ୟୁକ୍ରେନର ମାରିୟୁପୋଲର ପଡ଼ିରହିଛି କୁଢ଼ କୁଢ଼ ଶବ, ସମାଧି ପାଇଁ ମିଳୁନି ସ୍ଥାନ

Advertisment
ୟୁକ୍ରେନର ମାରିୟୁପୋଲର ପଡ଼ିରହିଛି କୁଢ଼ କୁଢ଼ ଶବ, ସମାଧି ପାଇଁ ମିଳୁନି ସ୍ଥାନ

aajtak

ନୂଆଦିଲ୍ଲୀ: ଲଗାତାର ୧୫ଦିନ ହେଲାଣି ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଛି। ଶାନ୍ତି ଆଲୋଚନା ବିଫଳ ହେବା ପରଠାରୁ ଆକ୍ରମଣକୁ ରୁଷ ତୀବ୍ର କରିଥିବା ବେଳେ ଏବେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରାଯାଉଛି। ମୃତ୍ୟୁସଂଖ୍ୟା ଏତେ ଅଧିକ ହୋଇଛି ଯେ ସମସ୍ତଙ୍କୁ ପୃଥକ ଭାବରେ ସମାଧି ଦେବା ଅସମ୍ଭବ ହୋଇପଡିଛି। ଯୁଦ୍ଧରେ ଅଧିକ ପ୍ରଭାବିତ ହୋଇଥିବା ୟୁକ୍ରେନ ସହର ମଧ୍ୟରୁ ମାରିୟୁପୋଲର ରାସ୍ତା ଓ ଘରଗୁଡ଼ିକ ୟୁକ୍ରେନବାସୀଙ୍କ ଶବରେ ଭର୍ତ୍ତି ହୋଇଯାଇଛି।

ମାରିୟୁପୋଲର ଶବଗୃହରେ ଥିବା ଶବ ସଂଖ୍ୟା ଏତେ ମାତ୍ରାରେ ବଢ଼ିଯାଇଛି ଯେ, ଶ୍ମଶାନରେ ଶବକୁ ସମାଧି ଦେବା ପାଇଁ ଆଉ ଫାଙ୍କା ସ୍ଥାନ ବାକି ନାହିଁ। ଏନେଇ ମାରିୟୁପୋଲରେ ଶବ ଉପରେ ଶବ ରଖି ସମାଧି ଦିଆଯାଉଛି। ଏହାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଲମ୍ବାରେ ଖୋଳା ଯାଇଥିବା ଏକ ଗର୍ତ୍ତରେ ଏକାଧିକ ଶବ ରଖାଯାଇଛି। ମୃତଦେହକୁ ଏକ ପ୍ଲାଷ୍ଟିକ ବ୍ୟାଗ ବା ଏକ ବେଡସିଟରେ ଗୁଡ଼ାଇ କବରକୁ ଅଣାଯାଉଛି। ମଙ୍ଗଳବାର ଦିନ ୪୦ଜଣ ଶବକୁ ସମାଧିସ୍ଥଳରେ ସମାଧି ଦେବା ପାଇଁ ଅଣାଯାଇଥିବା ବେଳେ ଏବଂ ବୁଧବାର ଦିନ ୩୦ଟି ଶବ ଅଣାଯାଇଥିଲା। ଏହି ଶବଗୁଡ଼ିକ ସାଧାରଣ ଲୋକ ଏବଂ ଯୁଦ୍ଧ‌ ଲଢ଼ି ମୃତ୍ୟୁବରଣ କରିଥିବା ସୈନିକଙ୍କର ଥିଲା ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe