ରୁଷ-ୟୁକ୍ରେନ୍‌ ଯୁଦ୍ଧ ୭୭ ଦିନରେ: ଓଡ଼େଶାରେ ତୁହାକୁ ତୁହା କ୍ଷେପଣାସ୍ତ୍ର ମାଡ଼

Advertisment

ମାରିୟୁପୋଲ୍‌ରେ ଏବେ ବି ଫସିଛନ୍ତି ୧୦୦ ନାଗରିକ

ମାରିୟୁପୋଲ୍‌ରେ ଏବେ ବି ଫସିଛନ୍ତି ୧୦୦ ନାଗରିକ

ରୁଷ-ୟୁକ୍ରେନ୍‌ ଯୁଦ୍ଧ ୭୭ ଦିନରେ: ଓଡ଼େଶାରେ ତୁହାକୁ ତୁହା କ୍ଷେପଣାସ୍ତ୍ର ମାଡ଼

କିବ୍‌: ୟୁକ୍ରେନ୍‌କୁ ଅସ୍ତ୍ର ଯୋଗାଣ ତ୍ବରାନ୍ବିତ କରିବାପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏକ ଗୁରୁତ୍ବପୂର୍ଣ୍ଣ ଆଇନ ସ୍ବାକ୍ଷର କରିବାପରେ ରୁଷ୍‌ ୟୁକ୍ରେନ୍‌ରେ ଆକ୍ରମଣକୁ ଆହୁରି ଜୋରଦାର କରିଛି। ୟୁରୋପୀୟ ପରିଷଦ ଅଧ୍ୟକ୍ଷ ଗତକାଲି ଓଡ଼େଶା ଗସ୍ତ କରିବାର ମାତ୍ର କିଛି ଘଣ୍ଟା ପରେ ୟୁକ୍ରେନର ପୂର୍ବ ଭାଗରେ ଆକ୍ରମଣ‌ ତୀବ୍ର ହୋଇଛି। ଓଡ଼େଶାରେ ଘନଘନ ମିସାଇଲ୍‌ ମାଡ଼ ହେଉଛି। ରୁଷ୍‌ର ‌ବୋମାବର୍ଷୀ ବିମାନରୁ ଓଡ଼େଶାରେ ୩ଟି ହାଇପରସୋନିକ୍‌ ମିସାଇଲ ମାଡ଼ ହୋଇଥିବା ବେଳେ ୫୦ରୁ ଅଧିକ ରକେଟ୍‌ ମାଡ଼ କରାଯାଇଛି। ରୁଷ୍‌ ଓଡ଼େଶାରେ କିନ୍‌ଝଲ ହାଇପରସୋନିକ କ୍ଷେପଣାସ୍ତ୍ର ମାଡ଼ କରିଥିବା କହିଛି। ଇତି ମଧ୍ୟରେ କିବ୍‌ ମେୟର ଆଜି କହିଛନ୍ତି, ଯୁଦ୍ଧ ପାଇଁ କିବ୍‌ ଛାଡ଼ିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ଏବେ ଫେରି ଆସିଛନ୍ତି। କିନ୍ତୁ ମାରିୟୁପୋଲ୍‌ରେ ଲଢ଼େଇ ଜାରି ରହିଛି। ମାରିୟୁପୋଲ୍‌ରୁ ନାଗରିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି ବୋଲି କୁହାଯାଇଥିଲେ ସୁଦ୍ଧା ଆଜବଷ୍ଟଲ୍‌ ପ୍ଲାଣ୍ଟ୍‌ରେ ଏବେ ବି ୧ ହଜାରରୁ ଅଧିକ ସୈନିକ ଫସି ରହିଛନ୍ତି। ଶତାଧିକ ସୈନିକ ଆହତ ଅଛନ୍ତି। ଏବେ ବି ପ୍ରାୟ ୧୦୦ ଜଣ ନାଗରିକ ଆଜବଷ୍ଟଲ୍‌ ପ୍ଲାଣ୍ଟ୍‌ରେ ଫସି ରହିଥିବା କୁହାଯାଉଛି। କିନ୍ତୁ ରୁଷ୍‌ ପ୍ଲାଣ୍ଟ୍‌ରେ ପୁଣି ଆକ୍ରମଣକୁ ଜୋରଦାର କରିଥିବାରୁ ଏହା ଅତ୍ୟନ୍ତ ଚିନ୍ତାର କାରଣ ହୋଇଛି।

ଧ୍ବସ୍ତ କୋଠାରୁ ମିଳିଲା ୪୪ ମୃତଦେହ

ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୨୦୦ ଥର ଆକ୍ରମଣ କରିଛି ରୁଷ୍‌
ଯୁଦ୍ଧ ମୃତ୍ୟୁସଂଖ୍ୟା ପୂର୍ବ ଆକଳନ ତୁଳନାରେ ବହୁତ ଅଧିକ : ଜାତିସଂଘ

publive-image AP News

ମସ୍କୋ : ରୁଷ୍‌ ବର୍ବରତାର ପୁଣି ଏକ ଉଦାହରଣ ଦେଖିବାକୁ ମିଳିଛି। ୟୁକ୍ରେନ୍‌ର ଇଜିୟମ୍‌ ସହରରେ ଏକ ଭଗ୍ନ ୫ ମହଲା କୋଠାରୁ ୪୪ ମୃତଦେହ ଉଦ୍ଧାର ହୋଇଛି। ଇଜିୟମ୍‌ ସହର ପ୍ରାୟ ୨ ମାସ ଧରି ରୁଷ୍‌ ସେନା ନିୟନ୍ତ୍ରଣରେ ରହିଥିଲା। ଖାରକିଭ ଆଞ୍ଚଳିକ ସାମରିକ ପ୍ରଶାସନ ଆଜି ଏହି ସୂଚନା ଦେଇଥିବା ‌ବେଳେ କୋଠାଟି ସମ୍ପୂର୍ଣ୍ଣ ଭାବେ ଧ୍ବଂସ ହୋଇଥିବା ସେ କହିଛନ୍ତି। ମାର୍ଚ୍ଚରେ ରୁଷ୍‌ ବାହିନୀର ବୋମା ମାଡ଼ ସମୟରେ ଏହି କୋଠା ଧ୍ବସ୍ତ ହୋଇଥିଲା। ପ୍ରାୟ ୨ ମାସ ଧରି ଇଜିୟମ୍‌କୁ ରୁଷ୍‌ ସେନା ନିଜ ନିୟନ୍ତ୍ରଣରେ ରଖିବା ପରେ ଏହି ସହର ଛାଡ଼ି ପଳାଇଥିଲେ। ଅନ୍ୟପକ୍ଷେ ରୁଷ୍‌ ଆକ୍ରମଣ ଯୋଗୁଁ ୟୁକ୍ରେନ୍‌ରେ ହୋଇଥିବା ମୃତ୍ୟୁ ସଂକ୍ରାନ୍ତରେ ଯେଉଁ ପ୍ରାଥମିକ ଆକଳନ କରାଯାଇଥିଲା ତା’ଠାରୁ ମୃତ୍ୟୁ ସଂଖ୍ୟା ଆଉ କିଛି ହଜାର ଅଧିକ ଅଧିକ ହେବ। ୟୁକ୍ରେନ୍‌ରେ ଜାତିସଂଘ ମାନବାଧିକାର ମନିଟରିଂ ମିସନ୍‌ର ମୁଖ୍ୟ ଏହା କହିଛନ୍ତି। ପ୍ରଥମେ ଏହି ମୃତ୍ୟୁ ସଂଖ୍ୟା ପ୍ରାୟ ୪ ହଜାର ବୋଲି ଆକଳନ କରାଯାଇଥିବା ବେଳେ ବାସ୍ତବରେ ଏହା ବହୁତ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଅନ୍ୟପକ୍ଷେ ରୁଷ୍‌ ୟୁକ୍ରେନ୍‌ର ସ୍ବାସ୍ଥ୍ୟ ଅନୁଷ୍ଠାନଗୁଡ଼ିକ ଉପରେ ପ୍ରାୟ ୨୦୦ ଥର ଆକ୍ରମଣ କରିଥିବା ଜଣାପଡ଼ିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ଆକ୍ରମଣ ଘଟଣାର ଯାଞ୍ଚ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe