ ଥିବା ଅନ୍ତର୍ଜାତୀୟ ନ୍ୟାୟାଳୟ ପକ୍ଷରୁ ଇତି ମଧ୍ୟରେ ଯୁଦ୍ଧ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତଥାପି ରୁଷିଆର ଆକ୍ରମଣ ଜାରି ରହିଛି। ତେବେ ଆଗାମୀ ଦିନରେ ଯୁଦ୍ଧର ବିଭୀଷିକା କ’ଣ ହେବ ତାହା ବିଶ୍ବବ୍ୟାପୀ ଚିନ୍ତାର କାରଣ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe