23 ??????? 2007. ?????? ??????????? ???????????? ????????????? ?? ??????? ???????? ? ????????? ?????? ???????? ????? (????? ???????) ?? ?????????????? ???????? ??????? ????????????? ??????????? ????????? ?? ? ???????? ???? ???? ??????.
ମସ୍କୋ : ଅନ୍ତର୍ଜାତୀୟ ଅପରାଧିକ ଅଦାଲତ (ଆଇସିସି) ଭ୍ଲାଦିମିର ପୁଟିନଙ୍କ ବିରୋଧରେ ୱାରେଣ୍ଟ ଜାରି କରିବା ପରେ ତାଙ୍କୁ ବିଦେଶରେ ଗିରଫ କରିବା ପାଇଁ ଯୋଜନା କରାଯାଉଛି ବୋଲି ରୁଷ ଅଭିଯୋଗ କରିଛି । କିନ୍ତୁ ଏପରି କୌଣସି ଉଦ୍ୟମକୁ ନେଇ କଡ଼ା ଚେତାବନୀ ଶୁଣାଇଛି ରୁଷ । ରୁଷର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରୀ ମେଦଭେଦେଭ ଚେତାବନୀ ଦେଇଛନ୍ତି ଯେ ଏପରି କୌଣସି ଉଦ୍ୟମକୁ ରୁଷ ବିରୋଧରେ ଯୁଦ୍ଧ ବୋଲି ବିଚାର କରାଯିବ ।
୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ ରୁଷିଆର ରାଷ୍ଟ୍ରପତି ଥିବା ମେଦଭେଦେଭ ବୁଧବାର ଦିନ ସେ ଘୋଷଣା କରିଛନ୍ତି ଯେ ଯଦି ପୁଟିନ୍ ଗିରଫ ହୁଅନ୍ତି, ତେବେ ରୁଷ କେବଳ ୟୁକ୍ରେନ୍ ନୁହେଁ, ଅନ୍ତର୍ଜାତୀୟ ନ୍ୟାୟାଳୟ ଉପରେ ଆକ୍ରମଣ କରିପାରେ।
ଗତ ସପ୍ତାହରେ ହେଗ୍ ସ୍ଥିତ ଆଇସିସି ୟୁକ୍ରେନର ପିଲାମାନଙ୍କୁ ପ୍ରତ୍ୟାର୍ପଣ କରିଥିବା ଅଭିଯୋଗରେ ରୁଷୀୟ ନେତାଙ୍କ ବିରୋଧରେ ଗିରଫ ପରୱାନା ଘୋଷଣା କରିଥିଲା । ମେଦଭେଦେଭ ଟେଲିଗ୍ରାମରେ ଏକ ବିବୃତ୍ତିରେ କହିଛନ୍ତି, ଯେ ଏକ ଆଣବିକ ଶକ୍ତିଧର ଦେସର ରାଷ୍ଟ୍ରପତିଙ୍କ ବିରୋଧରେ ମାମଲା ରୁଜୁ କରି ଅନ୍ତର୍ଜାତୀୟ ଅପରାଧିକ ଅଦାଲତ ଠିକ ନିଷ୍ପତ୍ତି ନେଇନାହାନ୍ତି । ମେଦଭେଦେଭ କହିଛନ୍ତି ଯେ ଅନ୍ତର୍ଜାତୀୟ ଅପରାଧିକ ଅଦାଲତର ବିଚାରପତିମାନେ ଏକ ବଡ଼ ପରମାଣୁ ଶକ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ନୁହେଁ।
Follow Us