ରୁଷ୍‌ରେ ଲକ୍‌ଡାଉନ୍: ମସ୍କୋ ନିକଟରେ ଘରେ ପଶି ରହିଛନ୍ତି ମହାକାଶ ଅଭିଯାନ ତାଲିମ ପାଇଁ ଯାଇଥିବା ଭାରତୀୟ ବାୟୁସେନାର ୪ ପାଇଲଟ୍

ରୁଷ୍‌ରେ ଲକ୍‌ଡାଉନ୍: ମସ୍କୋ ନିକଟରେ ଘରେ ପଶି ରହିଛନ୍ତି ମହାକାଶ ଅଭିଯାନ ତାଲିମ ପାଇଁ ଯାଇଥିବା ଭାରତୀୟ ବାୟୁସେନାର ୪ ପାଇଲଟ୍

Image Source: Reuters

ନୂଆଦିଲ୍ଲୀ: ରୁଷ୍‌ରେ କରୋନାଭାଇରସ୍ ଲକ୍‌ଡାଉନ୍ ଯୋଗୁଁ ମହାକାଶ ଅଭିଯାନ ତାଲିମ ନେବାକୁ ଯାଇଥିବା ଭାରତୀୟ ବାୟୁସେନାର ୪ଜଣ ପାଇଲଟ୍ ସମ୍ପ୍ରତି ମସ୍କୋ ନିକଟସ୍ଥ ଷ୍ଟାର୍ ସିଟିର ଘରେ ପଶି ରହିଛନ୍ତି।

ଷ୍ଟାର୍ ସିଟିରେ ଥିବା ଗାଗାରିନ୍ ମହାକାଶଚାରୀ ତାଲିମ କେନ୍ଦ୍ରରେ ସେମାନଙ୍କୁ ଦୁଇ ମାସ ତାଲିମ ଦିଆଯିବା ପରେ ତାଲିମ ବନ୍ଦ ରହିଛି। ଏବଂ ୪ଜଣ ପାଇଲଟ୍‌ଙ୍କୁ ସେମାନଙ୍କ କୋଠରିରେ ରହିବାକୁ ‌ନିର୍ଦେଶ ଦିଆଯାଇଛି। ରୁଷ୍‌ର ରାଷ୍ଟ୍ରାୟତ ମହାକାଶ ବ୍ୟବସାୟ କମ୍ପାନି ‘ଗ୍ଲାଭ୍‌କସ୍‌ମସ୍‌ର ମହାନିର୍ଦେଶକ ଜେଏସ୍‌ସି ଦ୍ମିତିରି ଲୋସ୍କୁତୋଭ୍ କହିଛନ୍ତି, ଚାରିଜଣ ମହାକାଶଚାରୀ ମନୋନୀତଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି। ଗାଗାରିନ୍ ମହାକାଶଚାରୀ ତାଲିମ କେନ୍ଦ୍ରର ଉଚ୍ଚସ୍ତରୀୟ ଡାକ୍ତରୀ ବିଶେଷଜ୍ଞମାନେ ସବୁବେଳେ ସେମାନଙ୍କ ସ୍ବାସ୍ଥ୍ୟା ଉପରେ ନଜର ରଖିଛନ୍ତି।

publive-image Image Source: Defence Aviation Post

ଲୋସ୍କୁତୋଭ୍ ପୁଣି କହିଛନ୍ତି ଯେ ସମସ୍ତ ମନୋନୀତ ମହାକାଶଚାରୀ ଏବଂ ଗାଗାରିନ୍ ମହାକାଶଚାରୀ ତାଲିମ କେନ୍ଦ୍ରର ସମସ୍ତ କର୍ମଚାରୀଙ୍କ ପ୍ରତି ଲକ୍‌ଡାଉନ୍ ନିୟମ କଡ଼ାକଡ଼ି ଅନୁମୋଦିତ ହୋଇଛି। ଦେଶର ମହାମାରୀ ପରିସ୍ଥିତିକୁ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବା ପରେ ଯାଇ ପୁନର୍ବାର ପୂର୍ଣ୍ଣକାଳୀନ ତାଲିମ ପ୍ରଦାନ କରାଯିବ।

ଏଠାରେ ସୂଚନାଯୋଗ୍ୟ ଯେ ପ୍ରଥମେ ରୁଷ୍‌ରେ ଏପ୍ରିଲ୍ ୩୦ ତାରିଖ ଯାଏଁ ଲକ୍‌ଡାଉନ୍ ଘୋଷଣା କରାଯାଇଥିଲା, କିନ୍ତୁ ମଙ୍ଗଳବାର ଦିନ ତାହା ମେ ୧୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ବୁଧବାର ସନ୍ଧ୍ୟା ସୁଦ୍ଧା ରୁଷ୍‌ରେ ୧ ଲକ୍ଷ କରୋନାଭାଇରସ୍ ପଜିଟିଭ୍ କେସ୍ ରିପୋର୍ଟ ‌ହୋଇଥିଲା ବେଳେ ମୃତ୍ୟୁସଂଖ୍ୟା ଥିଲା ୯୭୨।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe