ରୁଷିଆ ଚାହୁଛି ୟୁରୋପରେ ଦୁର୍ଭିକ୍ଷ ଆସୁ: ଜେଲେନ୍‌ସ୍କି

Advertisment

କଟକଣା ହଟିଲେ ହିଁ ରପ୍ତାନି ସମ୍ଭବ: ପୁଟିନ

କଟକଣା ହଟିଲେ ହିଁ ରପ୍ତାନି ସମ୍ଭବ: ପୁଟିନ

ରୁଷିଆ ଚାହୁଛି ୟୁରୋପରେ ଦୁର୍ଭିକ୍ଷ ଆସୁ: ଜେଲେନ୍‌ସ୍କି

Modern Diplomacy

କିବ୍: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ଅକଳ୍ପନୀୟ କ୍ଷୟକ୍ଷତି ଘଟାଇଛି। ହଜାର ହଜାର ଲୋକ ମୃତ୍ୟୁବରଣ କରିବା ସହ କୋଠାବାଡ଼ି ଓ ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ନଷ୍ଟ ହୋଇଗଲାଣି। ରୁଷିଆକୁ ଦଣ୍ଡ ସ୍ବରୂପ ପାଶ୍ଚାତ୍ୟ ଦେଶଗୁଡ଼ିକ ଏକଘରିଆ କରିବା ଫଳରେ ଓଲଟା ୟୁରୋପରେ ଖାଦ୍ୟଶସ୍ୟ, ଖାଇବା ତେଲ, ସାର ଓ ତୈଳ ଆଦିର ଦର ବୃଦ୍ଧି ପାଇବା ସହ ବୈଶ୍ବିକ ଅଭିବୃଦ୍ଧି ବ୍ୟାହତ ହୋଇଛି। ୟୁକ୍ରେନ୍ ବନ୍ଦରରୁ ଖାଦ୍ୟଶସ୍ୟ ରପ୍ତାନିରେ ବାଧା ଦିଆଯିବନି ବୋଲି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଶ୍ବାସନା ଦେଇଥିବା ବେଳେ ଯୁଦ୍ଧଧ୍ବସ୍ତ ଦେଶର ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି ଅଭିଯୋଗ କରିଛନ୍ତି ଯେ ମସ୍କୋ ଚାହୁଁଛି ୟୁରୋପରେ ଦୁର୍ଭିକ୍ଷ ପଡ଼ୁ, ଲୋକେ ଖାଇବାକୁ ନ ପାଆନ୍ତୁ। ୟୁକ୍ରେନୀୟ ବନ୍ଦରଗୁଡ଼ିକୁ ଅବରୋଧ କରି ରୁଷିଆ ୟୁରୋପରେ ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ ସମାଗ୍ରୀର ଦରଦାମ୍ ବୃଦ୍ଧିରେ ସହାୟକ ହେଉଥିବାରୁ ପାଶ୍ଚାତ୍ୟ ନେତାମାନେ ଏହାକୁ ନିନ୍ଦା କରିଛନ୍ତି। ଜାତିସଂଘ କହିଛି ଯେ, ବିଶ୍ବ ଖାଦ୍ୟ ସଂକଟ ବୃଦ୍ଧି ପାଇବାରେ ଲାଗିଛି ଏବଂ ୟୁକ୍ରେନ୍‌ର ଖାଦ୍ୟଶସ୍ୟ ରପ୍ତାନିକୁ ବାଧାମୁକ୍ତ କରିବା ପାଇଁ ଏହା ଉଦ୍ୟମ କରୁଛି।

ୟୁକ୍ରେନୀୟ ବନ୍ଦରଗୁଡ଼ିକରୁ ୨୨ ନିୟୁତ ଟନ୍ ଖାଦ୍ୟଶସ୍ୟ ରପ୍ତାନିରେ ରୁଷିଆ ବାଧାସୃଷ୍ଟି କରୁଥିବାରୁ ସୋମବାର ରାଷ୍ଟ୍ରପତି ଜେଲେନ୍‌ସ୍କି ଏହାର ଘୋର ନିନ୍ଦା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଏହା ମାଧ୍ୟମରେ ରୁଷିଆ ୟୁରୋପରେ ଦୁର୍ଭିକ୍ଷ ସୃଷ୍ଟି କରିବାକୁ ଚାହେଁ। ଏହାଦ୍ବାରା ୟୁକ୍ରେନ୍ ବି ରପ୍ତାନିରୁ ପାଉଥିବା କୋଟି କୋଟି ଡଲାର ପାଇବାରୁ ବଞ୍ଚିତ ହେବ। ରୁଷିଆ ଦଖଲ କରିଥିବା ଅଞ୍ଚଳର କୃଷିକ୍ଷେତରୁ ବଳପୂର୍ବକ ଶସ୍ୟ ଓ କୃଷି ଯନ୍ତ୍ରପାତି ଆଦି ଲୁଟି ନେଉଥିବା ବି ଜେଲେନ୍‌ସ୍କି ଅଭିଯୋଗ କରିଛନ୍ତି। ଅପରପକ୍ଷେ ରାଷ୍ଟ୍ରପତି ପୁଟିନ କହିଛନ୍ତି ଯେ, ତୁର୍କୀ ସହାୟତାରେ ବିନା ବାଧାରେ ଖାଦ୍ୟଶସ୍ୟ ରପ୍ତାନିରେ ସହଯୋଗ କରିବାକୁ ରୁଷିଆ ରାଜି ଅଛି। ପୁଣି କ୍ରେମ୍‌ଲିନ ତରଫରୁ କୁହାଯାଇଛି ଯେ ଯଦି ତାଙ୍କ ଉପରୁ କଟକଣା ହଟାଇ ଦିଆଯିବ ତେବେ ଏହା ଉଲ୍ଲେଖନୀୟ ପରିମାଣର ସାର ଓ କୃଷି ଉତ୍ପାଦ ରପ୍ତାନି କରିପାରିବ। ରୁଷିଆର ଗ୍ୟାସ୍ କମ୍ପାନି ଗାଜପ୍ରୋମ୍ ସୋମବାର ସ୍ପଷ୍ଟ କରିଛି ଯେ, ମଙ୍ଗଳବାରଠାରୁ ଏହା ଡଚ୍ ଗ୍ୟାସ୍ ବଣିକଙ୍କୁ ଗ୍ୟାସ୍ ଯୋଗାଣ ବନ୍ଦ କରିବ କାରଣ ରୁଷୀୟ ମୁଦ୍ରା ରୁବଲ ମାଧ୍ୟମରେ ଏହା ଅର୍ଥ ପଇଠ କରିବାକୁ ରାଜି ହେଉ ନାହିଁ। ତେଣେ ୟୁରୋପୀୟ ସଂଘର ନେତାମାନେ ରୁଷିଆରୁ ତୈଳ ଓ ଗ୍ୟାସ୍ ଆମଦାନି କମାଇବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ଫଳରେ ଯୁଦ୍ଧ ପାଇଁ ଏହି ଦେଶରେ ଆର୍ଥିକ ଅଭାବ ଦେଖାଦେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe