ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ: ସାଇବର ଆକ୍ରମଣ ଆଶଙ୍କାରେ ନାଟୋ ରାଷ୍ଟ୍ର ଚିନ୍ତିତ

Advertisment

ୟୁକ୍ରେନ୍‌ ଯୁଦ୍ଧକୁ ନେଇ ରୁଷ୍ ଏବଂ ପାଶ୍ଚାତ୍ୟ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଏପଟେ ସାଇବର ଯୁଦ୍ଧର ବିପଦ ନାଟୋ ସହଯୋଗୀଙ୍କ ପାଇଁ ଚିନ୍ତାର ବିଷୟ ହେଲାଣି। ଏକ ନୂତନ ‘ସାଇବର ଯୁଦ୍ଧ’ କ୍ଷେତ୍ର ପାଇଁ ରୁଷ୍‌ ବ୍ୟାପକ ପ୍ରସ୍ତୁତି କରିଛି...

ୟୁକ୍ରେନ୍‌ ଯୁଦ୍ଧକୁ ନେଇ ରୁଷ୍ ଏବଂ ପାଶ୍ଚାତ୍ୟ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଏପଟେ ସାଇବର ଯୁଦ୍ଧର ବିପଦ ନାଟୋ ସହଯୋଗୀଙ୍କ ପାଇଁ ଚିନ୍ତାର ବିଷୟ ହେଲାଣି। ଏକ ନୂତନ ‘ସାଇବର ଯୁଦ୍ଧ’ କ୍ଷେତ୍ର ପାଇଁ ରୁଷ୍‌ ବ୍ୟାପକ ପ୍ରସ୍ତୁତି କରିଛି...

fhfhfsshfhsf

ଲଣ୍ଡନ: ୟୁକ୍ରେନ୍‌ ଯୁଦ୍ଧକୁ ନେଇ ରୁଷ୍ ଏବଂ ପାଶ୍ଚାତ୍ୟ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଏପଟେ ସାଇବର ଯୁଦ୍ଧର ବିପଦ ନାଟୋ ସହଯୋଗୀଙ୍କ ପାଇଁ ଚିନ୍ତାର ବିଷୟ ହେଲାଣି। ଏକ ନୂତନ ‘ସାଇବର ଯୁଦ୍ଧ’ କ୍ଷେତ୍ର ପାଇଁ ରୁଷ୍‌ ବ୍ୟାପକ ପ୍ରସ୍ତୁତି କରିଛି ବୋଲି ବିଭିନ୍ନ ଗୁଇନ୍ଦା ସଂସ୍ଥାର ରିପୋର୍ଟ ପରେ ବ୍ରିଟେନ ଚେତାବନୀ ଜାରି କରିଛି। ନାଟୋ ରାଷ୍ଟ୍ରମାନେ ଏ କ୍ଷେତ୍ରରେ ରୁଷ୍‌ଠାରୁ ବହୁତ ପଛରେ ଥିବା ପୂର୍ବରୁ ପ୍ରମାଣିତ ହୋଇସାରିଥିବାରୁ ଆଗକୁ ବଡ଼ ବିପଦର ମୁକାବିଲା କରିବାକୁ ପଡ଼ିପାରେ ବୋଲି ଯୁଦ୍ଧନୀତି ବିଶେଷଜ୍ଞ ମତ ରଖିଛନ୍ତି। ୟୁକ୍ରେନ୍‌କୁ ସାମରିକ ସହାୟତା ଦେଇ ରୁଷ୍‌ ପାଇଁ ବିପଦର କାରଣ ପାଲଟିଥିବା ପଶ୍ଚିମ ରାଷ୍ଟ୍ରମାନଙ୍କୁ ଶିକ୍ଷା ଦେବାପାଇଁ ରୁଷ୍‌ କୌଣସି ବଡ଼ ସାମରିକ ଅଭିଯାନ କରିବା ପୂର୍ବରୁ ପ୍ରଥମେ ସାଇବର ଆକ୍ରମଣ କରିବ ବୋଲି ସେମାନେ କହିଛନ୍ତି। 

ୟୁକ୍ରେନ୍‌ ରୁଷ୍‌ ଉପରେ ବ୍ରିଟେନ ଓ ଆମେରିକା ନିର୍ମିତ ଦୂରଗାମୀ କ୍ଷେପଣାସ୍ତ୍ର ମାଡ଼ କରିଥିବାରୁ ଏହାର ଜବାବରେ ରୁଷ୍‌ ଯେ କୌଣସି ମୂହୂର୍ତ୍ତରେ ଭୀଷଣ ଆକ୍ରମଣ ଆରମ୍ଭ କରିଦେଇପାରେ ବୋଲି ବ୍ରିଟେନ କହିଛି। ତେବେ ଏହା ପୂର୍ବରୁ ରୁଷ୍‌ ବଡ଼ ଧରଣର ସାଇବର ଆକ୍ରମଣ କରିବାକୁ ଯାଉଛି ବୋଲି ବ୍ରିଟେନ ସରକାରଙ୍କ ଜଣେ ବରିଷ୍ଠ ମନ୍ତ୍ରୀ ଚେତାବନୀ ଦେଇଛନ୍ତି। ୟୁକ୍ରେନ ପ୍ରତି ପଶ୍ଚିମ ରାଷ୍ଟ୍ରମାନଙ୍କ ସମର୍ଥନ ହ୍ରାସ କରିବା ପାଇଁ ରୁଷ୍‌ ପକ୍ଷରୁ ସାଇବର ଆକ୍ରମଣ ହେବ ବୋଲି ମନ୍ତ୍ରୀ ପ୍ୟାଟ୍ ମ୍ୟାକଫାଡେନ ଚେତାବନୀ ଦେଇଛନ୍ତି। ନାଟୋ ସଦସ୍ୟମାନେ ଏହି ବିପଦର ଗମ୍ଭୀରତାକୁ ଅଣଦେଖା ନ କରିବାକୁ ସେ ଅନୁରୋଧ କରିଛନ୍ତି। 

ସାଇବର ଆକ୍ରମଣ ଦ୍ୱାରା ରୁଷ୍ ଲକ୍ଷ ଲକ୍ଷ ଲୋକଙ୍କ ଘର ଅନ୍ଧାର କରିଦେଇପାରିବ। ପାୱାର ଗ୍ରିଡ୍ ବନ୍ଦ କରି ରୁଷ୍‌ ବହୁତ ବଡ଼ ଅନର୍ଥ ଘଟାଇବା ଯୋଜନାରେ ରହିଛି ଏବଂ ଏହା ରୁଷ୍‌ ଯୁଦ୍ଧର ଏକ ବଡ଼ ଯୋଜନା ବୋଲି ସାମରିକ ବିଶେଷଜ୍ଞମାନେ କହିଛନ୍ତି। କ୍ରେମଲିନ୍ ସମର୍ଥକ ହ୍ୟାକିଂ ଗ୍ରୁପ୍ ଆମେରିକା ଓ ଏହାର ସମର୍ଥକ ରାଷ୍ଟ୍ରମାନଙ୍କୁ ଲଗାତାର ଟାର୍ଗେଟ୍‌ କରୁଛନ୍ତି ଏବଂ ଦକ୍ଷିଣ କୋରିଆ ଏହାର ଏକ ସଦ୍ୟତମ ଉଦାହରଣ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe