୫୦୦ ଦିନରେ ପହଞ୍ଚିଲା ରୁଷ-ୟୁକ୍ରେନ ଯୁଦ୍ଧ : ଏପର୍ଯ୍ୟନ୍ତ ୫୦୦ ଶିଶୁଙ୍କ ସମେତ ୯୦୦୦ ମୃତ

Advertisment
୫୦୦ ଦିନରେ ପହଞ୍ଚିଲା ରୁଷ-ୟୁକ୍ରେନ ଯୁଦ୍ଧ : ଏପର୍ଯ୍ୟନ୍ତ ୫୦୦ ଶିଶୁଙ୍କ ସମେତ ୯୦୦୦ ମୃତ

କିବ୍ : ଗତ ବର୍ଷ ଫେବ୍ରୁଆରି ୨୪ରେ ଆରମ୍ଭ ହୋଇଥିବା ରୁଷ-ୟୁକ୍ରେନ ଯୁଦ୍ଧ ଇତି ମଧ୍ୟରେ ୫୦୦ ଦିନରେ ପହଞ୍ଚିଛି । ଏହା ସତ୍ତ୍ବେ ଏହି ଯୁଦ୍ଧ ନିକଟ ଭବିଷ୍ୟତରେ ଶେଷ ହେବାର କୌଣସି ଆଶା ଦେଖାଯାଉନାହିଁ । ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ପ୍ରାୟ ୯ ହଜାର ଲୋକ ପ୍ରାଣ ହରାଇସାରିଲେଣି ଓ ଲକ୍ଷ ଲକ୍ଷ ଲୋକ ଆହତ, ବାସହୀନ, ଜୀବିକାହୀନ ହୋଇଯାଇଛନ୍ତି । ସବୁଠାରୁ ହୃଦୟ ବିଦାରକ କଥା ହେଉଛି ମୃତକଙ୍କ ମଧ୍ୟରେ ପ୍ରାୟ ୫୦୦ ଶିଶୁ ଅଛନ୍ତି ।

ୟୁକ୍ରେନରେ ରୁଷ୍ ର ଯୁଦ୍ଧ ଯୋଗୁଁ ହୋଇଥିବା ବେସାମରିକ କ୍ଷୟକ୍ଷତିକୁ ଜାତିସଂଘ ନିନ୍ଦା କରିଛି। ଜାତିସଂଘ କହିଛି ଯେ ଲଢ଼େଇ ୫୦୦ ଦିନରୁ ଅଧିକ ସମୟ ବିତିଗଲାଣି ଏବଂ ସଂଘର୍ଷର କୌଣସି ଅନ୍ତ ଦେଖାଯାଉନାହିଁ। ୟୁକ୍ରେନରେ ଜାତିସଂଘ ମାନବାଧିକାର ମନିଟରିଂ ମିଶନ (ଏଚଆରଏମଏମୟୁ) ଶୁକ୍ରବାର ଏକ ବିବୃତିରେ କହିଛି ଯେ ୨୦୨୨ ଫେବ୍ରୁଆରି ୨୪ ରେ ରୁଷିଆର ଆକ୍ରମଣ ପରେ ୫୦୦ ଶିଶୁଙ୍କ ସମେତ ୯୦୦୦ରୁ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି

ପ୍ରକୃତ ସଂଖ୍ୟା ଆହୁରି ଅଧିକ ହେବ ବୋଲି ଜାତିସଂଘର ପ୍ରତିନିଧିମାନେ ପୂର୍ବରୁ କହିଥିଲେ। ଆକ୍ରମଣର ୫୦୦ ତମ ଦିନ ଅବସରରେ ଏଚ୍ଆରଏମଏମୟୁର ଉପମୁଖ୍ୟ ନୋଏଲ କାଲହୁନ ଏକ ବିବୃତିରେ କହିଛନ୍ତି ଯେ ଆଜି ଆମେ ଯୁଦ୍ଧର ଆଉ ଏକ ଗମ୍ଭୀର ମାଇଲଖୁଣ୍ଟ ଚିହ୍ନଟ କରିଛୁ, ଯାହା ୟୁକ୍ରେନର ନାଗରିକଙ୍କ ଉପରେ ଭୟଙ୍କର ପ୍ରଭାବ ପକାଉଛି ।

୨୦୨୨ ତୁଳନାରେ ଚଳିତ ବର୍ଷ ହାରାହାରି ମୃତ୍ୟୁ ସଂଖ୍ୟା କମ୍ ଥିବା ବେଳେ ମେ ଓ ଜୁନ୍ ମାସରେ ଏହି ସଂଖ୍ୟା ପୁଣି ବଢ଼ିବାରେ ଲାଗିଛି ବୋଲି ଏହି ସଂସ୍ଥା ଉଲ୍ଲେଖ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe