ୟୁକ୍ରେନ ଛାତି ଉପରେ ମିସାଇଲ ମାଡ଼ କରୁଛି ଋଷ, ମୋଦୀଙ୍କ ହସ୍ତକ୍ଷେପ ଲୋଡିଲେ ୟୁକ୍ରେନୀୟ ରାଷ୍ଟ୍ରଦୂତ

Advertisment
ୟୁକ୍ରେନ ଛାତି ଉପରେ ମିସାଇଲ ମାଡ଼ କରୁଛି ଋଷ, ମୋଦୀଙ୍କ ହସ୍ତକ୍ଷେପ ଲୋଡିଲେ ୟୁକ୍ରେନୀୟ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ବିଭିନ୍ନ ଦେଶର ବିରୋଧ ସତ୍ତ୍ବେ ମଧ୍ୟ ୟୁକ୍ରେନ ଉପରେ ଆକ୍ରମଣ କରିଛି ଋଷ। ଆମେରିକା, ଜର୍ମାନୀ, ବ୍ରିଟେନ ଭଳି ଦେଶ ଆର୍ଥିକ କଟକଣା ଲଗାଇଥିଲେ ବି ପଛକୁ ହଟିଲାନି ଋଷ। ଏବେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ୟୁକ୍ରେନ୍‌ ବିପକ୍ଷରେ ଯୁଦ୍ଧ ଘୋଷଣା କରିବା କ୍ଷଣି କିଏଭ୍‌ ଏବଂ ଖାର୍କିଭ୍‌ରେ ପ୍ରଚଣ୍ଡ ବିସ୍ଫୋରଣ ଆରମ୍ଭ ହୋଇଯାଇଛି। ତେବେ ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ୟୁକ୍ରେନୀୟ ରାଷ୍ଟ୍ରଦୂତ।

ଭାରତରେ ଥିବା ୟୁକ୍ରେନୀୟ ରାଷ୍ଟ୍ରଦୂତ ଆଇଗୋର୍‌ ପୋଲିଖା ପ୍ରଧାନମନ୍ତ୍ରୀ ମ‌ୋଦୀଙ୍କ ହସ୍ତକ୍ଷେପ ଲୋଡ଼ି କହିଛନ୍ତି ଯେ, ଋଷ୍‌ ସହ ଭାରତର ଉତ୍ତମ ସମ୍ପର୍କ ଅଛି। ଋଷ୍‌-ୟୁକ୍ରେନ୍‌ ସଙ୍କଟ ନିୟନ୍ତ୍ରଣ କରିବାରେ ନୂଆଦିଲ୍ଲୀ ଅଧିକ ସକ୍ରିୟ ଭୂମିକା ଗ୍ରହଣ କରିପାରିବ। ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁତିନ୍‌ ଏବଂ ଆମ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କିଙ୍କୁ ଅବିଳମ୍ବେ ଯୋଗାଯୋଗ କରିବା ପାଇଁ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରୁଛୁ।

यूक्रेन के शहर पर रूस के हमले के बाद भावुक हुई महिला (AP/PTI) aajtak

ତେବେ ଆଜି ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଘୋଷଣା କରିବା ପରେ ରୁଷ୍‌ର ସଶସ୍ତ୍ରବାହିନୀ ଭିନ୍ନ ଭିନ୍ନ ପ୍ରାନ୍ତରୁ ଶାନ୍ତିପୂର୍ଣ୍ଣ ୟୁକ୍ରେନୀୟ ସହରଗୁଡ଼ିକ ଉପରେ ଆକ୍ରମଣ ଆରମ୍ଭ କରିଛି । କୌଣସି ଅଜ୍ଞାତ ସ୍ଥାନରୁ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଉଥିବା କଥା କହିଛି ୟୁକ୍ରେନ୍‌। ୟୁକ୍ରେନ୍‌ ସରକାର ଦେଶରେ ସାମରିକ ଆଇନ ଜାରି କରିବା ସହ ସୁରକ୍ଷା ପ୍ରତି ବିପଦ ଥିବାରୁ ବେସାମରିକ ବିମାନ ଚଳାଚଳ ନିମନ୍ତେ ଆକାଶ ପଥ ବନ୍ଦ କରି ଦେଇଛନ୍ତି। ଏ‌ବେ ସ୍ବଦେଶ ଫେରିବା ପାଇଁ କିଏଭ୍‌ ବିମାନ ବନ୍ଦରରେ ପହଞ୍ଚିଥିବା ଯାତ୍ରୀ ଏବଂ କର୍ମଚାରୀମାନଙ୍କୁ ସ୍ଥାନାନ୍ତର କରାଯାଉଛି। ରୁଷ୍‌ ମଧ୍ୟ ୟୁକ୍ରେନ୍‌ ସୀମାନ୍ତ ଚାରିପଟରୁ ବାଣିଜ୍ୟିକ ବିମାନ ନିମନ୍ତେ ଆକାଶପଥ ବନ୍ଦ କରି ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe