୩୧ତମ ମାସରେ ରୁଷ୍-ୟୁକ୍ରେନ ଯୁଦ୍ଧ: କିବ୍‌ରେ ବଡ଼ ଆକ୍ରମଣ ନେଇ ସତର୍କ କଲା ଆମେରିକା

Advertisment
୩୧ତମ ମାସରେ ରୁଷ୍-ୟୁକ୍ରେନ ଯୁଦ୍ଧ: କିବ୍‌ରେ ବଡ଼ ଆକ୍ରମଣ ନେଇ ସତର୍କ କଲା ଆମେରିକା

କିବ୍: ରୁଷ୍-ୟୁକ୍ରେନ ଯୁଦ୍ଧ ଏବେ ୩୧ତମ ମାସରେ ପ୍ରବେଶ କରିଛି, ଯାହାର କୌଣସି ଅନ୍ତ ଦେଖିବାକୁ ମିଳୁନାହିଁ। ୟୁକ୍ରେନର ଏକ ଗୁରୁତ୍ୱପୂର୍ଣ୍ଣ ସହର ବାଖମୁଟ ପାଇଁ ଲଢ଼େଇ ସବୁଠାରୁ ତୀବ୍ର ହୋଇଛି, ଯାହା ଉଭୟ ପକ୍ଷରେ ଧ୍ୱଂସ ଓ ବିପର୍ଯ୍ୟୟ ସୃଷ୍ଟି କରିଛି। ଏକଦା ୭୦,୦୦୦ ଜନସଂଖ୍ୟା ବିଶିଷ୍ଟ ଲୁଣ ଖଣି କେନ୍ଦ୍ର ଭାବେ ପରିଗଣିତ ଏହି ସହର ଏବେ ନିଜ ଅସ୍ତିତ୍ବ ରକ୍ଷା ପାଇଁ ସଂଘର୍ଷ କରୁଛି। ଅନ୍ୟପକ୍ଷରେ ୟୁକ୍ରେନ ଏବେ ରୁଷ୍‌ର କୁର୍ସ୍କ ଅଂଚଳରେ ଆକ୍ରମଣ ଜାରି ରଖିବା ସହ ମସ୍କୋକୁ ମଧ୍ୟ ଟାର୍ଗେଟ୍‌ କରିଛି। ରୁଷ୍‌ର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ୟୁକ୍ରେନ୍‌ର ଡ୍ରୋନ୍‌ ଓ କ୍ଷେପଣାସ୍ତ୍ର ଆକ୍ରମଣକୁ ପଣ୍ଡ ‌କରିଦେଇଥିବା ବେଳେ ୟୁକ୍ରେନର ସ୍ବାଧୀନତା ଦିବସ (ଅଗଷ୍ଟ ୨୪)ରେ ରାଜଧାନୀ କିବ୍‌ରେ ଭୟାନକ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି। ଆମେରିକା ଏ ନେଇ ୟୁକ୍ରେନକୁ ସତର୍କ କରିଦେବା ସହ କିଛି ଅଂଚଳରୁ ଲୋକଙ୍କୁ ଖାଲି କରିବାକୁ ମଧ୍ୟ ପରାମର୍ଶ ଦେଇଛି । ୟୁକ୍ରେନକୁ ଯଥୋଚିତ ଜବାବ ମିଳିବ ବୋଲି ଆଜି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବୟାନ ପରେ ୟୁକ୍ରେନ୍‌ ଏହାର ଉତ୍ତରାଞ୍ଚଳର କେତେକ ସହରରୁ ଲୋକଙ୍କୁ ଖାଲି କରିବା ଆରମ୍ଭ କରିଛି।

ଏବେ ୟୁକ୍ରେନର ନ୍ୟାସନାଲ ୟୁନିଭର୍ସିଟିକୁ ଯୁଦ୍ଧରେ ଆହତ ସୈନିକଙ୍କ ଥଇଥାନ କେନ୍ଦ୍ରରେ ପରିଣତ କରାଯାଇଛି। ନାଟୋ ରାଷ୍ଟ୍ରମାନଙ୍କଠାରୁ ୟୁକ୍ରେନକୁ ସାମରିକ ସହାୟତା ଜାରି ରହିଛି ଏବଂ ଏହି କାରଣରୁ ପୁଣିଥରେ ସଂଘର୍ଷ ତୀବ୍ର ହେବାରେ ଲାଗିଛି। ୟୁକ୍ରେନ ରୁଷ୍‌ର କୁର୍ସ୍କ ଅଞ୍ଚଳର ସହର ଓ ଗ୍ରାମଗୁଡ଼ିକୁ ଦଖଲ କରି ଏହାର ଜବାବ ଦେବା ଆରମ୍ଭ କରିଛି। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ରୁଷ୍‌ ମାଟିରେ ହୋଇଥିବା ସବୁଠାରୁ ବଡ଼ ଆକ୍ରମଣ ରୁଷିଆକୁ ଆତଙ୍କିତ କରି ଦେଇଛି ଏବଂ ୟୁକ୍ରେନ ରୁଷିଆର କୁର୍ସ୍କ ଅଞ୍ଚଳରେ ପ୍ରାୟ ୩୦ କିଲୋମିଟର ପ୍ରବେଶ କରିଛି। ରାଷ୍ଟ୍ରପତି ‌ବୋଲଡିମିର ଜେଲେନସ୍କି କହିଛନ୍ତି ଯେ ୟୁକ୍ରେନ ବର୍ତ୍ତମାନ ଏହି ଅଞ୍ଚଳର ୧,୨୫୦ ବର୍ଗ କିଲୋମିଟର ଓ ୯୨ଟି ବସ୍ତିକୁ ନିୟନ୍ତ୍ରଣ କରୁଛି। ଆଜି ଜେଲେନସ୍କି ରୁଷ୍‌ ସୀମାରେ ଯୁଦ୍ଧାଞ୍ଚଳ ପରିଦର୍ଶନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe