ଭାରତୀୟ ଛାତ୍ରଙ୍କ ଛାତିଥରା ଅନୁଭୂତି: ମେଟ୍ରୋ ଷ୍ଟେସନରେ ବିତିଲାଣି ୩୦ଘଣ୍ଟା, ବାହାରୁ ଶୁଭୁଛି ବୋମାମାଡ଼ର ପ୍ରଚଣ୍ଡ ଶବ୍ଦ

ଭାରତୀୟ ଛାତ୍ରଙ୍କ ଛାତିଥରା ଅନୁଭୂତି: ମେଟ୍ରୋ ଷ୍ଟେସନରେ ବିତିଲାଣି  ୩୦ଘଣ୍ଟା, ବାହାରୁ ଶୁଭୁଛି ବୋମାମାଡ଼ର ପ୍ରଚଣ୍ଡ ଶବ୍ଦ

ନୂଆଦିଲ୍ଲୀ: ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରମାନେ ଭୟଭୀତ ହୋଇ ନିଜ ଜୀବନ ବଞ୍ଚାଇବା ପାଇଁ ମେଟ୍ରୋ ରେଳ ଷ୍ଟେସନ ଭିତରେ ଲୁଚି ରହିଛନ୍ତି। ୟୁକ୍ରେନର ଏକ ମେଟ୍ରୋ ଷ୍ଟେସନରୁ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଭାରତୀୟ ଛାତ୍ରମାନେ ଭୟଭୀତ ଥିବା ଦେଖିବାକୁ ମିଳୁଛି। ଅନ୍ୟ ଏକ ଭିଡିଓରେ ଜଣେ ଭାରତୀୟ ଛାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଯଥାଶୀଘ୍ର ସେମାନଙ୍କୁ ସେଠାରୁ ବାହାର କରିବାକୁ ଅନୁରୋଧ କରୁଛନ୍ତି।

ଛାତ୍ର ମନୀଷ ଜୟସୱାଲ ତାଙ୍କ ଆପାର୍ଟମେଣ୍ଟରୁ ଏକ ଭିଡିଓ ସୁଟ୍ କରିଛନ୍ତି। ଯେଉଁଥିରେ ସେ କହୁଛନ୍ତି, ଆମେ ଅସହାୟ। ସହରରେ ସକାଳୁ ତିନି-ଚାରିଟି ବୋମା ବିସ୍ଫୋରଣ ହୋଇସାରିଛି। ଆମେ ଥିବା ଆବଶ୍ୟକୀୟ ଜିନିଷଗୁଡିକ ସରିବାକୁ ଲାଗିଲାଣି। ବିମାନ ଚଳାଚଳ ମଧ୍ୟ ବନ୍ଦ ଅଛି । ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଏବଂ ସିଏମ୍ ଯୋଗୀ ଆଦିତ୍ୟନାଥଙ୍କୁ ଅନୁରୋଧ କରୁଛି ଶୀଘ୍ର ଭାରତୀୟମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା କରନ୍ତୁ।

ଜୟସୱାଲ ୟୁକ୍ରେନରେ ମେଡିସିନର ପାଠପଢ଼ୁଛନ୍ତି। ସେ ଉତ୍ତରପ୍ରଦେଶର ବଲିଆରେ ବସବାସ କରନ୍ତି।

ଅନ୍ୟ ଜଣେ ଭାରତୀୟଙ୍କ ଦ୍ୱାରା ପଠାଯାଇଥିବା ଏକ ଭିଡିଓରେ ଲୋକମାନେ ଏକ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ରେଳ ଷ୍ଟେସନର ଚଟାଣରେ ବସିଥିବାର ନଜର ଆସିଛନ୍ତି । ପଶ୍ଚିମ ୟୁକ୍ରେନର ଟେରନୋପିଲରେ ପଢ଼ୁଥିବା ନିଲେଶ ଜୈନଙ୍କ କହିବାନୁସାରେ, ମୁଁ ପ୍ରାୟ ୩୦ ଘଣ୍ଟା ମେଟ୍ରୋ ଷ୍ଟେସନରେ ଅଟକି ରହିଛି। ସେଠାରେ ଇଣ୍ଟରନେଟ ସଂଯୋଗ ଭଲ ନାହିଁ। ଏଠାରେ ଆମେ ବାହାରେ ହେଉଥିବା ବୋମା ବିସ୍ଫୋରଣର ଶବ୍ଦ ଶୁଣିପାରଛୁ। ଆମକୁ ସାହାଯ୍ୟ କରନ୍ତୁ । ଆମକୁ ଶୀଘ୍ର ଏଠାରୁ ବାହାର କରିବାକୁ ମୁଁ ପିଏମ ମୋଦୀ ଜିଙ୍କୁ ନିବେଦନ କରୁଛି।

ୟୁକ୍ରେନରେ ପ୍ରାୟ ୧୬,୦୦୦ ଭାରତୀୟ ଅଛନ୍ତି, ଏଥିମଧ୍ୟରୁ ଅଧିକାଂଶ ଛାତ୍ର ରହିଛନ୍ତି। ଏହି ସମସ୍ତ ଲୋକଙ୍କୁ ଭାରତ ଆଣିବା ପାଇଁ ସରକାର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି ଏବଂ ଆଶା କରାଯାଉଛି ଶୀଘ୍ର ସେମାନଙ୍କୁ ୟୁକ୍ରେନରୁ ବାହାର କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe