ନୂଆଦିଲ୍ଲୀ: ଋଷିଆ ତୃତୀୟ ଦିନରେ ୟୁକ୍ରେନ୍ ଉପରେ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି। ୟୁକ୍ରେନ୍ ରାଜଧାନୀ କିବ୍ ଅକ୍ତିଆର କରିବା ଋଷିଆର ପ୍ରମୁଖ ଲକ୍ଷ୍ୟ ରହିଛି। ଯେ କୌଣସି ମୁହୂର୍ତ୍ତରେ କିବର କେନ୍ଦ୍ରାଞ୍ଚଳରେ ଋଷିଆ ସେନା ପହଞ୍ଚିଯିବ ବୋଲି ଜଣାପଡ଼ିଛି। ଋଷିଆ ଆକ୍ରମଣରେ ୟୁକ୍ରେନର ଅବସ୍ଥା ଭୟାବହ ହୋଇପଡିଛି। ୟୁକ୍ରେନର ଲୋକେ ଜୀବନ ମରଣ ସହ ସଂଘର୍ଷ କରୁଥିବା କୁହାଯାଉଛି। ଏଠାରେ କେତେବେଳେ କାହା ଜୀବନ ସହିତ କ’ଣ ଘଟିବ ତାହା କେହି ଜାଣି ନାହାନ୍ତି। ପ୍ରତିଦିନ ୟୁକ୍ରେନରୁ ଲୋମଟାଙ୍କୁରା ଘଟଣାର ଦୃଶ୍ୟ ସାମ୍ନାକୁ ଆସୁଛି।
ଏହାରି ଭିତରେ ଋଷିଆ ସେନା ୟୁକ୍ରେନର ପୂର୍ବ ଅଞ୍ଚଳରେ ବଡ ଧରଣ ଆକ୍ରମଣ କରିଛି। ଋଷିଆ ସେନା ଏଠାରେ ଥିବା ସୁମି ସହରରେ ରେକଟ୍ ମାଡ କରିଛି । ଏହି ରକେଟ୍ ମାଡରେ ୟୁକ୍ରେନରେ ୬ଜଣଙ୍କ ମୃତ୍ୟୁ ହୋଇଯାଇଛି। ଏଥିସହିତ ସୁମିରେ ହୋଇଥିବା ବିସ୍ଫୋରଣରେ ଜଣେ ୭ ବର୍ଷ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
କିଛିଦିନ ତଳେ ୟୁକ୍ରେନରେ ଜଣେ ବ୍ୟକ୍ତି ରାସ୍ତାରେ ସାଇକେଲ ନେଇ ଯାଉଥିବା ବେଳେ ତାଙ୍କ ଉପରେ ବୋମା ବିସ୍ଫୋରଣ ହୋଇଥିଲା। ଫଳରେ ସେ ରାସ୍ତାରେ ଟଳି ପଡ଼ିଥିବାର ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଥିଲା।
ରବିବାର ୟୁକ୍ରେନ୍ର ଗଭର୍ଣ୍ଣର ଦିମିତ୍ରି ଜିଭିତ୍ସକି କହିଛନ୍ତି, ଋଷିଆରେ ଗୁଳିମାଡ ଜାରି ରହିଛି। ଏଥିରେ ୭ ବର୍ଷର ଜଣେ ଶିଶୁ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି। ସେପଟେ ଜାତିସଙ୍ଘ ଦାବି କରିଛି ଯେ, ଋଷିଆ ଆକ୍ରମଣରେ ଏପର୍ଯ୍ୟନ୍ତ ୬୪ ଜଣ ପ୍ରାଣ ହରାଇଛନ୍ତି।
Follow Us