ୟୁକ୍ରେନର ୭୪ ସାମରିକ ବେସକୁ ଧ୍ୱଂସ କଲା ଋଷ, ୟୁକ୍ରେନ ଆକ୍ରମଣରେ ୧୦୦ରୁ ଅଧିକ ଋଷ ସୈନିକଙ୍କ ମୃତ୍ୟୁ

ୟୁକ୍ରେନର ୭୪ ସାମରିକ ବେସକୁ ଧ୍ୱଂସ କଲା ଋଷ, ୟୁକ୍ରେନ ଆକ୍ରମଣରେ ୧୦୦ରୁ ଅଧିକ ଋଷ ସୈନିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପ୍ରତି ସେକେଣ୍ଡରେ ବଦଳିବାରେ ଲାଗିଛି ୟୁକ୍ରେନର ସ୍ଥିତି। ଧିରେ ଧିରେ ଋଷ ସେନା ୟୁକ୍ରେନ ଭିତରକୁ ପ୍ରବେଶ କରିଚାଲିଥିବା ବେଳେ ଅନେକ ଲୋକଙ୍କର ପ୍ରାଣହାନୀ ହୋଇସାରିଥିବା ନେଇ ଖବର ମିଳୁଛି। ଏମଧ୍ୟରେ ଋଷ ଏକ ବଡ଼ ଦାବି କରିଛି। ରୁଷୀୟ ସେନା ଦାବି କରିଛି ଯେ ୟୁକ୍ରେନର ୭୪ ସାମରିକ ବେସକୁ ଧ୍ୱଂସ କରାଯାଇଛି। ଏଥି ସହିତ, ହେନିଚେସ୍କ ଏବଂ ନୋଭା କହୋଭ୍କାଙ୍କୁ କାବୁ କରିଛି ଋଷ ସେନା। ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷ ରାଷ୍ଟ୍ରପତି ପୁଟିନ ଋଷବାସୀଙ୍କୁ ଏକ ବଡ଼ ଚେତାବନୀ ଦେଇଛନ୍ତି। ନାଗରିକମାନଙ୍କୁ ଦେଶରେ ଯୁଦ୍ଧ ବିରୋଧୀ ପ୍ରଦର୍ଶନରେ ଅଂଶଗ୍ରହଣ ନକରିବାକୁ ଚେତାବନୀ ଦେଇଛନ୍ତି ପୁଟିନ।

ଅନ୍ୟପକ୍ଷରେ ୟୁକ୍ରେନ ଦାବି କରିଛି ଯେ, ଋଷ-ୟୁକ୍ରେନରେ ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି। ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ଋଷ ସୈନିକଙ୍କ ମୃତ୍ୟୁ ଘଟିଛି। ଏହା ବ୍ୟତୀତ ଋଷର ୭ଟି ବିମାନ ଏବଂ ୩ଟି ହେଲିକପ୍ଟର ମଧ୍ୟ ନଷ୍ଟ କରାଯାଇଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଅଷ୍ଟ୍ରିଆ, ଜର୍ମାନୀ ଏବଂ ଫ୍ରାନ୍ସ ସହ ଆଲୋଚନା ପରେ ଏକ ଟୁଇଟ୍‌ରେ କହିଛନ୍ତି ଯେ, ଆମେ ପୁଟିନ ବିରୋଧୀ ମେଣ୍ଟ ଗଠନ କରୁଛୁ। ସେ କରିଥିବା ଭୁଲ ପାଇଁ ତାଙ୍କୁ ଉଚିତ୍ ଜବାବ ଦିଆଯିବ।

ତେବେ ୟୁକ୍ରେନ ଏବଂ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଜାତୀୟ ସୁରକ୍ଷା ପରିଷଦ ବୈଠକ କରିଛନ୍ତି। ଆର୍ଥିକ କଟକଣା ଲଗାଇବା ପରେ ଆମେରିକାର ଆଗାମୀ ପଦକ୍ଷେପ କ’ଣ ରହିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe